Spread the love

ପୂରଣ ପୋଥିରୁ ଯାହା ମିଳେ // ବିଶ୍ୱରେ ସାମ୍ୱାଦିକ ମାନଙ୍କ ଉପରେ ରୁଷି ନାରଦ ଙ୍କ ହୁଏତ ଉଦାହରଣ ମିଳେ. ସତ୍ୟ କୁ ପ୍ରତିପାଦନ କରିବାକୁ ଯାଇ ନାରଦମୁନି ସମସ୍ତଙ୍କୁ ହସି ହସି ବାଇଟ ରେ ପ୍ରଶ୍ନ କରିଥାନ୍ତି.କୀଛି ଦିନ ପରେ ଦ୍ୱନ୍ଦ୍ୱ ଉପୁଜେ.. ଏପଟ କଥା ସେପଟ କୁ କହିବା ନିଶ୍ଚିତ ଏକ ଗୁରୁଚଣ୍ଡାଳ ଦୋଷ ବୋଲି ବର୍ତମାନ ଯୁଗରେ କୁହାଯାଉଥିବା ବେଳେ ଦେବତା ଙ୍କ ଇନ୍ଦ୍ରଭୁବନ ରେ ରୁଷି ନାରଦ ଙ୍କୁ ସଂମ୍ମାନ ମିଳେ.

ସାମ୍ବାଦିକ ପେସା ଏକ ଭିନ୍ନ ଧରଣର. ଯାହାକୁ ବର୍ତମାନ ଯୁଗରେ ଦେଶ ବିଦେଶ ରେ କିଛି ଦେଶ ମୁଖିଆ ମାନେ ଭୟଭିତ ହେଇ ପଡିଲେଣି.. ପ୍ରକୁର୍ତ୍ତରେ ଜଣେ ସାମ୍ବାଦିକ ର ଜାତି ଧର୍ମ ଛନ୍ଦ କପଟ ହିଂସା ନ ଥାଏ. ଯାହାକୁ ଭାଗବତ ଗୀତରେ ଦର୍ଶାଯାଇଛି.. ଜ୍ଞାନ ଖଡ଼ଗ ଧରିକରେ =ବିନାଶ କରି ତତପରେ. କରମ ଯୋଗୀ ସେ ଅଚରେ =ଉଠାଇ ନାନାଦି ବଂଶଧାରେ ଦ୍ୱେଷ ଆକାଂକ୍ଷା ନାହିଁ ଯାର ନିତ୍ୟ ସନ୍ୟାସୀ ନାମ ତାର… ଅର୍ଥାତ ସାମ୍ବାଦିକ ଟିଏ ବାବାଜୀ ସଦୃଶ୍ୟ.. ପୁଣି ନାରଦ ଲେଖିଲେ… ଦ୍ବନ୍ଦେ ବିହୀନ ପେଶା ମୋର ତେଣୁ ସୁଖେ ହୁଅଇ ଭବୁପାର…. ଅର୍ଥାତ…ବ୍ୟାଖ୍ୟା….ସାମ୍ବାଦିକ ଟିଏ ଦୁଃଖ ସୁଖ ଜାଣିପାରେନା… ଯୋଉଠିକି ଗଲେ ଯିଏ ଯାହା ଦିଏ ଖୁସିରେ ଗ୍ରହଣ କରେ.. ତେଣୁ ମନୁଷ୍ୟ ଏ ସଂସାର ରୁ ମୁକ୍ତିଲାଭ କରିବାକୁ ହେଲେ ତାକୁ ଦ୍ୱନ୍ଦ୍ୱ. ଶୀତ ଖରା. ସୁଖ ଦୁଃଖ. ମାନ ଅପମାନ. ନିନ୍ଦା ସ୍ମୃତି. ହାନି ଲାଭ. ଜୟ ପରାଜୟ ବିହୀନ ହେଇ ତାଜା ତାଜା ଖବର ପ୍ରକାଶିତ କରିବା ଆବଶ୍ୟକ

