Spread the love

ହଟିଆ ପୁରୀ ତପସ୍ୱିନୀ ଏକ୍ସପ୍ରେସ ଆଜି ବାମରା ଷ୍ଟେସନ ପାଞ୍ଚ କିଲୋମିଟର ପୂର୍ବରୁ ଅଟକେଇ ଯାତ୍ରୀ ମାନଙ୍କୁ ହଇରାଣ କଲେ…କୌଣସି କାରଣ ବଶତଃ ତପସ୍ୱିନୀ ଏକ୍ସପ୍ରେସ ଟୀ ସକାଳ 6.20 ମିନିଟ ଠିକ ସମୟରେ ଝାରସୁଗୁଡା ଷ୍ଟେସନ ଛାଡି ଥିଲା. ଠିକ ଅଧଘଣ୍ଟା ପରେ ବାମରା ଷ୍ଟେସନ ପୂର୍ବରୁ ରଖିଲା. କେହି କିଛି ବୁଝି ପାରିଲେ ନାହିଁ କଣ ହେଲା.. ପ୍ରାୟ ଏକ ଘଣ୍ଟା ପରେ ଜଣାପଡିଲା ବାମରା ଷ୍ଟେସନ ରେ ଷ୍ଟ୍ରଇକ ହେଇଛି.. ଏହାର ଦୁଇ ଘଣ୍ଟା ପରେ ଟ୍ରେନ ରୁ ପାଣି ସରିଗଲା. ଖାଇବାକୁ କିଛି ନାହିଁ ଯାତ୍ରୀ ମାନେ ଶୌଚ ପାଇଁ ପୋଖରୀ ଖୋଜିଲେ. ଶୀତତାପ ବଗିର ବାବୁମାନେ ବେଶୀ ହଇରାଣ ହେଲେ ଛୋଟ ଛୋଟ ଛୁଆ ଙ୍କୁ ନେଇ ଡହଳ ବିକଳରେ ଟ୍ରେନ ରୁ ବାହାରି ଚାଲିବାକୁ ଲାଗିଲେ ଜଙ୍ଗଲ ଅତିକ୍ରମ କରୀ ରାସ୍ତା ଉପରେ ପହଁଚିଲା ବେଳକୁ ଅଟ ଵାଲା ପାଞ୍ଚ କିଲୋମିଟର କୁ ଜଣକିଆ ତିନିଶ ଟଙ୍କା କହୁଛି.. କିନ୍ତୁ ପ୍ରଶ୍ନ ଉଠେ ରେଳବିଭାଗ କିପରି ଜାଣିପାରିଲେନି ଝାରସୁଗୁଡା ରେ ଅଟକେଇ ଥିଲେ ଯାତ୍ରୀ ମାନେ ଟିକେ ଜଳଖିଆ ପାଣି ପାଇଥାନ୍ତେ.

Related Post

Leave a Reply

Your email address will not be published. Required fields are marked *

You Missed