ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୮ ତମ ଶୁଭ ଆବିର୍ଭାବ ତିଥିରେ ବାଲୁଗାଁ ସତସଙ୍ଗ ବିହାରରେ ମା ପାଇଁ ଗଛଟିଏ।
ପ୍ରବୋଧ କୁମାର ବିଶ୍ୱାଳ
ଖୋର୍ଦ୍ଧା=(ଦର୍ଶନସମୀକ୍ଷା)
ବାଲୁଗାଁ, ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସତସଙ୍ଗ ବିହାର ପରିସରରେ ପରମ ପ୍ରେମମୟ ଶ୍ରୀଶ୍ରୀଠାକୁର ଅନୁକୂଳଚାନ୍ଦ୍ରଙ୍କ ୧୩୮ ତମ ଶୁଭ ଆବିର୍ଭାବ ତିଥିରେ ମୂଖ୍ୟ ଅତିଥି ଭାବରେ ଓଡ଼ିଶା ସରକାରଙ୍କ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ବନ ଖଣ୍ଡ ଅଧିକାରୀ ଅମ୍ଳାନ ନାୟକ, ସମ୍ମାନୀତ ଅତିଥି ଭାବରେ ଚିଲିକା ବ୍ଲକ୍ ଅଧ୍ୟକ୍ଷା ଜ୍ୟୋତ୍ସ୍ନାରାଣୀ ବେହେରା, ଅବଦୁଲ କଲାମ ଟ୍ରଷ୍ଟର ଗଞ୍ଜାମ ଖଲିକୋଟ ଅଞ୍ଚଳର ମୂଖ୍ୟ ପୂର୍ଣ୍ଣ ଚନ୍ଦ୍ର ବେହେରା, ଚିଲିକା ରେଞ୍ଜର ରଶ୍ମିତା ଜେନା, ସତସଙ୍ଗ ବିହାର ସଭାପତି ତରଣୀ ବଳବନ୍ତରାୟ, ଯୋଗଦେଇଥିଲେ। ମା ପାଇଁ ଗଛଟିଏ, ଆମେ ଆମ ମାଆଙ୍କୁ ଯେମିତି ଭଲ ପାଉଛେ ଠିକ୍ ସେମିତି ପ୍ରତି ପ୍ରତ୍ୟେକ ଆଜିର ପବିତ୍ର ଦିନରେ ଗଛକୁ ନିଜର ମାଆ ଭାବି ଗଚ୍ଛ ଟିଏ ଲଗାଇ ତାର ଯତ୍ନ ନେବା। ବୃକ୍ଷ ହିଁ ଜୀବନ। ଜଣେ ଚାକିରି କରିଥିବା ଲୋକ ଯେମିତି ୬୦ବର୍ଷ ପରେ ପେନସନ୍ ପାଇଥାଏ ଆମେ ଗଛ ଠାରୁ ମଧ୍ୟ ଅଧିକ ପାଇଥାଉ। ଜୀବଜନ୍ତୁ ଆମର ବନ୍ଧୁ ଆଉ ଉପକାରୀ ତାଙ୍କର ଯତ୍ନ ନେବା ଦରକାର ବୋଲି ଶ୍ରୀ ନାୟକ ବିସ୍ତୃତ ଆଲୋଚନା କରିଥଲେ। ଅଧ୍ୟକ୍ଷା ଶ୍ରୀମତୀ ବେହେରା ଗଛକୁ ଭଲ ପାଉଥିବା କଥା ଆଲୋଚନା କରିଥିବା ବେଳେ ରେଞ୍ଜର ଶ୍ରୀମତୀ ଜେନା ଚିଲିକା କୁ ଆସୁଥିବା ପକ୍ଷୀ ଯେ ଆମକୁ କେତେ ଆନନ୍ଦ ଦେଉଛନ୍ତି ଆଉ ୧ଟଙ୍କା ରେ ଯେ ଚାହିବେ ଗଛ ନେ଼ଇ ଲଗାଇ ପାରିବେ ବୁଝାଇଥିଲେ। ଅନେକ ସୁସ୍ୱାଦୁ ଫଳ ଚାରା ରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସତସଙ୍ଗ ବିହାର ର କଣ୍ଡୁରି ପ୍ରଧାନ ଭିକାରୀ ପାତ୍ର ସହ ପ୍ରତି ରିତିକ,କର୍ମୀ ବୈକୁଣ୍ଠ ନାଥ ପାଇକରାୟ, ପଞ୍ଚାନନ ଜେନା, ଭାସ୍କର ପାଢ଼ୀ ସମସ୍ତ ଗୁରୁଭାଇ ଓ ମାଆ ମାନଙ୍କ ସହଯୋଗରେ ସରସ ସୁନ୍ଦର ହୋଇଥିଲା।
ସମ୍ନାନୀତ ହେଈଥିଲେ ସୁଦର୍ଶନ ଛୋଟରାୟ, ଗୋପାଳ ଚନ୍ଦ୍ର ଦାସ, ଦୀପିକା ଦାଶ । ସାହିତ୍ୟକ, ବିଶିଷ୍ଟ ସାମ୍ବାଦିକ, ସମାଜ ସେବୀ, ଭାବେ ସମ୍ବର୍ଦ୍ଧିତ ହୋଇଥିଲେ।
ସଂଯୋନା କରିଥିଲେ ସୁକାନ୍ତି ମହାନ୍ତି ଉଦ୍ଦ୍ ଘୋଷିକା ,ଉପସ୍ଥାପିକା , ଆକାଶବାଣୀ ବ୍ରହ୍ମପୁର
ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୮ ତମ ଶୁଭ ଆବିର୍ଭାବ ତିଥିରେ ବାଲୁଗାଁ ସତସଙ୍ଗ ବିହାରରେ ମା ପାଇଁ ଗଛଟିଏ।ଆମେ ଆମ ମାଆଙ୍କୁ ଯେମିତି ଭଲ ପାଉଛେ ଠିକ୍ ସେମିତି ପ୍ରତି ପ୍ରତ୍ୟେକ ଆଜିର ପବିତ୍ର ଦିନରେ ଗଛକୁ ନିଜର ମାଆ ଭାବି ଗଚ୍ଛ ଟିଏ ଲଗାଇ ତାର ଯତ୍ନ ନେବା-ପ୍ରବୋଧ ବିଶ୍ୱାଳ ଖୋର୍ଦ୍ଧା

Leave a Reply