ଭୀଷ୍ମ, ଦ୍ରୋଣାଚାର୍ଯ୍ୟ ଏବଂ ପୃଥିବୀର ଅନ୍ୟ ସମସ୍ତ ରାଜାଙ୍କ ଉପସ୍ଥିତିରେ ଭଗବାନ ଶ୍ରୀକୃଷ୍ଣ କହିଲେ, ହେ ପାର୍ଥ! ଏଠାରେ ଏକତ୍ରିତ ହୋଇଥିବା କୁରୁବଂଶୀ ମାନଙ୍କୁ ଦେଖ।
ଜୀବମାନଙ୍କର. ପରମାତ୍ମାରୂପେ ସମସ୍ତଙ୍କ ହୃଦୟରେ ଥିବାରୁ, ଭଗବାନ ଶ୍ରୀକୃଷ୍ଣ, ଅର୍ଜୁନଙ୍କର ମନକଥାକୁ ବୁଝିପାରିଲେ. ଓ କହିଥିଲେ ପାର୍ଥ ଶଙ୍ଖ ଫୁଙ୍କି ଯୁଦ୍ଧ୍ୟ ଆରମ୍ଭ କର.
କୁରୁ” ଶବ୍ଦର ଅନ୍ତର୍ଭୁକ୍ତ ଉଭୟ କୌରବ ଏବଂ ପାଣ୍ଡବ ଅଟନ୍ତି, କାରଣ ଉଭୟେ କୁରୁ ବଂଶଜ। ଶ୍ରୀକୃଷ୍ଣ ଉଦ୍ଦେଶ୍ୟ ମୂଳକ ଭାବରେ ଏଠାରେ ଏହି ଶବ୍ଦର ବ୍ୟବହାର କରିଛନ୍ତି, ଯଦ୍ୱାରା ଅର୍ଜୁନଙ୍କ ମନରେ ଭ୍ରାତୃଭାବ ଉଦ୍ରେକ ହେବ ଏବଂ ସେ ଅନୁଭବ କରିବେ ଯେ ସେମାନେ ସମସ୍ତେ ଏକ ଅଟନ୍ତି। ସେ ଇଚ୍ଛା କରୁଥିଲେ, ଭ୍ରାତୃଭାବ ବନ୍ଧନକାରକ ହୋଇ ଅର୍ଜୁନଙ୍କୁ ଦ୍ୱନ୍ଦ୍ୱରେ ପକାଇବ, ଯଦ୍ୱାରା ତାଙ୍କୁ ଭଗବଦ୍ ଗୀତାର ଶାସ୍ତ୍ରଜ୍ଞାନ ପ୍ରକାଶ କରିବା ପାଇଁ ସୁଯୋଗ ମିଳିବ, ଯାହା ଆଗାମୀ କଳି ଯୁଗର ମନୁଷ୍ୟଙ୍କୁ ଉପକୃତ କରିବ। ତେଣୁ ଧାର୍ତରାଷ୍ଟ୍ରାନ୍ (ଧୃତରାଷ୍ଟ୍ରଙ୍କ ପୁତ୍ର) ଶବ୍ଦ ପରିବର୍ତ୍ତେ ସେ କୁରୁନ୍ (କୁରୁବଂଶଜ) ଶବ୍ଦ ବ୍ୟବହାର କରିଛନ୍ତି। ଏଥର ଉପଚାର କରିବାକୁ ଯାଇ ଜଣେ ଡାକ୍ତର ଯେପରି ରୋଗୀକୁ ପ୍ରଥମେ ବଥଟିକୁ ପାଚିବାର ଔଷଧ ଦେଇ ପରେ ରୋଗଗ୍ରସ୍ତ ଅଂଶକୁ କାଟି ବାହାର କରିଦିଅନ୍ତି, ଠିକ୍ ସେହିପରି ଭଗବାନ ମଧ୍ୟ ଅର୍ଜୁନଙ୍କର ମୋହ ନଷ୍ଟ କରିବା ପାଇଁ ପ୍ରଥମେ ତାହାକୁ ତାଙ୍କ ମନରେ ସୃଷ୍ଟି କରୁଛନ୍ତି।
କୌଟୁମ୍ବିକ ସ୍ନେହ, ଓ ଭଗବତ ପ୍ରେମ, ଏ ଦୁଇଟି ମଧ୍ୟରେ ବହୁତ ପାର୍ଥକ୍ୟ ରହିଛି। କୁଟୁମ୍ବ ପ୍ରତି ମମତା ଯୁକ୍ତ ସ୍ନେହ ହୋଇଗଲେ ସେମାନଙ୍କର ଅବଗୁଣ ଦେଖାଯାଏ ନାହିଁ। ବରଂ ଏମାନେ ମୋର ଏପରି ଭାବନା ସୃଷ୍ଟି ହୁଏ। ସେହିପରି ଭକ୍ତ ପ୍ରତି ଭଗବାନଙ୍କର ବିଶେଷ ସ୍ନେହ, ହୋଇଗଲେ ଭକ୍ତର ଅବଗୁଣ,ଆଡକୁ ଭଗବାନଙ୍କର ଦୃଷ୍ଟି