ହିନ୍ଦୋଳ ଉପଖଣ୍ତ ଶ୍ରୀରାଧାମୋହନ ଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଶନିବାର ସଂଧ୍ୟାରେ ଶ୍ରୀମଭାଗବତ ପାରାୟଣ ସମିତି ଆନୁକୁଲ୍ୟରେ ପ୍ରତ୍ୟକ ବର୍ଷ ପରି ଚଳିତ ବର୍ଷ ଷଡବିଂଶତମ ବାର୍ଷିକ ଶ୍ରୀମଭାଗବତ ମହାପୁରାଣ ସାପ୍ତାହିକ ପାରାୟଣ ମହାଯଜ୍ଞ ଓ ଜ୍ଞାନ ପ୍ରବଚନ କାର୍ଯ୍ୟକ୍ରମ ଏକ ବର୍ଣ୍ଣାଢ୍ୟ ପରିବେଶରେ ଉଦଘାଟିତ ହୋଇଯାଇଛି ।

Spread the love

ହିନ୍ଦୋଳରେ ଷଡବିଂଶତମ ବାର୍ଷିକ ଶ୍ରୀମଭାଗବତ ସାପ୍ତାହିକ ପାରାୟଣ ଓ ଜ୍ଞାନ ପ୍ରବଚନ ଉଦଘାଟିତ

ଖଜୁରିଆକଟା -(ଦର୍ଶନ ସମୀକ୍ଷା)

ହିନ୍ଦୋଳ ଉପଖଣ୍ତ ଶ୍ରୀରାଧାମୋହନ ଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଶନିବାର ସଂଧ୍ୟାରେ ଶ୍ରୀମଭାଗବତ ପାରାୟଣ ସମିତି ଆନୁକୁଲ୍ୟରେ ପ୍ରତ୍ୟକ ବର୍ଷ ପରି ଚଳିତ ବର୍ଷ ଷଡବିଂଶତମ ବାର୍ଷିକ ଶ୍ରୀମଭାଗବତ ମହାପୁରାଣ ସାପ୍ତାହିକ ପାରାୟଣ ମହାଯଜ୍ଞ ଓ ଜ୍ଞାନ ପ୍ରବଚନ କାର୍ଯ୍ୟକ୍ରମ ଏକ ବର୍ଣ୍ଣାଢ୍ୟ ପରିବେଶରେ ଉଦଘାଟିତ ହୋଇଯାଇଛି । ମହିଧରପୁର ମଠର ମଠାଧିସ ବାବା କାଳନ୍ଦୀଚରଣ ଦାସ ଉଦଘାଟକ , ଢେଙ୍କାନାଳ ଲୋକସଭା ସାଂସଦ ରୁଦ୍ରନାରାୟଣ ପାଣି ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥିଭାବେ ହିନ୍ଦୋଳ ଉପଜିଲ୍ଲାପାଳ ପ୍ରଭାସ କୁମାର ବେହୁରା , ହିନ୍ଦୋଳ ତହସିଲଦାର ଦିଲ୍ଲିପ କୁମାର ସେଠୀ ,ହିନ୍ଦୋଳ ରାମଚରିତ ମାନସ କମିଟି ସଂପାଦକ ହେମନ୍ତ କୁମାର ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ସନାତନ ଧର୍ମ ର ଗାଥା କୁ ପ୍ରଚାର ପ୍ରସାର କରିବା ସହ ଭାଗବତ ଓ ଗୀତାର ଅଧ୍ୟୟନ ଆଗାମୀ ପିଢିକୁ ଉତ୍ତମ ମାର୍ଗରେ ପରିଚାଳିତ କରିବ ଏଣୁ ଯୁବ ପିଢି ଏହି ମାର୍ଗରେ ପରିଚାଳିତ ହେବାକୁ ଅତିଥି ବୃନ୍ଦ ମାର୍ଗଦର୍ଶନ କରାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ହିନ୍ଦୋଳ ଉପଖଣ୍ତର ବହୁ ଭଗବତ ପ୍ରେମି ଯୋଦେଇ ଭାଗବତ କାଥାମ୍ବୃତ ଶ୍ରବଣ କରିଥିଲେ । ପ୍ରଭାକର ଦିବେଦୀ ଅତିଥି ପରିଚୟ ସହ କାର୍ଯ୍ୟକ୍ରକୁ ସଂଚାଳନ କରିଥିଲେ । ଶେଷରେ ନନ୍ଦ କିଶୋର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *