ଅପ୍ରିୟ କଥା !
ସରକାରଙ୍କ ବିଭିନ୍ନ ଯୋଜନାକୁ ସ୍ବାଗତ ।କୌଣସି ଯୋଜନା ଖରାପ ନୁହେଁ ।କାରଣ ପ୍ରତ୍ୟେକ ଯୋଜନା ଗଣତନ୍ତ୍ର ମନ୍ଦିରରେ ପ୍ରସ୍ତାବିତ ହୋଇ ପାରିତ ହୁଏ ।ଲୋକ ପ୍ରତିନିଧି ମାନେ ପାରିତ କରିଥାନ୍ତି । ହିତାଧିକାୀମାନେ ପାଇବାର ହକ ।ଅସହାୟ,ଆର୍ଥିକ ସଙ୍କଟ ସମ୍ମୁଖୀନ ବ୍ୟକ୍ତି,ବିକଳାଙ୍ଗ…ଏସବୁ ପାଇଲେ ” ମାନବ ସେବା ମାଧବ ସେବା ” କୁହାଯାଏ ।କିନ୍ତୁ ଯେତେବେଳେ ରାଜନୀତି ବ୍ୟକ୍ତି ମାନେ ଭୋଟ ସହିତ ମାଗଣା ବାଣ୍ଟିବା ଯୋଡ଼ି ଦିଅନ୍ତି ଠିକ୍ ସେତେବେଳେ ପ୍ରଶ୍ନ ଉଠେ ।ଗାଁ ଗାଁ ରେ କୁଜି ଟାଉଟର ମାନେ ଆର୍ଥିକ ସ୍ୱଚ୍ଛଳ ବ୍ୟକ୍ତିଙ୍କୁ ଗରୀବ ଖାତାରେ ଗଣନ୍ତି ଓ ପ୍ରକୃତ ଗରୀବ ସୁବିଧା ପାଇବାରୁ ବଞ୍ଚିତ ହୁଏ ।କୁଜି ନେତାଙ୍କ ଦୟାରୁ ୪୫ ବର୍ଷର ବ୍ୟକ୍ତି ବାର୍ଦ୍ଧକ୍ୟ ଭତ୍ତା ପାଇଥାଏ ଓ ୭୫ ବର୍ଷ ବ୍ୟକ୍ତିଙ୍କ ନାଁ ବାର୍ଦ୍ଧକ୍ୟ ଭତ୍ତା ଲିଷ୍ଟ ରୁ ଉଭେଇଯାଏ ।ପାଲ ଟାଣି ମାଟି ଘରେ ରହୁଥିବା ଗରୀବ ଆବାସ ପାଇ ପାରେନି କିନ୍ତୁ ପଇସା ବାଲା ନେତାଙ୍କ ପାଖ ଲୋକ ଗୋଟିଏ ଘରକୁ ଆଗ ପଛ ଦେଖେଇ ୨/୩ ଥର ଟଙ୍କା ହଡ଼ପ କରିଥାଏ ।ପାଇଖାନା ପାଇବା ପାଇଁ ଯୋଗ୍ୟ ହିତାଧିକାରୀଙ୍କୁ ମିଳେନି କିନ୍ତୁ ଯାହାର ପୂର୍ବରୁ ପାଇଖାନା ଅଛି ତାକୁ କୁଜି ନେତାଙ୍କୁ ୨୦୦୦ ହାତ ଗୁଞ୍ଜା ଦେଲେ ପାଇଖାନା ରଙ୍ଗ କରି ୧୨୦୦୦ ଆକାଉଣ୍ଟ କୁ ଆସିଯାଏ । ପ୍ରକୃତ ହିତାଧିକାରୀଙ୍କୁ ଯୋଜନାର ଲାଭ ମିଳିଲେ ସରକାରଙ୍କ ଯୋଜନା ନିଶ୍ଚିତ ଭାବରେ ସଫଳ ହୋଇ ପାରିବ ।ଏହା ଉପରେ ନେଇ କବିତାଟି ।
ଜୀବନର ମୁଖ୍ୟତଃ ୪ଟି ଅବସ୍ଥା । ଜନ୍ମ ( ଶୈଶବ )- ଯୁବକ ( ଶିକ୍ଷା ଦିକ୍ଷା ) – ବାର୍ଦ୍ଧକ୍ୟ ( ଜରା ବ୍ୟାଧି ) – ମୃତ୍ୟୁ ( ମଶାଣି ଶଯ୍ୟା )!ଯଦି ସବୁ କ୍ଷେତ୍ରରେ ମାଗଣା ସୁବିଧା ମିଳେ ତେବେ ସୁବିଧା ଦେଇଥିବା ବ୍ୟକ୍ତି ଗର୍ବ ଅନୁଭବ କରେ ଓ ସୁବିଧା ପାଉଥିବା ବ୍ୟକ୍ତି ସୁବିଧା ବାଦୀ ହେବା ସହିତ କର୍ମ କୋଢ଼ିଆ ହେବାର ଆଶଙ୍କା ଥାଏ ।ଏମିତି ଅନେକ ଯୋଜନା ସରକାର କରିଛନ୍ତି ।ଦୁଇଟି ଦିଗକୁ ଦେଖି ବିଚାର କରିବେ ।ରାଜନୀତି ଆକ୍ଷେପ ଠାରୁ ଦୂରରେ ରହି ବିଚାର କରିବାକୁ ଅନୁରୋଧ ।
କବିତା ମାଧ୍ୟମରେ କଟାକ୍ଷ କେବଳ ସଚେତନତା କରିବାର ଲକ୍ଷ୍ୟ ।ଯୋଜନା ଯେତେବେଳେ ଭୋଟ ପାଇଁ ବ୍ୟବହାର ହୁଏ ,ସେ ଯୋଜନାର ଅର୍ଥ ” ଅପାତ୍ରରେ ଦାନ ” ବୋଲି କୁହାଯାଏ