ସାହିତ୍ୟ ମାସିକ //ଆଜି ସନ୍ଧ୍ୟାରେ ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ଆନୁକୂଲ୍ୟରେ ଆୟୋଜିତ “ସାହିତ୍ୟ ମାସିକୀ” କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଲେ ଯେଗଳ୍ପକାରୀତାରେ ମଧ୍ୟ ସୂଚନା ଓ କୃତ୍ରିମତା ରହିବା ଆବଶ୍ୟକ |ଲେଖକ ମନେ ରଖିବା ଉଚିତ ଯେ ପ୍ରତି ପାଠକ ଜଣେ ଅବିକଶିତ ଲେଖକ

Spread the love

“ସାହିତ୍ୟ ମାସିକୀ ” କାର୍ଯ୍ୟକ୍ରମ
“ପ୍ରତି ପାଠକ ଜଣେ ଅବିକଶିତ ଲେଖକ” : ଗାଳ୍ପିକ ଜ୍ୟୋତି ନନ୍ଦ
ଗଳ୍ପବହି “ବାପା ଓ ସୋଫା” ଉନ୍ମୋଚିତ

ଭୁବନେଶ୍ୱର 30.08:=ଦର୍ଶନ ସମୀକ୍ଷା
ଆତ୍ମଜୀବନୀ ଓ ବିବରଣୀ ତଥା ଆବେଗ ବ୍ୟତୀତ ସମକାଳୀନ ଓଡ଼ିଆ ଗଳ୍ପ ଅଧିକ ଉପରକୁ ଯିବା ଦରକାର ବୋଲି ବିଶିଷ୍ଟ କଥାଶିଳ୍ପୀ ଶ୍ରୀ ଜ୍ୟୋତି ନନ୍ଦ ମତ ଦେଇଛନ୍ତି|
ଆଜି ସନ୍ଧ୍ୟାରେ ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ଆନୁକୂଲ୍ୟରେ ଆୟୋଜିତ “ସାହିତ୍ୟ ମାସିକୀ” କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଲେ ଯେ
ଗଳ୍ପକାରୀତାରେ ମଧ୍ୟ ସୂଚନା ଓ କୃତ୍ରିମତା ରହିବା ଆବଶ୍ୟକ |
ଲେଖକ ମନେ ରଖିବା ଉଚିତ ଯେ ପ୍ରତି ପାଠକ ଜଣେ ଅବିକଶିତ ଲେଖକ | ପ୍ରତି କାହାଣୀର ଗଠନ- ଶୈଳୀ ଓ ଦ୍ଵନ୍ଦ୍ବ ନିର୍ମାଣ ଉପରେ ଲେଖକ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ଶ୍ରୀ ନନ୍ଦ ଉଲ୍ଲେଖ କରିଥିଲେ|
କାର୍ଯ୍ୟକ୍ରମରେ କଥାକାର ପ୍ରଦ୍ୟୁମ୍ନ ପଟ୍ଟନାୟକଙ୍କ ଗଳ୍ପ ପୁସ୍ତକ”ବାପା ଓ ସୋଫା ” ପାଠକାର୍ପିତ ହୋଇଥିଲା |

 ଅନୁଷ୍ଠାନର ସଭାପତି ସୂର୍ଯ୍ୟ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ କଥାକାର ପ୍ରଦୀପ୍ତ କୁମାର ମିଶ୍ର ପୁସ୍ତକ ସମ୍ପର୍କରେ ସମୀକ୍ଷାତ୍ମକ

ଆଲୋଚନା କରିଥିଲେ | ଲେଖକ ଶ୍ରୀ ପଟ୍ଟନାୟକ
ଲେଖକୀୟ ଅଭିବ୍ୟକ୍ତି ପ୍ରଦାନ କରିଥିଲେ | “ଏ ମାସର କବି” ଭାବରେ ତରୁଣ କବି ଜିତୁ ପ୍ରଧାନ ସ୍ୱରଚିତ କବିତା ପାଠ କରିଥିଲେ |
ପରବର୍ତୀ ପର୍ଯ୍ୟାୟରେ ରାଧାରାଣୀ ସରକାର ଓ ସ୍ନେହ ଦାସ ଲେଙ୍କାଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ବିଜୟ ମହାପାତ୍ର, ମନୋରଞ୍ଜନ ପାଣିଗ୍ରାହୀ, ଅଲେଖ ଚରଣ ରାଉତ, ସୁବ୍ରତ ସେନାପତି, ଶୈଳେନ୍ଦ୍ର ଜେନା, ସୁଶାନ୍ତ ଷଡ଼ଙ୍ଗୀ, ଜୟନାରାୟଣ ନନ୍ଦ, ତୃପ୍ତିମୟୀ ରାଉଳ, ବିଷ୍ନୁପ୍ରିୟା ପ୍ରିୟଦର୍ଶିନୀ, ଇତିଶ୍ରୀ ପତି,ସୁଷମା ଦାସ, ରମେଶ ପଟ୍ଟନାୟକ,ଅକ୍ଷୟ ସାହୁ, ଅରୁଣ ଡାକୁଆ, କଳ୍ପନା ମହାରଣା , ନବୀନ ସୂତ୍ରଧର ପ୍ରମୁଖ ଲେଖା ପାଠ କରିଥିଲେ | ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ରକ୍ଷକ ନାୟକ ପ୍ରାରମ୍ଭିକ ସୂଚନା ଏବଂ ଧନ୍ୟବାଦ ଅର୍ପଣ କରିଥିଲେ |
କାର୍ଯ୍ୟକ୍ରମ ଆରମ୍ଭରେ ପରଲୋକ- ଗତ ବିନୋଦ ପଶାୟତ ଓ ବିପିନ ଆଚାର୍ଯ୍ୟଙ୍କ ଉଦ୍ଦେଶ୍ୟରେ ନିରବ
ପ୍ରାର୍ଥନା କରାଯାଇଥିଲା |

Leave a Reply

Your email address will not be published. Required fields are marked *