ହରିଲୁଟ //ଗ୍ରାମବାସୀ ଖୋଲିଥିବା ପୋଖରୀକୁ ଅମୃତସରୋବର ଦର୍ଶାଇ ସରକାରୀ ଅର୍ଥଲୁଟ,ଢେଙ୍କାନାଳ ଜିଲ୍ଲା ହିନ୍ଦୋଳବ୍ଲକ ରାସୋଳ ଗ୍ରାମପଞ୍ଚାୟତ ସାଗର ବନ୍ଧ ଆପ୍ରୃଭାଲ ପୂର୍ବରୁ ମେସିନ୍ ସାହାଯ୍ୟରେ ଗାଁ ଲୋକ ପୋଖରୀ ଖୋଳି ମାଟି ନେଇଥିଲେ Iପଞ୍ଚାୟତ ଏ ଡ଼ି ଓ, ପି ଓ, ଏ ପି ଓ, କନିଷ୍ଠଯନ୍ତ୍ରୀ,ସହକାରୀ ଯନ୍ତ୍ରୀ ପୋଖରୀ ଖୋଳା ବିଷୟରେ କିଛି ଜାଣିନଥିବା ଦର୍ଶାଇଥିଲେ I

Spread the love

ଗ୍ରାମବାସୀ ଖୋଲିଥିବା ପୋଖରୀକୁ ଅମୃତସରୋବର ଦର୍ଶାଇ ସରକାରୀ ଅର୍ଥଲୁଟ


ଖଜୁରିଆକଟା – ଦର୍ଶନ ସମୀକ୍ଷା :