ଯାଏ ନାହିଁ ବରଂ ଏ ମୋର ଏପରି ଭାବନା ରହେ। କୌଟୁମ୍ବିକ ସ୍ନେହରେ ଅନ୍ଧକାର ଥାଏ, ଏବଂ ଭଗବତ, ପ୍ରେମରେ ଆଲୋକ ଥାଏ। କୌଟୁମ୍ବିକ ସ୍ନେହରେ ମନୁଷ୍ୟ କର୍ତ୍ତବ୍ୟଚ୍ୟୁତ ହୋଇଯାଏ। ଏବଂ ଭଗବତ ପ୍ରେମରେ ତଲ୍ଲୀନତା ଯୋଗୁ କର୍ତ୍ତବ୍ୟ ପାଳନରେ ବିସ୍ତୃତି, ହୋଇଯାଇପାରେ, କିନ୍ତୁ ଭକ୍ତ କେବେ ହେଲେ କର୍ତ୍ତବ୍ଯଚ୍ୟୁତ ହୁଅନ୍ତି ନାହିଁ।
ଭାଗବତ ବାଣୀ
ଧ୍ରୁବ ଭଗବନଙ୍କୁ ସ୍ତୁତି କରୁଛନ୍ତି —- ହେ ଅନନ୍ତ ପରମାତ୍ମନ୍ ! ଯେଉଁ ଭକ୍ତମାନଙ୍କର ଆପଣଙ୍କ ଠାରେ ଅବିଚ୍ଛିନ୍ନ ଭକ୍ତିଭାବ ରହିଛି , ମୋତେ ଆପଣଙ୍କର ସେହି ବିଶୁଦ୍ଧହୃଦୟ ମହାତ୍ମା ଭକ୍ତମାନଙ୍କର ସଙ୍ଗ ପ୍ରଦାନ କରନ୍ତୁ । ସେମାନଙ୍କ ସଙ୍ଗରେ ରହି ଆପଣଙ୍କର ଗୁଣ ଓ ଲୀଳା ସମ୍ବନ୍ଧୀୟ କଥା-ସୁଧା ପାନ କରି କରି ମୁଁ ଉନ୍ମତ୍ତ ହୋଇଯିବି ଏବଂ ଏହି ଦୁଃଖପୂର୍ଣ୍ଣ ଭୟଙ୍କର ସଂସାରସାଗରର ଆର ପାରିରେ ସହଜରେ ପହଞ୍ଚିବି । ହେ ପ୍ରଭୁ ! ଆପଣ ହେଉଛନ୍ତି ପରମାନନ୍ଦମୂର୍ତ୍ତି ; ଏହା ବୁଝିପାରି ଯେଉଁମାନେ ନିଷ୍କାମ ଭାବରେ ନିରନ୍ତର ଆପଣଙ୍କୁ ଭଜନ୍ତି , ସେମାନଙ୍କ ନିମନ୍ତେ ରାଜ୍ୟାଦି ଭୋଗ ଅପେକ୍ଷା ଆପଣଙ୍କ ଚରଣକମଳ – ପ୍ରାପ୍ତି ହିଁ ହେଉଛି ଭଜନର ପ୍ରକୃତ ଫଳ । ବାସ୍ତବରେ ଏହା ହିଁ ସତ୍ୟ । ତଥାପି ହେ ସ୍ବାମୀ ! ଗାଇ ଯେପରି ତାର କଅଁଳା ବାଛୁରୀକୁ ଦୁଧ ପିଆଏ ଏବଂ ବାଘ ପ୍ରଭୃତି ହିଂସ୍ର ଜନ୍ତୁଙ୍କ ମୁହଁରୁ ତାକୁ ରକ୍ଷା କରେ , ଆପଣ ମଧ୍ୟ ସେହିପରି ଭକ୍ତଙ୍କୁ କୃପା କରିବା ନିମନ୍ତେ ନିରନ୍ତର ସଜାଗ ରହୁଥିବାରୁ, ମୋ’ପରି ସକାମ ଜୀବମାନଙ୍କର କାମନା ମଧ୍ୟ ପୂର୍ଣ୍ଣ କରି ସେମାନଙ୍କୁ ସଂସାର ଭୟରୁ ରକ୍ଷା କରନ୍ତି ।
ଗୀତା ଜ୍ଞାନ ——- ସଗୁଣନିରାକାର ଏବଂ ନିର୍ଗୁଣନିରାକାରଙ୍କ ଧ୍ୟାନରେ ଯୋଗବଳର ଆବଶ୍ୟକତା ଥିବା ହେତୁ ସେହି ଦୁହିଁଙ୍କୁ ଧ୍ୟାନ କରିବା କଠିନ ବ୍ୟାପାର , କିନ୍ତୁ ମୁଁ ନିଜର ଅନନ୍ୟ ଭକ୍ତମାନଙ୍କୁ ସୁଲଭରେ ପ୍ରାପ୍ତ ହୁଏ