ସମ୍ବର୍ଦ୍ଧନା ସଭା //ଓଡ଼ଗାଁ ବ୍ଳକ ଅନ୍ତର୍ଗତ ନନ୍ଦିଘୋର ବାଳିକା ଉଚ୍ଚ ବିଦ୍ୟାଳୟର ସୁନାମଧନ୍ୟା ଖେଳ ଶିକ୍ଷୟିତ୍ରୀ ସ୍ବର୍ଣ୍ଣ ଲତା ସାହୁ ସୋମବାର ଦିନ କର୍ମକ୍ଷେତ୍ରରୁ ସେବା ନିବୃତ ହୋଇଛନ୍ତି।

Spread the love

ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ


ଓଡ଼ଗାଁ,୩୦।୬(ଦର୍ଶନ ସମୀକ୍ଷା): ଓଡ଼ଗାଁ ବ୍ଳକ ଅନ୍ତର୍ଗତ ନନ୍ଦିଘୋର ବାଳିକା ଉଚ୍ଚ ବିଦ୍ୟାଳୟର ସୁନାମଧନ୍ୟା ଖେଳ ଶିକ୍ଷୟିତ୍ରୀ ସ୍ବର୍ଣ୍ଣ ଲତା ସାହୁ ସୋମବାର ଦିନ କର୍ମକ୍ଷେତ୍ରରୁ ସେବା ନିବୃତ ହୋଇଛନ୍ତି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରେଣୁବାଳା ମହାପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ସମ୍ମାନିତ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ଶ୍ଵେତଲୀନା ମିଶ୍ର, ଆଇନଜୀବୀ ସୁରେନ୍ଦ୍ର କୁମାର ସେନାପତି, ସାମାଜିକ କର୍ମୀ ଗଜେନ୍ଦ୍ର କୁମାର ମହାରଣା, ପରିଚାଳନା କମିଟିର ସଭାପତି ମହେଶ୍ୱର ସ୍ବାଇଁ ଓ ଅନ୍ୟତମ ସଭାନେତ୍ରୀ ମଞ୍ଜୁଲତା ମହାରଣା, ସିଆରସିସି ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଯୋଗଦାନ କରି ବହୁ କଷ୍ଟ, ବହୁ ଝଡଝଞ୍ଜା ମଧ୍ୟରେ ବିନା ବେତନରେ ଦୀର୍ଘ ୩୪ ବର୍ଷ ଅତିକ୍ରମ ହେବା ପରେ ଶେଷ ମୂହୁର୍ତ୍ତ ରେ ଚାକିରିର ସ୍ବାଦ ଚାଖିଲା ବେଳକୁ ସେବା ନିବୃତ ହେବା କେତେ କଷ୍ଟକର ତାହାହିଁ ଆଲୋଚନା ଓ ପର୍ଯ୍ୟାଲୋଚନା କରାଯାଇଥିଲା। ନନ୍ଦିଘୋର କ୍ଳଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ବିଦ୍ୟାଳୟ ର ସମସ୍ତ ଶିକ୍ଷୟିତ୍ରୀ, କର୍ମଚାରୀ ଓ ଅଭିଭାବକ ମାନେ ଯୋଗଦାନ କରି ଖେଳ ଶିକ୍ଷୟିତ୍ରୀ ଙ୍କ ଗୁଣଗାନ କରିଥିଲେ। ପରିଶେଷରେ ବିଦ୍ୟାଳୟ ତରଫରୁ ଅତିଥି ମାନଙ୍କ ଦ୍ବାରା ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ଖେଳ ଶିକ୍ଷୟିତ୍ରୀଙ୍କୁ “ନନ୍ଦିଘୋର ର ବନ୍ଧୁ”ଭାବେ ଘୋଷଣା କରାଯାଇଥିଲା।
ସେହି ଭଳି ଭାବରେ ଓଡ଼ଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରଭାତୀ ପଟ୍ଟନାୟକଙ୍କୁ ସୋମବାର ଦିନ ତାଙ୍କ ବିଦ୍ୟାଳୟରେ ହିଁ ବିଦ୍ୟାଳୟ ତରଫରୁ ସେବା ନିବୃତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଅବସର ପ୍ରାପ୍ତ ବିଇଓ ବଟକୃଷ୍ଣ ପଣ୍ଡାଙ୍କ ସଭାପତିତ୍ବରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ସମ୍ମାନିତ ଅତିଥି ଭାବରେ ଏବିଇଓ କମଳିନୀ ବେହେରା, ରଘୁନାଥ ମଲ୍ଲିକ, ଅବସର ପ୍ରାପ୍ତ ଶିକ୍ଷକ ପ୍ରଫୁଲ୍ଲ କୁମାର ମହାପାତ୍ର, ପୀତବାସ ସାହୁ ପ୍ରମୁଖ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତି ହୋଇ ଶିକ୍ଷୟିତ୍ରୀ ଙ୍କ ଗୁଣଗାନ କରିଥିଲେ। ବହୁ ଛାତ୍ରଛାତ୍ରୀ ସେମାନଙ୍କ ମଧ୍ୟରୁ ଭାବ ବିହ୍ୱଳ ହୋଇ ପଡିଥିବା ପରିଲକ୍ଷିତ ହୋଇଥିଲା। ପରିଶେଷରେ ବିଦ୍ୟାଳୟ ତରଫରୁ ତଥା ଛାତ୍ରଛାତ୍ରୀ ମାନଙ୍କ ତରଫରୁ ଏବଂ ଅନେକ ଅଭିଭାବକ ମାନଙ୍କ ତରଫରୁ ଉତ୍ତରୀୟ,ମାନପତ୍ର ଓ ଠାକୁରଙ୍କ ଫଟୋ ଚିତ୍ର ଆଦି ପ୍ରଦାନ କରୁଥିବା ରୁ ଶିକ୍ଷୟିତ୍ରୀ ଙ୍କ ଛାତ୍ରଛାତ୍ରୀ ବତ୍ସଳତା ଓ ଲୋକସମ୍ପର୍କ କେତେ ଥିଲା ତାହା ଅନୁମେୟ।

Leave a Reply

Your email address will not be published. Required fields are marked *