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳବ୍ଲକ ରାସୋଳ ଗ୍ରାମପଞ୍ଚାୟତ ସାଗର ବନ୍ଧ ଆପ୍ରୃଭାଲ ପୂର୍ବରୁ ମେସିନ୍ ସାହାଯ୍ୟରେ ଗାଁ ଲୋକ ପୋଖରୀ ଖୋଳି ମାଟି ନେଇଥିଲେ I ବିଭିନ୍ନ ଗଣମାଧ୍ୟମରେ ଏହି ଖବର ପ୍ରସାରଣ ହୋଇଥିବାବେଳେ ମଧ୍ୟ ପଞ୍ଚାୟତ ଏ ଡ଼ି ଓ, ପି ଓ, ଏ ପି ଓ, କନିଷ୍ଠଯନ୍ତ୍ରୀ,ସହକାରୀ ଯନ୍ତ୍ରୀ ପୋଖରୀ ଖୋଳା ବିଷୟରେ କିଛି ଜାଣିନଥିବା ଦର୍ଶାଇଥିଲେ I ମାତ୍ର ସେହି ସାଗର ବନ୍ଧକୁ ଅମୃତ ସରୋବର ଆପ୍ରୁଭାଲ କରି ଲେବର ଡିମାଣ୍ଡ ଦେଉଥିବା ଦେଖିବାକୁ ମିଳୁଛି। ପୋଖରୀରେ ପାଣି ଥିବାବେଳେ କିପରୀ ଲେବର କାର୍ଯ୍ୟ କଲେ ଏବଂ ଲେବର କାମ କରୁଥିବାର ଏନ ଏମ ଏସ ଫଟୋ ଅପଲୋଡ଼ କରାଯାଉଛି ତାହା ବିଷୟରେ ଏଡିଓ, କନିଷ୍ଠଯନ୍ତ୍ରୀ ଏବଂ ସହକାରୀ ଯନ୍ତ୍ରୀ ଏହାକୁ କିପରୀ ମଞ୍ଜୁର କରୁଛନ୍ତି ତାହା ସାଧାରଣରେ ଆଲୋଚନାର ବିଷୟ ପାଲଟିଛି I ହାତ ଗଣତି ଲୋକଙ୍କୁ ରାସ୍ତାରେ ଏବଂ ପୋଖରୀ ପାଣି ଭିତରେ ଛିଡା କରି ଏନ ଏମ ଏସ ଫଟୋ କିପରି ଗ୍ରାମସାଥି ଉଠଉଛନ୍ତି ଏବଂ ସେହି ଫଟୋକୁ କିପରି ଅଧିକାରୀ ଗ୍ରହଣ କରୁଛନ୍ତି ତାହା ଏବେ ରାସୋଳ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି I ସୂଚନାରୁ ପ୍ରକାଶ ହିନ୍ଦୋଳ ବ୍ଲକ ରାସୋଳ ପଞ୍ଚାୟତ ସାଗର ବନ୍ଧ ଶୁଖିଲା ପଡିଥିବାରୁ ଦୁଇ ମାସ ପୂର୍ବରୁ ଲୋକ ମନେ ମେସିନ ସାହାଯ୍ୟରେ ମାଟି ଖୋଳି ନିଜ ଜମି ପୋତା ପୁରାଇବାକୁ ମାଟି ନେଇଥିଲେ I ଗଣ ମାଧ୍ୟମରେ ବାରମ୍ବାର ଖବର ପ୍ରସାରଣ ହୋଇଥିଲେ ମଧ୍ୟ ହିନ୍ଦୋଳ ତହସିଲଦାର କିମ୍ବା ସରପଞ୍ଚ କୌଣସି ପଦକ୍ଷେପ ନେଇନଥିଲେ I ପଞ୍ଚାୟତ ଏଡିଓ, ପିଇଓ, କନିଷ୍ଠ ଯନ୍ତ୍ରୀ ଏବଂ ସହକାରୀ ଯନ୍ତ୍ରୀ ଏବିଷୟରେ କୌଣସି କୌଣସି ତଥ୍ୟ ନଥିବା ଏବଂ ସାଗର ବନ୍ଧର କୌଣସି କାର୍ଯ୍ୟ ପାଇଁ ଆପ୍ରୁଭାଲ ନ ଥିବା ଦର୍ଶାଇଥିଲେ I ମାତ୍ର ଆଶ୍ଚର୍ଯ୍ୟର କଥା ଏବେ ସେହି ପୋଖରୀକୁ ଅମୃତ ସରୋବର ରେ ଆପ୍ରୁଭାଲ କରି ବିଲ କରିବା ପାଇଁ ଲେବର ଡିମାଣ୍ଡ ଚାଲିଛି I ପୋଖରୀ ରେ ପାଣି ଥିବା ସମୟରେ ଲେବର କେଉଁ କାମ କରୁଛନ୍ତି ଯେ ତାଙ୍କ ନାମରେ ଲେବର ଡିମାଣ୍ଡ ହେଉଛି ଏବଂ ଯେଉଁ ଲେବରଙ୍କ ଡିମାଣ୍ଡ ହେଉଛି ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ଗ୍ରାମରେ ରହୁନଥିବା ବେଳେ କାହାକୁ ଠିଆ କରେଇ ଗ୍ରାମସାଥି ଏନ ଏମ ଏସ ଫଟୋ ଉଠାଉଛନ୍ତି ତାହା ଚିନ୍ତାର ବିଷୟ ପାଲଟିଛି I ଅଧିକ ପିସି ଏବଂ କାର୍ଯ୍ୟରେ ଭାଗିଦାରୀତା ଥିବାରୁ ହିନ୍ଦୋଳ ଅଧିକାରୀ ମାନେ ଚୁପ ବସି ଠିକାଦାରକୁ ଦୁର୍ନୀତି କରିବାରେ ସାହାଯ୍ୟ କରୁଥିବା ଆଲୋଚନା ହେଉଛି I ତେବେ ଏହି ଘଟଣାର ସଠିକ ତଦନ୍ତ ପାଇଁ ଢେଙ୍କାନାଳ ଜିଲ୍ଲାପାଳ ଏବଂ ସିଡିଓ କେବେ ତତ୍ପରତା ଦେଖାଉଛନ୍ତି ତାହା ଦେଖିବାକୁ ବାକି ରହିଲା

Leave a Reply

Your email address will not be published. Required fields are marked *