ସୁପ୍ରୀମ କୋର୍ଟ ଦେଲେ ଆଦେଶ : ପ୍ରାଇଭେଟ୍ ମେଡିକାଲ୍ ଏବେ ଗରିବଙ୍କୁ କରାଇବେ ମାଗଣାରେ ଚିକିତ୍ସା, ନହେଲେ ମେଡିକାଲ୍ ରେ ଝୁଲିବ ତାଲା

Spread the love

ସୁପ୍ରୀମ କୋର୍ଟ ଦେଲେ ଆଦେଶ : ପ୍ରାଇଭେଟ୍ ମେଡିକାଲ୍ ଏବେ ଗରିବଙ୍କୁ କରାଇବେ ମାଗଣାରେ ଚିକିତ୍ସା, ନହେଲେ ମେଡିକାଲ୍ ରେ ଝୁଲିବ ତାଲା

ଏବେ କିଛି ଦିନ ହେବ ଉଚ୍ଚତମ ନ୍ୟାୟାଳୟ ଗରିବଙ୍କ ହକ୍ ପାଇଁ ଏକ ଫଇସଲା ଶୁଣାଇଛନ୍ତି ଯାହା ପ୍ରାଇଭେଟ୍ ମେଡିକାଲ୍ ମାନଙ୍କୁ ଏକ ବଡ ଝଟକା ଲାଗିଛି । ଯଦି ଆପଣ ଦାରିଦ୍ରତା ରେଖା ତଳେ ଆସୁଛନ୍ତି ତେବେ ଚିକିତ୍ସା ପାଇଁ ଆପଣଙ୍କ ପାଖରେ ପଇସା ନାହିଁ, ତେବେ ଆପଣ ପ୍ରାଇଭେଟ୍ ମେଡିକାଲ୍ ରେ ଚିକିତ୍ସା କରିବାକୁ ଯାଇ ପାରିବେ ନାହିଁ କାହିଁକି ନା ସେମାନେ ଅଧିକ ଟଙ୍କା ନେଇ ଥାନ୍ତି।

ସୁପ୍ରିମ୍ କୋର୍ଟ୍ ଏହା ଫଇସଲା କରିଛନ୍ତି କି ଦେଶର ରାଜଧାନୀରେ ଯେତିକି ବି ପ୍ରାଇଭେଟ୍ ମେଡିକାଲ୍ ଅଛି । ସରକାରୀ ଜାଗାରେ ହୋଇଛି । ତାହା ଗରିବଙ୍କ ପାଇଁ ମାଗଣା ଚିକିତ୍ସାରେ ଲାଗିବ ।

ଏହା ଗରିବ ଲୋକଙ୍କ ପାଇଁ ରିହାତି ଦେଲାଭଳି ଖବର ଅଟେ । ଏହି ଆଦେଶ ଦ୍ୱାରା ଦେଶର ସବୁଠାରୁ ବଡ ଅଦାଲତ ଦିଲ୍ଲୀ, ମୂଳଚନ୍ଦ, ସେଣ୍ଟ ଷ୍ଟିଫେନ୍ସ, ଓ ସୀତାରାମ ଭରତିଆ ମେଡିକାଲରେ ଅର୍ଜୀ ଶୁଣାଣି ହୋଇଛି । ସୁପ୍ରିମକୋର୍ଟ କୋର୍ଟ୍ ଆଦେଶ ଦେଇଛନ୍ତି କି ଅନ୍ୟ ତରଫରୁ ଓ ପିଡି ରେ ପ୍ରାୟ ୨୫ % ଦାରିଦ୍ରତାରେ ଥିବା ରୋଗୀଙ୍କୁ ମାଗଣା ଚିକିତ୍ସା କରାଯିବ । ଏତିକି ନୁହେଁ ଯଦି କେଉଁ ପ୍ରାଇଭେଟ୍ ମେଡିକାଲ୍ ଦାରିଦ୍ର ତାରେ ଥିବା ରୋଗୀଙ୍କୁ ଚିକିତ୍ସା ନକଲେ ତେବେ ତାଙ୍କ ଲାଇସେନ୍ସ ରଦ୍ଧ ହୋଇଯିବ ଓ ମେଡିକାଲ୍ ରେ ତାଲା ଝୁଲିବ ।

ସୁପ୍ରିମକୋର୍ଟ କୋର୍ଟ ଏହା ବି କହିଲେ କି ଯେଉଁ ପ୍ରାଇଭେଟ୍ ମେଡିକାଲ୍ ଗୁଡିକ ସରକାରୀ ସବସିଡିରେ ନିଜର ମେଡିକାଲ୍ ନିର୍ମାଣ କରିଛନ୍ତି । ସେମାନଙ୍କୁ ମାଗଣା ଚିକିତ୍ସା କରିବାର ଅଛି ଓ ମେଡିକାଲ୍ ର ଏହି ଆଦେଶକୁ ନ ମାନିଲେ ଅଦାଲତର ଅବମାନନାରେ ଭାଗିଦାରୀ ହେବେ । ତାଙ୍କର ଲାଇସେନ୍ସ ରଦ୍ଧ କରିନିଆଯିବ ।

Leave a Reply

Your email address will not be published. Required fields are marked *