Spread the love

ସ୍ୱାଧୀନ ଭାରତରେ 1951 ମସିହାରେ ପ୍ରଥମେ ପଞ୍ଚବାର୍ଷିକ ଯୋଜନା ଆରମ୍ଭ ହେଇଥିଲା. ଯାହାକି ଶିକ୍ଷାର ବିକାଶ ଦିଗରେ ଅଧିକା ସହାୟକ ହେଇଥିଲା. କିନ୍ତୁ କିଏ ଜାଣିଥିଲା ଦେଶର ଶିକ୍ଷାବିତ ମାନେ ଏମିତି ଦେଶକୁ ଆଗକୁ ନେଲେ ଯେ ବର୍ତମାନ ବଡ଼ ବଡ଼ ସରକାରୀ ବାବୁ ମାନଙ୍କ ନିର୍ଦେଶ ବଳରେ ଖଣି ଖାଦାନ କୁ ନ ବିକିଲେ ଦେଶ ଆଉ ଆଗକୁ ଯାଇ ପାରିବିନି ବରଂ ତଳକୁ ତଳକୁ ଯାଇପାରେ.. କିନ୍ତୁ କେତେଦିନ.. ଆଜି କୋଉଠି ନଦୀ ନାଳ ପୋତା ଯାଇ ଅଟାଳିକା ନିର୍ମାଣ ହେଉଛି ତ କୋଉଠି ଜଙ୍ଗଲ କାଟି ବଡ଼ ବଡ଼ ଶିଳ୍ପ ପ୍ରତିଷ୍ଠା ହେଉଛି.. ଆଜି ଏହାର ସମାଧାନ କାହା ପାଖରେ ନାହିଁ..ଆଜି ଶିକ୍ଷିତ ଘରେ ଘରେ ଭର୍ତ୍ତି ହେଇଗଲେଣି କିନ୍ତୁ ଚାକିରୀ ନାହିଁ.

ଶିଳ୍ପସଂସ୍ଥା ବନ୍ଦ ହେବାକୁ ବସିଲା ବେଳକୁ ITI ସଂସ୍ଥା ଛତୁ ଫୁଟିଲା ଭଳି ଖୋଲୁଛି ଡିପ୍ଲୋମା ଇଞ୍ଜିନିଅର ଘରେ ବସିଲେଣି.. ଦେଶ ସ୍ୱାଧୀନତା ପାଇବା ପରେ କିଛି ଅଶିକ୍ଷିତ ଲୋକ କହିବା ଶୁଣାଯାଉଥିଲା. ଦିନ ଆସିବ ପାଠ ପଢି ପଢି ବେକାର ହେବ କିଏ କିଏ ଅନ୍ୟ ରାଜ୍ୟରେ କହୁଥିଲେ “ଡିବିରୀଆ ମେଁ ତେଲ ନେହିଁ ଝୁପୁଡ଼ା ଅନ୍ଧାର ହୈ ଏଜୁକେଶନ କେ ପୀଛେ ଜାନା ଜିନଦେଗୀ ବେକାର ହୈ.”.ଆଜି ସତ୍ୟରେ ପରିଣତ ହେବାକୁ ଯାଉଛି… ହୁଏତ ସମ୍ବିଧାନ ର ଧାରା 41 କହୁଛି ଭାରତର ପ୍ରତ୍ୟକ ନାଗରିକ ର ଶିକ୍ଷା ପାଇବାର ମୌଳିକ ଅଧିକାର ରହିଛି ଏଥିପାଇଁ ସରକାର ସମସ୍ତ ପ୍ରକାର ପଦକ୍ଷପ ନେବା ଉଚିତ. ଅନ୍ୟ ପ୍ରକାର ରେ କହିବାକୁ ଗଲେ ଦେଶରେ ଯୋଉ ସରକାର ଆସୁ ଶିକ୍ଷା ଉପରେ ଅଧିକା ଗୁରୁତ୍ୱ ଦେବା ଅତି ଜରୁରୀ ଓ ବାଧ୍ୟ..

ସେଇ ଭଳି କୃଷି ଉପରେ ସରକାରୀ ସୁବିଧା ଯେତେ ଦିଆଗଲେ ମଧ୍ୟ ଶିକ୍ଷିତ ବ୍ୟକ୍ତି ମାନେ ଇଛା କରୁନାହାନ୍ତି. ଘରେ ବେକାର ହେଇ ବସିବାକୁ ଉଚିତ ମନେ କରୁଛନ୍ତି… ଏଥିପାଇଁ ସରକାରୀ ସ୍ତରରେ ଅଧିକା କିଛି ବାଧ୍ୟତା ମୂଳକ ଆଇନି ଆଣିବା ଦରକାର. ଯାହାହେଉ ଦେଶରେ ସମ୍ବିଧାନ ଅନୁଯାଇ ଶିକ୍ଷା ଉପରେ ସମସ୍ତେ ତାଲିକା ଭୁକ୍ତ ହେଇଥିଲେ ହେଁ ଏହାର ସର୍ବଦା ପ୍ରଗତି ଉପରେ ଉଭୟ ଓ କେନ୍ଦ୍ର ଦାଇ. ତେଣୁ ବେକାରୀ ସମସ୍ୟା ଉପରେ ପ୍ରର୍ଥ୍ୟକ୍ଷ ବା ପରୋକ୍ଷ ଉପରେ ସରକାର କିଛି କଡ୍ଡା ନିୟମ କରିବା ଜରୁରୀ…ଶିକ୍ଷିତ ବେକାର ଟିଏ ଘରେ ନ ବସି ଵିଲକୁ ଯାଇ ଚାଷ ରେ ମନ ନିଶ୍ଚିତ ଦେବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ..

Leave a Reply

Your email address will not be published. Required fields are marked *