ଯାହାକୁ ସାମ୍ବାଦିକ ବୃତ୍ତିରେ (ହେଡଲାଇନ) କୁହାଯାଏ.ବେଳେ ବେଳେ ସାମ୍ବାଦିକ ଟିଏ ତାର ନିଜର ଅସ୍ଥାୟୀ ସୁବିଧାରୁ ସ୍ଥାଇ ସୁବିଧା ଖୋଜିବାକୁ ଯାଇ ଏକ ତରଫା ହେଇ ରାଜା କିମ୍ବା ଦଳ କିମ୍ବା ସରକାର କୁ ସମର୍ଥନ ଦେଇଥାଏ. ଏହା ନିଜ ଜୀବନ କୁ ବଳିଦେଲା ଭଳି କାମ କରେ.. କାରଣ ଉପାୟ ଶୂନ୍ୟ ହେଇଯାଏ.

. ତା ଉପରେ ମୁନି କହୁଛନ୍ତି ଜ୍ଞାନ ବୋଇତେ ବସିକରି ପାପ ସାଗରେ ଯିବ ତରି. ସକଳ ପାପୀଙ୍କ ଆସନ ଖୋଜ ନଖୋଜ ହୋଇ ପ୍ରସନ. ସକଳ ପାପୀଠାରୁ ତୁମେ ହୋଇବ ମହାପାପୀ ତେବେ. ଅର୍ଥାତ ସମାଜରେ ଦୁଇପ୍ରକାର ସାମ୍ବାଦିକ ଙ୍କ ବିଷୟରେ ମୁନି କହିଲେ.. ଅଧିକା ଧନ ଆଶାକଲେ ନିଶ୍ଚିୟ ମହାପାପୀ ଟେ ବୋଲି ଜଣାପଡେ…

ଅତଏବ ଜଣେ ପ୍ରକୁର୍ତ୍ତ ସତ୍ୟ ରେ ଥିବା ସାମ୍ବାଦିକ ସବୁବେଳେ ଅଭାବୀ.ନିଶ୍ଵ. ସାଧାରଣ ଜୀବନ ବିତାଏ. ତେଣୁ ଥରେ ଜଣେ ଦାର୍ଶନିକ କହିଥିଲେ ଜଣେ ବିଜ୍ଞ ସାମ୍ବାଦିକ ସହିତ ଥରେ ଆଲୋଚନା କରିବା ଯାହା ମାସେ ପର୍ଯ୍ୟନ୍ତ ଗୋଟିଏ ବହି ପଢିବା ସେଇଆ. ଏକଦା ପ୍ରବାଦପୁରୁଷ ବିଜୁବାବୁ ତାଙ୍କର ମୁର୍ତ୍ତୃ ର ମାସେ ପୂର୍ବରୁ କିଛି ତାଙ୍କ ଡାଇରୀ ରେ ଲେଖିଦେଇଗଲେ. ଲେଖାମଧ୍ୟରୁ ଏକ ଲାଇନ ଥିଲା (ସାମ୍ବାଦିକ ମାନେ ସଚିବାଳୟ ଆସୁଛନ୍ତି ତାଙ୍କ ନିଜ ବ୍ୟକ୍ତିଗତ କାମରେ) ତେଣୁ ଆଜିବି ସତ୍ୟ ବଂଚିଛି ଦୁନିଆ ଦେଖୁଛି ଓ ଜାଣୁଛି କିଏ କେମିତିକା ସାମ୍ବାଦିକ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ. ଯେଉଁ ସାମ୍ବାଦିକ ତାର କର୍ତଵ୍ୟ ଠିକ କରେ ତା ବିରୁଦ୍ଧର ଅଭିଯୋଗ ରୁହେନି… ସାମ୍ବାଦିକ ମାନଙ୍କ ପାଇଁ ଶେଷରେ ଏତିକି…. ଦୁଃଖରୁ ମୁକ୍ତି ସେଇ ସାମ୍ବାଦିକ ଙ୍କୁ ମିଳେ ଯିଏ ତାର ଆଦର୍ଶ କୁ ହତ୍ୟାକରେନି….

Related Post

Leave a Reply

Your email address will not be published. Required fields are marked *

You Missed