ପଞ୍ଚତତ୍ବ ର ତ୍ରିଦିବସୀୟ ଜାତୀୟ କାର୍ଯ୍ୟକ୍ରମ ସମ୍ପନ୍ନ ……
ରାଉରକେଲା: (ଦର୍ଶନ ସମୀକ୍ଷା)
ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରତି ପ୍ରତିବଦ୍ଧତା ରଖିଥିବା ଅନୁଷ୍ଠାନ ପଞ୍ଚତତ୍ବର ତ୍ରିଦିବସୀୟ ଜାତୀୟ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ମୁଖ୍ୟ ଜନ୍ମେଜୟ ମହାନ୍ତିଙ୍କ ଆବାହକତ୍ବ ତଥା ଝିଲିମା ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଦିବସରେ କବି ରାଜୀବ ପାଣି, ସମାଜସେବୀ ପ୍ରଶାନ୍ତ ସେଠୀ,ଲାୟନ ଦେବଦତ୍ତ ମିଶ୍ର, ଚିତ୍ତରଞ୍ଜନ ମିଶ୍ର, ପ୍ରଜ୍ଞା ପରମିତା ଦାସ, ସ୍ମିତା ମିଶ୍ର ପ୍ରମୁଖ ଯୋଗଦେଇ ଅନୁଷ୍ଠାନର ପ୍ରଥମ ପ୍ରୟାସ ଓ ସାଂସ୍କୃତିକ ପ୍ରତିବଦ୍ଧତା କୁ ପ୍ରଶଂସା କରିଥିଲେ। ଏହି ଅବସରରେ ଆୟୋଜିତ ହୋଇଥିବା ନୃତ୍ୟ, ସଂଗୀତ, ଆନ୍ତଃ ବିଦ୍ୟାଳୟ ସ୍ତରୀୟ ରଚନା, ବକୃତା, ଡ୍ରଇଂ,ରାଇମ୍ସ,କୈ।ତୁକ ପୋଷାକ, ହସ୍ତାକ୍ଷର, ମଡେଲିଙ୍ଗ ଆଦି କାର୍ଯ୍ୟକ୍ରମ କରାଯାଇ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ଧାନବାଦ କଳା ନିକେତନ ର ନାଟକ ମର୍ଘତ କି ଔରତ, ଜାମସେଦପୁର ଗୀତା ଥିଏଟର ର କଷକ, ରାଉରକେଲା କୋଶଳ ନାଟ୍ୟ ପରିଷଦର ଦାଦନ, ସାହାଜାହାନପୁର ର ୟୁଥ ଥିଏଟର ର କାହାଣୀ, ଓଡ଼ିଶାର ଜ୍ଞାନୋଦୟ ତରଫରୁ ନାଟକ କିଞ୍ଚିତ ପ୍ରେମ, ଝାଡ଼ଖଣ୍ଡ ଭିଞ୍ଜ ଇଣ୍ଟରଟେନମେଣ୍ଟ ଫିଲିମ ର ଚିତ୍ତରଗଡ କା ଜ୍ବାଲା, ରାଉରକେଲା ସତ୍ୟ ଆର୍ଟସ୍ ଥିଏଟର ଏକାଡେମୀ ତରଫରୁ ଭିନ୍ନ ଏକ ଜଗନ୍ନାଥ, ପଶ୍ଚିମ ବଙ୍ଗର ବେଙ୍ଗଲ ଥିଏଟର ର ଦାଗ୍ ନେହିଁ ଦର୍ଦ ହେ, ଝାଡ଼ଖଣ୍ଡ ଆଇନା ତରଫରୁ ତୁମ ନେ କ୍ୟୁଁ କାହତା ମେଁ ଖୁବସୁରତ ହୁଁ ଆଦି ମଞ୍ଚସ୍ଥ କରାଯାଇଥିଲା। ଏହି ଅବସରରେ ବିଚାରକ ଦାୟିତ୍ଵ ତୁଲାଇଥିବା ସମସ୍ତ ବିଚାରକ, ସାମ୍ବାଦିକଙ୍କୁ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ କଳାକାର ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ। ରାଉରକେଲାର ସିଭିକ ସେଣ୍ଟର୍ ଓ ଭଞ୍ଜଭବନ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସର୍ବଶ୍ରୀ ଜନ୍ମେଜୟ ମହାନ୍ତି, ରୀତାରାଣୀ ମହାନ୍ତି,ସ୍ମାରକ ଅନୁରାଗ ବାରିକ, ସୈ।ରଭ ମିତ୍ର, ଶ୍ରଦ୍ଧାଞ୍ଜଳି ମିଶ୍ର, ନୀଲମ ମଣ୍ଡଳ,ଶିବାନୀ ମହାନ୍ତି, ଐଶ୍ୱର୍ଯ୍ୟା ମହାନ୍ତି,କେ ପି ଶୁଭମ୍, ଶୁଭସ୍ମିତା ମହାନ୍ତି, ସ୍ବାଭିମାନ ଭୋଇନା, ରତିକାନ୍ତ ଗୈ।ଡ, ନିହାର ରଞ୍ଜନ ମିଶ୍ର, ଅବିନାଶ ମହାପାତ୍ର, ସତ୍ୟଜିତ ମହାନ୍ତି,ପ୍ରେମ ନାଗ୍, ନୈନା କୁମାରୀ,ସାନିଆ ସାହୁ, ରନିତ ସକ୍କା, ହିମାଂଶୁ ସ୍ବାଇଁ, ଅଞ୍ଜଳି ପରିଡ଼ା,ବିଜୁ ଦାସ,ସୁଚିସ୍ମିତା ସାମଲ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।












Leave a Reply