ସାରା ଓଡ଼ିଶାରେ ବହୁଚର୍ଚ୍ଚିତ ନୂଆ-ଓ କାର୍ଯ୍ୟକ୍ରମଚାଲୁଥିବା ବେଳେ ଗତକାଲି ବେଗୁନିଆ ଠାରେ ପାଣ୍ଡିଆନଙ୍କୁ କଣ କହିବାକୁ ଚାହୁଁଥିଲେ ଛାତ୍ରୀ?
ବେଗୁନିଆରେ ଭିକେ ପାଣ୍ଡିଆନଙ୍କ ସଭାରେ ଛାତ୍ରୀଙ୍କ ଆଚରଣ ପାଇଁ ଚର୍ଚ୍ଚା
୧୨ଟି କଲେଜର ପିଲାଙ୍କୁ ନେଇ ଆଜି ସଭା ଆୟୋଜନ ହୋଇଥିଲା
ପ୍ରତି କଲେଜର ଜଣେ ଜଣେ ପିଲାଙ୍କୁ ମଞ୍ଚରେ ମେଧାବୃତ୍ତି ଦେଇଥିଲେ ପାଣ୍ଡିଆନ
ବୃତ୍ତି ସଂପର୍କିତ ଫଟୋ ସେସନ ପରେ ସବୁ ପିଲା ମଞ୍ଚରୁ ଓହ୍ଲାଇଥିଲେ
-ତେବେ ସେଥିରୁ ଜଣେ ଛାତ୍ରୀ ନଓହ୍ଲାଇ ପାଣ୍ଡିଆନଙ୍କ ପାଖକୁ ଯାଇଥିଲେ
-ପାଣ୍ଡିଆନଙ୍କୁ କିଛି କହିବାକୁ ଅନୁନୟ ହୋଇଥିଲେ ସଂପୃକ୍ତ ଛାତ୍ରୀ
-ତେବେ ପାଣ୍ଡିଆନ ତାଙ୍କ କଥା ନଶୁଣିବାରୁ ସେ ଅନୁନୟ ବିନୟ କରିଥିଲେ
ତଳେ ଥିବା ଜଣେ ସାଦା ପୋଷାକଧାରୀ ମହିଳା ପୋଲିସ ମଞ୍ଚକୁ ଆସିଥିଲେ
-ଆଉ ଜଣେ ମହିଳାଙ୍କ ସହାୟତାରେ ଛାତ୍ରୀଙ୍କୁ ଭିଡ଼ି ନେଇଥିଲେ ସଂପୃକ୍ତ ପୋଲିସ
-ଗଣମାଧ୍ୟମଠାରୁ ଦୂରରେ ରଖି ସଂପୃକ୍ତ ଛାତ୍ରୀଙ୍କୁ ସେଠାରେ ନେଇ ପଳାଇଥିଲେ
-ତେବେ ଛାତ୍ରୀ ଜଣକ କଣ କହିବାକୁ ଚାହୁଁଥିଲେ, ସ୍ପଷ୍ଟ ଜଣାପଡ଼ିନାହିଁ.
