Spread the love

ବୌଦ୍ଧ : ଜ଼ିଲ୍ଲା ସଂଗ୍ରହlଳୟ ଠାରେ ବନ୍ଦେ ମାତରଂ ର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

କୁନା ଦିଗାଲ (ଦର୍ଶନ ସମୀକ୍ଷା)

ବୌଦ୍ଧ ଜିଲ୍ଲା ରେ ଵନ୍ଦେ ମାତରଂର ୧୫୦ ତମ ଜୟନ୍ତୀ ଅଵସରରେ
ବୌଦ୍ଧଗଡ଼ ପୌରପରିଷଦ ର ସମସ୍ତ ବ୍ଲକ୍ ର ସମସ୍ତ ଵିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଜିଲ୍ଲା ସଂଗ୍ରହାଳୟ ବୌଦ୍ଧଠାରେ ଅନୁଷ୍ଠିତ ହେଇଯାଇଛି l ଏହି ପ୍ରତିଯୋଗିତା ରେ ପ୍ରଶିକ୍ଷକ ତଥା ବରିଷ୍ଠ ସାଧନ କର୍ମୀ ଭାବେ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଉତ୍ତମ କୁମାର ବେହେରା, ସୁବାଷ ବୋଷ ଭୋଇ, ଅଧ୍ୟାପକ, ମନୋଜ କୁମାର ପ୍ରହରାଜ,ପ୍ରଧାନଶିକ୍ଷକ ସୁଶାନ୍ତ କୁମାର ମହାପାତ୍ର, ପ୍ରଧାନଶିକ୍ଷକ ରାଧାମୋହନ ମାହାଣା, ସହକାରୀ ଶିକ୍ଷକ ସତ୍ୟନାରାୟଣ ସାହୁ,ସହକାରୀ ଶିକ୍ଷକ ନବ କିଶୋର ଦୀପ,ସହକାରୀ ଶିକ୍ଷକ, ପ୍ରକାଶ ମେହେର, ପ୍ରଧାନଶିକ୍ଷକ ଅଭିନଵ ପଟ୍ଟନାୟକ ପ୍ରମୁଖ ବିଚାରପତି ଭାବେ ଯୋଗ ଦେଇ ଚିତ୍ରାଙ୍କନ, ସଂଗୀତ ଓ ବକ୍ତୃତା ପ୍ରତିଯୋଗିତାର ସର୍ବଶ୍ରେଷ୍ଠ ତିନିଜଣ ଛାତ୍ରଛାତ୍ରୀଙ୍କୁ ବାଛିଥିଲେ l ଅତିଥି ଭାବେ ଜ଼ିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ ଯୋଗ ଦେଇ ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ l ପ୍ରାଥମିକ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାରେ ପ୍ରଥମ କିରାଣ୍ୟା ଆଚାର୍ଯ୍ୟ, ସେଣ୍ଟ ଜାଭିୟର ପବ୍ଲିକ ସ୍କୁଲ, ବୌଦ୍ଧ ଦ୍ବିତୀୟ – ରଘୁନାଥ ପଟ୍ଟନାୟକ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ତୃତୀୟ – ପାଭନି ଅଗ୍ରୱାଲ, ସେଣ୍ଟ ଜାଭିୟର ପବ୍ଲିକ ସ୍କୁଲ, ବୌଦ୍ଧ, ମଧ୍ୟ ଇଂରାଜୀ ବିଦ୍ୟାଳୟ ସ୍ତରୀୟ ସଂଗୀତ ପ୍ରତିଯୋଗୀତାରେ ପ୍ରଥମ ଅନ୍ୱେଷା ପ୍ରଧାନ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ତେତେଲେଙ୍ଗା, ଦ୍ବିତୀୟ – ବିଭାନ ମିଶ୍ର, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ବୌଦ୍ଧ, ତୃତୀୟ – ହିମାଦ୍ରୀ ବଗର୍ତ୍ତୀ, ପି ଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, ବୌଦ୍ଧ, ଉଚ୍ଚ ବିଦ୍ୟାଳୟ ସ୍ତରୀୟ ବକ୍ତୃତା ପ୍ରତିଯୋଗିତାରେ ପ୍ରଥମ- ଆର୍ଯ୍ୟ ନାରାୟଣ ଦେବ, ସେଣ୍ଟ ଜାଭିୟର ପବ୍ଲିକ ସ୍କୁଲ ବୌଦ୍ଧ, ଦ୍ବିତୀୟ – ନିହାରିକା ଦାସ, ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ସଂଗ୍ରାମପୁର, ତୃତୀୟ – ପଦ୍ମଜା ମହାପାତ୍ର – ସେଣ୍ଟ ଜାଭିୟର ପବ୍ଲିକ ସ୍କୁଲ ବୌଦ୍ଧ ମହାବିଦ୍ୟାଳୟସ୍ତରୀୟ ବକ୍ତୃତା ପ୍ରତିଯୋଗିତାରେ ପି ଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, ବୌଦ୍ଧର ପ୍ରଥମ- ତୃପ୍ତିମୟୀ ଭଞ୍ଜ ଓ ଦ୍ବିତୀୟ- ଅନ୍ୱେଷା ମିଶ୍ର , ତୃତୀୟ – ସାହିଲଜି ଲାଲ,ଆଞ୍ଚଳିକ ପଞ୍ଚାୟତ ଉଚ୍ଚମାଧ୍ୟମିକ ବିଦ୍ୟାଳୟ, ହରଭଙ୍ଗା କୃତିତ୍ୱ ହାସଲ କରିଥିଲେ l ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ରିତାକାନ୍ତି ବଳିୟାର ସିଂହଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ପ୍ରତିଯୋଗୀତାଗୁଡ଼ିକ ସୁରୁଖୁରୁରେ ସମ୍ପାଦିତ ହୋଇଛି l ତତ୍ପଶ୍ଚାତ ସମସ୍ତ ପ୍ରତିଯୋଗୀ ଓ ମାର୍ଗଦର୍ଶକ ଶିକ୍ଷକମାନଙ୍କୁ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ମଧ୍ୟାହ୍ନ ଭୋଜନ ଦିଆଯାଇଥିଲା l ଶେଷରେ ଏକ ସଭା ଅନୁଷ୍ଠିତ ହେଇଥିଲା l ସମସ୍ତ ପ୍ରଶିକ୍ଷକ,ସମସ୍ତ ପ୍ରତିଯୋଗୀ ଏବଂ ସମସ୍ତ କର୍ମଚାରୀ ବନ୍ଦେ ମାତରଂ ସାମୁହିକ ଭାବରେ ପାଠ କରିଥିଲେ ଏବଂ ସ୍ୱଦେଶୀ ସଂକଳ୍ପ ମଧ୍ୟ ପାଠ କରିଥିଲେ l ସମସ୍ତ ସାଧନ କର୍ମୀ ତଥା ବିଚାର କ ଏବଂଉପସ୍ଥିତ ଶିକ୍ଷକ, ଶିକ୍ଷୟତ୍ରୀ ମାନେ ବନ୍ଦେ ମାତରଂ ଭାରତ ସ୍ଵାଧିନତା ସମୟରେ ସମସ୍ତ ଦେଶବାସୀଙ୍କୁ ଏକତା ସୂତ୍ରରେ ବାନ୍ଧିଥିଲା ଏବଂ ଦେଶାତ୍ମବୋଧ ଜାଗ୍ରତ କରିଥିଲା ଇତ୍ୟାଦି ଅନେକ ବିନ୍ଦୁ ଉପରେ ଆଲୋକପାତ କରିବା ସହ ଏହାର ଇତିହାସ ଓ ରାଜନୈତିକ ପୃଷ୍ଠଭୂମି ଵିଷୟରେ ମତବ୍ୟକ୍ତ ଥିଲେ l ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ଦ୍ଵାରା ପ୍ରଶିକ୍ଷକ, ଶିକ୍ଷୟତ୍ରୀ, ଅଧ୍ୟାପକଙ୍କୁ ଉତ୍ତରୀୟ ପ୍ରଦାନ କରାଯାଇଥିଲା l ସମସ୍ତ ପ୍ରଶିକ୍ଷକ ବନ୍ଦେ ମାତରଂ ଗୀତର ମହତ୍ତ୍ଵ ସମ୍ପର୍କରେ ଅଭିଭାଷଣ ଦେଇଥିଲେ l ଶେଷରେ ପ୍ରଶିକ୍ଷକ ଶ୍ରୀ ସତ୍ୟନାରାୟଣ ସାହୁ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ l ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ରିତାକାନ୍ତି ବଳିୟାର ସିଂହ କାର୍ଯ୍ୟକ୍ରମ ସମାପନ ଘୋଷଣା କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଜ଼ିଲ୍ଲା ସଂସ୍କୃତି ବିଭାଗ ର କନିଷ୍ଠ ସହାୟକ ଶୁଭ୍ରଜିତ ଦାନୀ,ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ କାର୍ଯ୍ୟାଳୟ ର ଗ୍ରନ୍ଥଗlରିକ ଅକ୍ଷୟ କୁମାର ମହାକୁଡ଼, ଜ଼ିଲ୍ଲା ପlଠାଗାର ର କର୍ମଚାରୀ ଜିତେନ୍ଦ୍ର କୁମାର ମହାନ୍ତି, ବୀର କିଶୋର କର୍ମୀ, ଜ଼ିଲ୍ଲା ସଂଗ୍ରହlଳୟ ର ଅମରେଶ ପାଣିଗ୍ରାହୀ, ମାନସ ବେହେରା, ଜୟଦେବ ବେହେରା,ସଚିନ ପ୍ରଧାନ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *