‘୫ ଦିନ ପରେ ଆଜି ୟୁଟ୍ୟୁବରୁ ଉତ୍ତର ମିଳିଛି। ସେଥିରେ କପିରାଇଟ ଭାଇଓଲେସନ ଥାଇ ପାରେ ବୋଲି କୁହାଯାଇଛି। ମୁଁ କାହାର କଣ୍ଟେଣ୍ଟ ବା ଭିଡିଓ ଚୋରି କରିନି।
ମୋର କହିବା ପାଇଁ ଗୋଟେ ପ୍ଲାଟଫର୍ମ ଦରକାର।
ଭୋଟ ପୂର୍ବରୁ ଅର୍ଗସ ସେଭଳି ସ୍କୋପ ଦେଇଥିଲା। ସରକାର ବଦଳିଲା। ଅର୍ଗସ କଣ ଆଉ ସେଭଳି ପ୍ଲାଟଫର୍ମ ଦେବ?
ସେଭଳି ସ୍କୋପ ପାଇଁ ମୁଁ ୟୁଟ୍ୟୁବ ପ୍ଲାଟଫର୍ମ ବାଛିଲି।
‘ମୁଁ ରୁବେନ କହୁଛି’ର ୩୩ ହଜାର ସବସକ୍ରାଇବର ହୋଇଯାଇଥିଲେ। ମୋର ସବୁ କଣ୍ଟେଣ୍ଟ ଏବେ ବି ଫେସବୁକ ପ୍ଲାଟଫର୍ମରେ ଅଛି। ବେଳେବେଳେ ଫେସବୁକ ଲାଇଭରେ ଆସିବି। କୌଣସି କ୍ଷମତାଶାଳୀ ଲୋକଙ୍କ ଚାପରେ ୟୁଟ୍ୟୁବ ଏହାକୁ ଉଡାଇଥାଇପାରେ। ମୁଁ କୋର୍ଟ ବାଟେ ଲଢ଼ିବି। ଆଗକୁ କାହା ନାଁରେ ୟୁଟ୍ୟୁବ ଚାନେଲ ଖୋଲିବି ସ୍ଥିର କରିନି। ଖୁବ ଶୀଘ୍ର ମୋର ନବୀନ ପଟନାୟକଙ୍କ ଉପରେ ସଂଶୋଧିତ ଓଡ଼ିଆ ବହି ଉନ୍ମୋଚନ ହେବ।
ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ କ୍ଷମତାଶାଳୀଙ୍କୁ ସତ୍ୟ କହୁଥିବି!’- ରୁବେନ ବାନାର୍ଜୀ
Leave a Reply