“ହାତୀ ନେ, ଘୋଡା ନେ,
ମୋ ପେଁକାଳି ବଜେଇଲେ ଦେ ”
କ୍ଷମତାର ଲୋଭ ଏକ ମାରାତ୍ମକ ଜିନିଷ।ଯେତେବେଳେ ହାତରେ କ୍ଷମତା ନ ଥାଏ, ସେତେବେଳେ କ୍ଷମତା ପାଇବା ମାତ୍ରକେ ଆମେ ମନ ଅନୁସାରେ ସବୁ ଗଢି ଦେଇଦେବୁ ବୋଲି କ୍ଷମତା ପାଇବାକୁ ବ୍ୟାକୁଳ ହୋଇପଡୂ।ମୁକ୍ତି ଓ ସମାନ ଅଧିକାରର ଦ୍ୱାହି ଦେଇ ଜଗତର ଦରବାରରେ ଆମେ କ୍ଷମତା ଦାବି କରିବାକୁ ଯାଉ।
ମାତ୍ର ଯେତେବେଳେ ସେହି କ୍ଷମତା ହାତକୁ ଆସେ, ସେତେବେଳେ ଆମର ମନ ବୁଢା ହୋଇଯାଏ, କ୍ଷମତାର ଜାଲ ଭିତରେ ଆମେ ନିଜେ ଛନ୍ଦି ହୋଇଯାଉ ଏବଂ କ୍ଷମତାର ଅପବ୍ଯବହାର କରୁ।
କ୍ଷମତାର ସଦବ୍ୟବହାର କରିବା ମଣିଷର ବାହାଦୁରୀ,
ମଣିଷପଣିଆର ପରିଚାୟକ।
( ଶ୍ରୀ ଚିତ୍ତ ରଞ୍ଜନ ଦାସଙ୍କ
” ରୋହିତର ଡାଏରୀ” ବହିରେ ତା20.07.1945ରିଖର ବର୍ଣ୍ଣନାର କିୟଦଂଶ।)
ପରାଧୀନ ଭାରତରେ ସ୍ୱାଧୀନତା ସଂଗ୍ରାମରେ ଭାଗ ନେଇଥିଲେ ମଧ୍ୟ, ସେ ଯେଉଁ ଆଶଙ୍କା ପ୍ରକାଶ କରିଥିଲେ, ତାହା ସ୍ୱାଧୀନୋତ୍ତର
ଭାରତର ଛତ୍ରେ ଛତ୍ରେ ପ୍ରତିଫଳିତ ହେଉଛି ।କ୍ଷମତା ପାଇବା ପାଇଁ
କୁଛ୍ରସାଧନା ଓ ପାଇବା ପରେ ତାହାର ଅପବ୍ଯବହାର ବାସ୍ତବତାରେ
ପରିଣତ ହେଉଛି ।
ମାଗଣାରେ ନେ ନେ ନେ,
ମୋତେ କ୍ଷମତା ଦେ ଦେ ଦେ।