ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ କାମ୍ବେଡା ପଞ୍ଚାୟତ ଅଧିନସ୍ତ କାମ୍ବେଡା ଉଚ୍ଚ ବିଦ୍ୟାଳୟରେ ୨ ଦିନ ଧରି ଚାଲିଥିବା ବାର୍ଷିକ କ୍ରୀଡା ଉତ୍ସବ ଶନିବାର ଉଦଯାପିତ ହୋଇଯାଇଛି

Spread the love

ଖେଳକୁଦ ଶାରୀରିକ, ବୌଦ୍ଧିକ ବିକାଶର ମାଧ୍ୟମ

କାମ୍ବେଡା ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

ମାଲକାନଗିରି ମନୋଜ ଦେବ ପାଙ୍ଗି (ଦର୍ଶନ ସମୀକ୍ଷା)
ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ କାମ୍ବେଡା ପଞ୍ଚାୟତ ଅଧିନସ୍ତ କାମ୍ବେଡା ଉଚ୍ଚ ବିଦ୍ୟାଳୟରେ ୨ ଦିନ ଧରି ଚାଲିଥିବା ବାର୍ଷିକ କ୍ରୀଡା ଉତ୍ସବ ଶନିବାର ଉଦଯାପିତ ହୋଇଯାଇଛି।
ଏହି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ଯୋଗଦେଇ ଶରୀର ଓ ମନ ସୁସ୍ଥ କରିବା ପାଇଁ ଖେଳର ଆବଶ୍ୟକତା ବହୁତ ଜରୁରୀ ବୋଲି କହିଥିଲେ। ସେହିପରି ଏହି କାର୍ଯ୍ୟକ୍ରମରେ କାମ୍ବଡା ସରପଞ୍ଚ ରମାକାନ୍ତ ମାଡକାମୀ ମୂଖ୍ୟ ବକ୍ତା ଭାବେ ଯୋଗଦେଇ ଖେଳକୁଦ ଶାରୀରିକ ଓ ବୌଦ୍ଧିକ ବିକାଶର ମାଧ୍ୟମ ବୋଲି ମୂଖ୍ୟ ବକ୍ତା ନିଜ ଅଭିଭାଷଣରେ କହିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଶିବଦତ୍ତ ସାହୁ,ବାଲିମେଳା ଏନଏସିର କାଉନସିଲର ମନୋଜ ଦେବ ପାଙ୍ଗି, କୋରୁକୋଣ୍ଡା ବ୍ଲକ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଅରୁଣ କୁମାର ରାୟ, ମାଲକାନଗିରି ଜିଲ୍ଲା ପୂର୍ବତନ ବିଜ୍ଞାନ ପରିଦର୍ଶକ ଶରତ କୁମାର ରାଉତ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ କୁମୁଦ ମଣ୍ଡଳ, କୋରୁକୋଣ୍ଡା ଥାନା ଅଧିକାରୀ ଆର ବିଜୟ କୁମାର, ଚିତ୍ରକୋଣ୍ଡା ବିଧାୟକ ପ୍ରତିନିଧି ବିନାୟକ ପାତ୍ର, ବରିଷ୍ଠ ଶିକ୍ଷକ ଶେଷଦେବ ପ୍ରଧାନ, ସିଆରସିସି ଗଣେଶ ଚନ୍ଦ୍ର ବିଶ୍ୱାସ, ପୂର୍ବତନ ସରପଞ୍ଚ ମୁକୁନ୍ଦ ମାଡକାମୀ ପ୍ରମୁଖ ଯୋଗଦେଇ ପାଠ ସହିତ ଖେଳରେ ଆବଶ୍ୟକତା ବିଷୟରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ବିଦ୍ୟାଳର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦେବେନ୍ଦ୍ର ଭୋଳ କ୍ରୀଡ଼ାବିତ ମାନଙ୍କୁ ଅଶୀର୍ବଚନ ପ୍ରଦାନ କରିଥିଲେ।ଏହି କ୍ରୀଡା ଉତ୍ସବରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରକାର କ୍ରୀଡାରେଅଂଶଗ୍ରହଣ କରି କୃତିତ୍ୱ ହାସଲ କରିଥିବା ଛାତ୍ରୀ ଛାତ୍ର ମାନଙ୍କୁ ମଞ୍ଚାସୀନ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯିବା ସହିତ ମାନପତ୍ର ପ୍ରଦାନ କରାଯାଇଛି। ଦୁଇ ଦିନ ଧରି କ୍ରୀଡା ଶିକ୍ଷକ ଅଭିମନ୍ୟୁ ବେହେରା ଓ ଜ୍ୟୋତି ରଞ୍ଜନ ସ୍ୱାଇଁ ଏହି କ୍ରୀଡା ଉତ୍ସବରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ କ୍ରୀଡା ଗୁଡିକୁ ସୁଚାରୁରୂପେ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *