ଖଲିକୋଟ //ସାଇ ଟିଉଟ୍ରିଆଲ ଠାରେ ଏ.ପି.ଜେ.ଅବଦୁଲ କଲାମ ଜନକଲ୍ୟାଣ ଚାରି ଟେବୁଲ ଟ୍ରଷ୍ଟ ତରଫରୁ ବନ୍ୟଜନ୍ତୁ ସଂରକ୍ଷଣ ଓ ବୃକ୍ଷ ରୋପଣ ସଚେତନତା ଶିବିର ଓ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇ ଯାଇଛି

Spread the love

ବନ୍ୟଜନ୍ତୁ ସଂରକ୍ଷଣ ଓ ବୃକ୍ଷ ରୋପଣ ସଚେତନତା ଶିବିର

ଖଲିକୋଟ ଗଞ୍ଜାମ ଅଦ୍ୟ ତା.୪/୮/୨୫ ଦର୍ଶନ ସମୀକ୍ଷା

ସୋମବାର ଦିବା ତିନି ଘଟିକା ସମୟରେ ସାଇ ଟିଉଟ୍ରିଆଲ ଠାରେ ଏ.ପି.ଜେ.ଅବଦୁଲ କଲାମ ଜନକଲ୍ୟାଣ ଚାରି ଟେବୁଲ ଟ୍ରଷ୍ଟ ତରଫରୁ ବନ୍ୟଜନ୍ତୁ ସଂରକ୍ଷଣ ଓ ବୃକ୍ଷ ରୋପଣ ସଚେତନତା ଶିବିର ଓ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମ ରେ ଟ୍ରଷ୍ଟ ର ସଭାପତି ଓ ପ୍ରତିଷ୍ଠାତା ପୂର୍ଣ୍ଣଚନ୍ଦ୍ର ବେହେରା ଙ୍କ ପୌରହିତ୍ୟରେ ଅତିଥି ଭାବେ ଡ ହରପ୍ରସାଦ ମହାପାତ୍ର, ଅଧ୍ୟକ୍ଷ ସୁବ୍ରତ କୁମାର ମଲ୍ଲିକ, DFO ସୁନ୍ନି ଖୋକର ଏବଂ ସମ୍ମର୍ଦ୍ଧିତ ଅତିଥି – ରାଜେନ୍ଦ୍ର କୁମାର ଜେନା (ସମାଜ, ଲୋକସେବକ ମଣ୍ଡଳ,ନୂଆଦିଲ୍ଲୀ) କୋଷାଧକ୍ଷ, – ସୁଦର୍ଶନ ଛୋଟରାୟ (ବରିଷ୍ଠ ସାମ୍ବାଦିକ, ସୁସାହିତ୍ୟିକ, ପରିବେଶବିତ ତଥା ଜଳବାୟୁ ପରିବର୍ତନ ବିଶେଷଜ୍ଞ,-ପ୍ରଶାନ୍ତ କୁମାର ବେହେରା (ଆଡ଼ଭାଇଜର ସାଇ ଟିଉଟ୍ରରିଆଲ) l ମଞ୍ଚ ପରିଚାଳନା କରିଥିଲେ – ଟ୍ରଷ୍ଟ ର ସମ୍ପାଦଜ ପଞ୍ଚାନନ ସୁର (ଶିଳ୍ପୀ ସମ୍ରାଟ) l ପ୍ରଥମେ ଅତିଥି ମାନଙ୍କ ଦ୍ୱାରା ଶ୍ରୀ ଜଗନ୍ନାଥ ଙ୍କ ଠାରେ ପ୍ରଦୀପ ପ୍ରଜ୍ବଳନ କରି ଆରମ୍ଭ କରାଜିବା ସଙ୍ଗେ ମନସ୍ମିତା,ସ୍ନେହା, ପ୍ରାଚୀ,ସ୍ନେହଳତା ଛାତ୍ରୀଙ୍କ ଦ୍ୱାରା ପ୍ରାରମ୍ଭିକ ସଙ୍ଗୀତ ଓ ଅଭିଲିପ୍ସା ପଣ୍ଡା ନୃତ୍ୟ ପରିବେଷଣ କରିଥିଲେ l ଅଭିଲିପ୍ସା ପଣ୍ଡାଙ୍କୁ ଟ୍ରଷ୍ଟ ତରଫରୁ ସମ୍ମାନିତ କରାଗଲା l ବନ୍ୟଜନ୍ତୁ ସଂରକ୍ଷଣ ଓ ବୃକ୍ଷରୋପଣ ସଚେତନତା ଉପରେ ଅଭିଭାଷଣ ରଖିଥିଲେ – ବିଜୟ କୁମାର ବିଶ୍ୱାଳ, ମାଧବ ବେହେରା, ବିଷ୍ନୁପ୍ରସାଦ ମହାରଣା, ମିତାଞ୍ଜଳି ମିଶ୍ର, l ମାନପତ୍ର ପାଠ କରିଥିଲେ – ମିତାଞ୍ଜଳି ମିଶ୍ର, ନର୍ମଦା ଗୌଡ଼, ପ୍ରଭାସିନୀ ଦେବୀ, l ସହଯୋଗ କରିଥିଲେ – ପ୍ରଭାସ କୁମାର ଷଡ଼ଙ୍ଗୀ, ସୁଶାନ୍ତ ଗୌଡ଼, ଲକ୍ଷ୍ମୀ ଦାସ, ସୁପ୍ରଭା ରାଉତ, ଚିତ୍ରସେନ ଜେନା (ସାଇ ଟିଉଟ୍ରିଆଲ ର ପରିଚାଳକ) ଓ ଛାତ୍ର ଛାତ୍ରୀ l ଶେଷରେ ବରିଷ୍ଠ ସାହିତ୍ୟିକ ଦଣ୍ଡପାଣି ମହାପାତ୍ର ଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରାଗଲା ଓ ସଭାପତିଙ୍କ ଦ୍ୱାରା ସଭା ସାଙ୍ଗ କରାଯାଇଥିଲା l

Leave a Reply

Your email address will not be published. Required fields are marked *