ସୁନ୍ଦରଗଡ଼ //ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନାର ଶୁଭାରମ୍ଭ,ପିଏମ୍ ଧନଧାନ୍ୟ କୃଷି ଯୋଜନା ସୁନ୍ଦରଗଡ ସମେତ ଭାରତର ୧୦୦ଟି ଜିଲ୍ଲାରେ ଯୋଜନାର ୩୬ଯୋଜନା ଓ ୧୧୦୦ ଟି ପରିଯୋଜନାର ଶୁଭାରମ୍ଭ

Spread the love

ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନାର ଶୁଭାରମ୍ଭ

ପିଏମ୍ ଧନଧାନ୍ୟ କୃଷି ଯୋଜନା ସୁନ୍ଦରଗଡ ସମେତ ଭାରତର ୧୦୦ଟି ଜିଲ୍ଲାରେ ଯୋଜନାର ଶୁଭାରମ୍ଭ

୩୬ଯୋଜନା ଓ ୧୧୦୦ ଟି ପରିଯୋଜନାର ଶୁଭାରମ୍ଭ

ସୁନ୍ଦରଗଡ଼,୧୧/୧୦/୨୫ : =(ଦର୍ଶନ ସମୀକ୍ଷା) ସ୍ଥାନୀୟ ସଂସ୍କୃତି ଭବନ ଠାରେ ଆଜି କୃଷି ବିଜ୍ଞାନ କେନ୍ଦ୍ର ଓ କୃଷି ଓ କୃଷକ ଶସକ୍ତିକରଣ ବିଭାଗ, ସୁନ୍ଦରଗଡର ମିଳିତ ସହଯୋଗରେ ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମର ସିଧା ପ୍ରସାରଣ ଓ ଏକ ସଭା ଆୟୋଜିତ ହୋଇଯାଇଅଛି। ରାଷ୍ଟ୍ରୀୟ କୃଷି ବିଜ୍ଞାନ ପରିସର, ପୁସା, ନୂଆଦିଲ୍ଲୀଠାରେ ଆୟୋଜିତ ଏହି ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା ଏବଂ ଡାଲି ଜାତୀୟ ଆତ୍ମ ନିର୍ଭରତା ମିଶନର ଶୁଭାରମ୍ଭ ଏବଂ କୃଷି ଭିତ୍ତିଭୂମି ପାଣ୍ଠି, ପ୍ରାଣୀ ପାଳନ, ମତ୍ସ୍ୟଚାଷ ଏବଂ ଖାଦ୍ୟ ପ୍ରକ୍ରିୟାକରଣର ୧୧୦୦ ରୁ ଅଧିକ ପରିଯୋଜନା ଗୁଡିକର ଉଦ୍ଘାଟନ ଏବଂ ଶିଳାନ୍ୟାସ ହୋଇଯାଇଅଛି।
ଏହି ପିଏମ୍ ଧନଧାନ୍ୟ କୃଷି ଯୋଜନା ଭାରତର ୧୦୦ଟି ଜିଲ୍ଲା ମଧ୍ୟରେ ଓଡିଶାର ସୁନ୍ଦରଗଡ ଜିଲ୍ଲା ଆକାଂକ୍ଷୀ ଜିଲ୍ଲା ଭାବରେ ସ୍ଥାନିତ ହୋଇଅଛି । ଚଳିତ ବର୍ଷଠାରୁ ୬ ବର୍ଷ ନିମନ୍ତେ ଜିଲ୍ଲାରେ ବିଭିନ୍ନ ବିଭାଗର କେନ୍ଦ୍ର ତଥା ରାଜ୍ୟ ଯୋଜନା ଗୁଡିକୁ ସମନ୍ୱିତ ଭାବେ ରୂପାୟନ କରାଯାଇ କୃଷି ତଥା ଆନୁସଙ୍ଗିକ ଉତ୍ପାଦକିତା ବୃଦ୍ଧି, ଫସଲ ବିବିଧିକରଣ, ପରିବେଶ ଅନୁକୂଳ ଚିରସ୍ଥାୟୀ କୃଷି ଉପରେ ଗୁରୁତ୍ୱ ଦେଇ ଚାଷୀମାନଙ୍କର ଆୟ ବହୁଗୁଣିତ କରାଯିବାର ଲକ୍ଷ୍ୟ ରଖାଯାଇଅଛି ।

