Spread the love
  1. ଭାଗବତ ଗୀତା ର ମହତ୍ତ୍ବ

🕹️ ଭଗବାନ ଶ୍ରୀକୃଷ୍ଣ ମନୁଷ୍ୟଙ୍କ ପାଇଁ ୧୮ଟି କଥା କହିଛନ୍ତି:-*

*୧-ଆନନ୍ଦ ନିଜ ଭିତରେ ହିଁ ବାସ କରେ, ମନୁଷ୍ୟ ସ୍ତ୍ରୀ ଓ ଘରର ବାହ୍ୟ ସୁଖରେ ଖୋଜେ।*

*୨-ଭଗବାନଙ୍କ ବନ୍ଦନ ମନରେ କର କାରଣ ଭଗବାନ ପ୍ରେମରେ ହିଁ ବାନ୍ଧି ହୁଅନ୍ତି।*

*୩-ବାସନା ହିଁ ମନୁଷ୍ୟର ପୁନର୍ଜ୍ଜନ୍ମର କାରଣ ହୋଇଥାଏ।*

*୪-ଇନ୍ଦ୍ରିୟର ଅଧୀନ ହୋଇଲେ ମନୁଷ୍ୟ ଜୀବନରେ ବିକାର ଆସିଥାଏ।*

*୫-ସଂଯମ, ସଦାଚାର, ସ୍ନେହ, ଓ ସେବା ଏହି ଗୁଣ ସତ ସଙ୍ଗ ବିନା ମିଳେ ନାହିଁ।*

*୬-ବସ୍ତ୍ର ବଦଳିବା ଆବଶ୍ୟକ ନାହିଁ, ହୃଦୟ ପରିବର୍ତ୍ତନର ଆବଶ୍ୟକ।*

*୭-ଯୌବନରେ ଯେଉଁ ବେଶି ପାପ କରିଥିବ ତେବେ ବୃଦ୍ଧ ସମୟରେ ନିଦ୍ରା ହେବ ନାହିଁ।*

*୮-ଭଗବାନ ଯେଉଁ ସମ୍ପତ୍ତି ଦିଅନ୍ତି ତାହାକୁ ଧ୍ୟାୟୀ ରଖିବା ଉଚିତ।*

*୯-ଯୁଆ, ମଦିରା ପାନ, ପରସ୍ତ୍ରୀ ସଙ୍ଗ, ହିଂସା, ଆସକ୍ତି, ନିର୍ଦୟତା ଏହି ସବୁ କଳିଯୁଗର ନିବାସ।*

*୧୦-ଅଧିକାରୀ ଶିଷ୍ୟକୁ ସଦଗୁରୁ ଅବଶ୍ୟ ପ୍ରାପ୍ତ ହୋଇଥାଏ।*

*୧୧-ମନକୁ ବାରମ୍ବାର ବୁଝାଅ ଈଶ୍ୱର ବିନା ମୋର କିଏ ନାହିଁ l ବିଚାର କର ମୋର କିଏ ନାହିଁ ଓ ମୁଁ କାହାର ନାହିଁ।*

*୧୨-ଭୋଗରେ କ୍ଷଣିକ ସୁଖ ମିଳେ ଓ ତ୍ୟାଗରେ ସ୍ଥାୟୀ ଆନନ୍ଦ ମିଳିଥାଏ।*

*୧୩-ସତସଙ୍ଗ ଈଶ୍ୱର କୃପାରୁ ମିଳିଥାଏ କିନ୍ତୁ କୁ ସଙ୍ଗରେ ପଡ଼ିବା ତୁମ ହାତର କଥା।*

*୧୪-ଲୋଭ ଓ ମମତା ପାପର ମାତା ପିତା,ଲୋଭ ପାପର ବାପା।*

*୧୫-ସ୍ତ୍ରୀ’ର ଧର୍ମ ପ୍ରତିଦିନ ତୁଳସୀ ଓ ପାର୍ବତୀ ପୂଜା କରିବା।*

*୧୬-ମନ ଓ ବୁଦ୍ଧି ଉପରେ ବିଶ୍ୱାସ କରନାହିଁ ଇଏ ବାରମ୍ବାର ଦଗା ଦିଏ l ନିଜକୁ ନିର୍ଦୋଷ ଭାବିବା ବଡ଼ ଦୋଷ ଅଟେ।*

*୧୭-ପତି ଓ ପତ୍ନୀ ପବିତ୍ର ଜୀବନ ବିତେଇଲେ ଭଗବାନ ତାଙ୍କ ଘରକୁ ପୁତ୍ର ରୂପେ ଆସିବାକୁ ଇଚ୍ଛା କରନ୍ତି।*

*18-ଭଗବାନ ଏହି ସବୁକୁ କଷଟିରେ କଷି ଯାଞ୍ଚ କରି ମନୁଷ୍ୟକୁ ଆପଣାନ୍ତି।*

 

Leave a Reply

Your email address will not be published. Required fields are marked *