Spread the love

ସ୍ବର୍ଣ୍ଣ ପଦକ ବିଜେତା ଅର୍ଶଦ ନଦୀମଙ୍କୁ ଭେଟିଲେ ଆତଙ୍କବାଦୀ ସଂଗଠନର ନେତା, ଜାଣନ୍ତୁ କାହିଁକି

👉🏻 ନୂଆଦିଲ୍ଲୀ,୧୪।୮: ଅଲିମ୍ପିକ ୨୦୨୪ରେ ପାକିସ୍ତାନ ପାଇଁ ସ୍ବର୍ଣ୍ଣ ପଦକ ଜିତିଥିବା ଅର୍ଶଦ ନଦୀମ ଚର୍ଚ୍ଚାକୁ ଆସିଛନ୍ତି। ସ୍ବର୍ଣ୍ଣ ବିଜେତା ଅର୍ଶଦ ନଦୀମ ଆତଙ୍କବାଦୀ ସଂଗଠନର ନେତାମାନଙ୍କୁ ଭେଟିଥିବାର ନଜର ଆସିଛନ୍ତି। ପ୍ୟାରିସରେ ଚମତ୍କାର ପଦର୍ଶନ କରିବା ପରେ ଅର୍ଶଦଙ୍କୁ ସମଗ୍ର ବିଶ୍ୱରେ ପ୍ରଶଂସା କରାଯାଉଛି। ଭାରତରେ ତାଙ୍କୁ ପ୍ରଶଂସା କରାଯାଇଛି, କିନ୍ତୁ ବର୍ତ୍ତମାନ ଆତଙ୍କବାଦୀ ସଂଗଠନର ନେତାଙ୍କ ସହ ସାକ୍ଷାତ ପରେ ନଦୀମ ଚର୍ଚ୍ଚାର ବିଷୟ ପାଲଟିଛନ୍ତି।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ନଦୀମଙ୍କୁ ଆମେରିକା ଦ୍ୱାରା ଆତଙ୍କବାଦୀ ଘୋଷିତ ଏକ ବ୍ୟକ୍ତିଙ୍କ ସହ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଛି।

ଏକ ରିପୋର୍ଟ ଅନୁଯାୟୀ, ଅର୍ଶଦ ଭିଡିଓରେ କଥା ହେଉଥିବା ବ୍ୟକ୍ତି ହେଉଛନ୍ତି ମହମ୍ମଦ ହାରିସ ଡାର୍‌। ହାରିସ ଡାର୍‌ ହେଉଛନ୍ତି ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତାଇବାର ରାଜନୈତିକ ସାମ୍ମୁଖ୍ୟ, ମିଲି ମୁସଲିମ ଲିଗ (ଏମଏମଏଲ) ର ଜଏଣ୍ଟ ସେକ୍ରେଟାରୀ।

ସୋସିଆଲ ମିଡିଆରେ କିଛି ଲୋକ ଦାବି କରୁଛନ୍ତି ଯେ ଆତଙ୍କବାଦୀ ସଂଗଠନର ନେତାଙ୍କ ସହ ଅର୍ଶଦଙ୍କ ଏହି ସାକ୍ଷାତ ପ୍ୟାରିସ ଅଲିମ୍ପିକ୍ସରୁ ଫେରିବା ପରେ ହୋଇଛି। ତେବେ ବୈଠକର ସମୟ ଏ ପର୍ଯ୍ୟନ୍ତ ଜଣାପଡିନାହିଁ।

ମିଲି ମୁସଲିମ ଲିଗ ହେଉଛି ହାଫିଜ ସାଇଜ ଦ୍ୱାରା ଗଠିତ ଏକ ସଂଗଠନ ।ହାଫିଜ ସଇଦଙ୍କୁ ୨୦୦୮ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ବୋଲି କୁହାଯାଉଛି । ଯେଉଁଥିରେ ୧୬୬ ଜଣ ପ୍ରାଣ ହରାଇଥିଲେ।

Leave a Reply

Your email address will not be published. Required fields are marked *