ଜିଲ୍ଲା ସଂସ୍କୃତି ଭବନଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶା ବିଧାନ ସଭାର ମାନ୍ୟବର ଉପ-ବାଚସ୍ପତି ଶ୍ରୀ ଭବାନୀ ଶଙ୍କର ଭୋଇ, ସୁନ୍ଦରଗଡ଼ ପୌରାଧ୍ୟକ୍ଷା ଶ୍ରୀମତୀ ତନୟା ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁରଜ କୁମାର ପଟ୍ଟନାୟକ, ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ସୁରଞ୍ଜନ ସାହୁ ପ୍ରମୁଖ ଯୋଗଦେଇ ଏହି ପିଏମ ଧନଧାନ୍ୟ ଯୋଜନାର ସୁଫଳ ଚାଷୀଭାଇମାନଙ୍କୁ ମିଳିପାରିବ ବୋଲି ମତବ୍ୟକ୍ତ କରିଥିଲେ । ଭାରତ ତଥା ଓଡିଶା ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଉଥିବା ବିଭିନ୍ନ ଯୋଜନାର ସୁଫଳ ନେବାପାଇଁ ଚାଷୀମାନଙ୍କୁ ଉତ୍ସାହିତ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ପ୍ରକଳ୍ପ ନିର୍ଦ୍ଦେଶକ(ଜଳ ବିଭାଜିକା) ପ୍ରସନ୍ନ କୁମାର ପାତ୍ର, ଉପ-ଉଦ୍ୟାନ କୃଷି ନିର୍ଦ୍ଦେଶ ସୁକାନ୍ତ ନାଏକ, ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ସନ୍ତୋଷ କୁମାର ପାଣୀଗ୍ରାହୀ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଅରୁଣ କୁମାର ସାହୁ, ନିର୍ବାହୀ ଯନ୍ତ୍ରୀ (କୃଷି) ପରମାନନ୍ଦ ପ୍ରଧାନ, ଡି.ଏମ୍.ଏଫ୍.ର ସ୍ୱତନ୍ତ୍ର ପ୍ରକଳ୍ପ ଅଧିକାରୀ(ଜିବୀକା) ଅନୁପମ୍ ଘୋଷ ଚୌଧୁରୀ, ଓରମାସର ଉପ-କାର୍ଯ୍ୟନିର୍ବାହୀ ଅଧିକାରୀ କେଶବ ଚନ୍ଦ୍ର ଝା, କ୍ଷୁଦ୍ର ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଇଂ. ଧୀରେନ୍ଦ୍ର କୁମାର ନାଏକ, ଓଡିଶା ଜୀବିକା ମିଶନର ଜିଲ୍ଲା ପ୍ରକଳ୍ପ ପରିଚାଳକ ସାମୁଏଲ ଟପୋ, ଆଞ୍ଚଳିକ କୃଷି ଓ ଗବେଷଣା ଉପକେନ୍ଦ୍ର, କିରେଇର ମୁଖ୍ୟ ଡଃ. ସଜୀବ କୁମାର ବିଶ୍ୱାସୀ ପ୍ରମୁଖ ଯୋଗଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଲାଲବିହାରୀ ମଲ୍ଲିକ ଅତିଥିମାନଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ । କୃଷି ବିଜ୍ଞାନ କେନ୍ଦ୍ର, ସୁନ୍ଦରଗଡର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ଡ଼ଃ ଲକ୍ଷ୍ମୀପ୍ରିୟା ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମଟିକୁ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା ଲିପିକା ପ୍ରିୟଦର୍ଶିନୀ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *