ଏମ୍ ଭି ୨୬ ଗ୍ରାମ ର କ୍ଷୟକ୍ଷତି ଆକଳନ କରି ଅନୁକମ୍ପା ରାଶି ବଢାଇବା ଓ ହତ୍ୟା ଘଟଣାକୁ ନେଇ ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ପାଖରେ ଦାବି ରଖିଲେ ପୁର୍ବତନ ମନ୍ତ୍ରୀ ଅରବିନ୍ଦ ଢାଲି ।
ମାଲକାନଗିରି : ମନୋଜ ଦେବ ପାଙ୍ଗି (ଦର୍ଶନ ସମୀକ୍ଷା)
ଏମ୍ ଭି ୨୬ ଗ୍ରାମର କ୍ଷୟକ୍ଷତି ପରିବାରଙ୍କୁ ୧ ଲଖ୍ୟ ୭୭ ହଜାର ଟଙ୍କା ସହାୟତା କରିବା ସହ ରାଖେଲ ଗୁଡା ର ମୃତ ମହିଳା ଙ୍କ ପୁଅ କୁ ୧୦ ହଜାର ଟଙ୍କା ସହାୟତା କଲେ ପୁର୍ବତନ ମନ୍ତ୍ରୀ ତଥା ବିଜେପି ନେତା ଅରବିନ୍ଦ ଢାଲି ।
ମାଲକାନଗିରି ଜିଲ୍ଲା ଏମଭି 26 ଗାଁ ହିଂସାକାଣ୍ଡ ରେ କ୍ଷୟକ୍ଷତି ହୋଇଥିବା ପରିବାର ଙ୍କୁ ଓଡିଶା ସରକାରଙ୍କ ପକ୍ଷରୁ ଅନୁକମ୍ପା ରାଶି ଭାବେ ୭୦ ହଜାର ଟଙ୍କା ଦବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କଲାପରେ ଏହାକୁ ନେଇ ପ୍ରଥମେ ବଙ୍ଗାଳି ସମାଜ ବିରୋଧ କରି ଏହି ରାଶି ବଢାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବି କରିଥିବାବେଳେ ଆଜି ପୁଣି ଓଡ଼ିଶାର ପୁର୍ବତନ ମନ୍ତ୍ରୀ ତଥା ବିଜେପି ନେତା ଅରବିନ୍ଦ ଢ଼ାଲି ଉକ୍ତ ରାଶିକୁ ବଢ଼ାଇ ପ୍ରତ୍ୟେକ ପରିବାରଙ୍କୁ ଅତିକମ୍ ରେ ୧୦ ଲକ୍ଷ ଟଙ୍କା ସହାୟତା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ କରିବା ସହ ପ୍ରତି ପରିବାରଙ୍କୁ ଗୋଟିଏ ଗୋଟିଏ ଆବାସ ଘର ଦେବା ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ନିକଟରେ ଦାବି କରିଛନ୍ତି । ଏହାସହ ଶ୍ରୀ ଢାଲି ତାଙ୍କ ପୁତୁରା ହାତରେ ଏମ୍ ଭି ୨୬ ଗାଁର କ୍ଷୟକ୍ଷତି ପରିବାରଙ୍କୁ ୧ ଲକ୍ଷ ୭୦ ହଜାର ଟଙ୍କା ସହାୟତା କରିଛନ୍ତି । ସେହିଭଳି ରାଖେଲ ଗୁଡା ଗାଁର ମୃତ ମହିଳା ଲାକେ ପଡ଼ିଆମୀଙ୍କ ପରିବାରଙ୍କୁ ୧୦ ହଜାର ଟଙ୍କା ସହାୟତା କରିଛନ୍ତି । ଏହି ସହାୟତା ରାଶି ମୃତ ମହିଳାଙ୍କ ପୁଅ ରବି ପଡ଼ିଆମୀ ଙ୍କୁ ପ୍ରଦାନ କରିଛନ୍ତି ଅରବିନ୍ଦ ଢାଲି ଙ୍କ ପୁତୁରା ଅସିମ୍ ଢାଲି । ଏହାସହ ମୃତ ମହିଳା ଲାକେ ପଡ଼ିଆମୀଙ୍କୁ କିଭଳି ହତ୍ୟା କରାଯାଇଛି ଓ କିଏ ହତ୍ୟା କରିଛି ଏହାର ଉପଯୁକ୍ତ ତଦନ୍ତ ପାଇଁ ସିବିଆଇ କୁ ଦବା ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ କରିଛନ୍ତି ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢାଲି ।
ଏହି ଘଟଣା ଘଟିବା ପରେ ମୃତ ମହିଳାଙ୍କ ପରିବାରକୁ ପ୍ରଥମ ବେଙ୍ଗୋଲି ବ୍ୟକ୍ତି ଅରବିନ୍ଦ ଢାଲି ବୋଲି କହିଛନ୍ତି ମୃତ ମହିଳାଙ୍କ ପୁଅ ରବି।












Leave a Reply