Spread the love

ବଡଚଣା,୫।୩,(ଦର୍ଶନ ସମୀକ୍ଷା) ଫଗୁର ର ପର୍ବ ଦୋଳ , ଫଗୁଣର ପବିତ୍ର ଦୋଳ ଯାତ୍ରାରେ ଗାଁ ଠାରୁ ନଗର ପର୍ଯ୍ୟନ୍ତ ଶଙ୍ଖ ଘଣ୍ଟା ଘଣ୍ଟ ବଦ୍ୟରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇ ଥାଏ। ଯାଜପୁର ଜିଲ୍ଲା ବଡ ଚଣା ବ୍ଲକ ଅନ୍ତର୍ଗତ ସୋଲର ସ୍ଥିତ କଥା କୁହା ଆରାଧ୍ୟ ଓ ପ୍ରତ୍ୟକ୍ଷ ଦେବୀ ମା ମଙ୍ଗଳା ଙ୍କ ପୀଠରେ ବହୁ ଆଡ଼ମ୍ବରରେ ଦୋଳ ମିଳନ ଅନୁଷ୍ଟିତ ହୋଇ ଯାଇଛି। ବିଶେଷ ଭାବରେ ଭଗବାନ ପରମ ପୁରୁଷ ଶ୍ରୀ କୃଷ୍ଣ ଓ ଆଦିଶକ୍ତି ମା ଶ୍ରୀ ରାଧା ରାଣୀ ଙ୍କ ଅପ୍ରାକୃତିକ ମିଳନ ର ଏହି ପର୍ବ କୁ ଆମେ ପବିତ୍ରତାର ସହିତ ପୁର ପଲ୍ଲୀ ରେ ଦୋଳ ପର୍ବ ଭାବରେ ପାଳନ କରାଯାଇ ଥାଏ। ଏହି ଦୋଳ ମିଳନ ରେ ଯାଜପୁର,କଟକ ଜିଲ୍ଲାର ମୋଟ ୨୭ ଗୋଟି ଦୋଳ ଗୋବିନ୍ଦ ଜିୟୁ ମାନେ ବିଭାନରେ ଭକ୍ତ ମାନଙ୍କୁ ଦର୍ଶନ ଦେଇ ଥିଲେ। ପବିତ୍ର ଦୋଳ ପର୍ବ ହେଉଛି ଭାଈ ଚାରା ର ମିଳନ ପର୍ବ ଅବସରରେ ସୋଲର ଗ୍ରାମ ପଞ୍ଚାୟତର ଅଧିବାସୀ, ମୂରବୀ ତଥା ଯୁବକ ବନ୍ଧୁ ସମସ୍ତଙ୍କ ସାହାର୍ଯ୍ୟ ସହଯୋଗରେ ଶାନ୍ତି ଶୃଙ୍ଖଳାର ସହିତ ଏହି ଯାତ୍ରା ଅନୁଷ୍ଟିତ ହୋଇ ଥିବାରୁ ସମସ୍ତଙ୍କୁ ଧନ୍ୟବାଦ୍ ଜଣାଇ ଛନ୍ତି ସରପଞ୍ଚ ବିଜୟ ସ୍ୱାଇଁ, ଏହି ଦୋଳ ଉତ୍ସବ ପଞ୍ଚାୟତ ର ସମସ୍ତ ଭାଈ ଭଉଣୀ ମାନଙ୍କ ଲାଗି ଖୁସିର ପର୍ବ ହେଉ ବୋଲି କାମନା କରିଛନ୍ତି ସମିତି ସଭ୍ୟ ସଞ୍ଜୟ ବେହେରା। ବରିଷ୍ଠ ମୂରବୀ ମାନଙ୍କ ମଧ୍ୟରେ ମାଧବାନନ୍ଦ ମହାପାତ୍ର, ସନ୍ତୋଷ ପ୍ରହରାଜ, ରମେଶ ଚନ୍ଦ୍ର ବିଶ୍ବାଳ, ରମେଶ ମହାପାତ୍ର, ଅଜୟ ବେହେରା, ପ୍ରମୁଖ ଉପସ୍ଥିତ ଥିବା ବେଳେ ମନ୍ଦିର କମିଟି ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳାର ସହିତ ଏହି ଦୋଳ ମିଳନ ପରିଚାଳନା କରିଥିଲେ,ତେବେ ମା ମଙ୍ଗଳା ଙ୍କ ମୁଖ୍ୟ ପୂଜକ କାମ ଦେବ ପଣ୍ଡା ସମସ୍ତ ନୀତି କାନ୍ତି ସହିତ ଯଥା ବିଧିରେ ଅନୁଷ୍ଟିତ ହୋଇ ଥିବା ବେଳେ ଶହ ସହ ଶ୍ରଦ୍ଧାଳୁ ଙ୍କ ଭିଡ଼ ଦେଖିବାକୁ ମିଳି ଥିଲା।

Related Post

Leave a Reply

Your email address will not be published. Required fields are marked *

You Missed