କେନ୍ଦ୍ରୀୟ ଶ୍ରମିକ ସଂଗଠନ ତରଫରୁ ୨୦ ଦଫା ଦାବିରେ ବଡବିଲ ତହସିଲ ଅଫିସରେ ବିକ୍ଷୋଭ।
ତା-20-05-2025
ଦର୍ଶନ ସମୀକ୍ଷା ବଡ଼ବିଲ
କେନ୍ଦ୍ରୀୟ ଶ୍ରମିକ ସଂଗଠନ ଏଆଇଟିୟୁସି, ସିଆଇଟିୟୁ, ଆଏନଟିୟୁସି, ଏଚ୍ଏମ୍ଏସ୍ ତରଫରୁ ୨୦ ଦଫା ଦାବି ନେଇ ଆଜି ବଡବିଲ ତହସିଲ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରା ଯାଇଛି। ସଂଗଠନର କର୍ମକର୍ତ୍ତା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେଇ ସହର ପରିକ୍ରମା କରିବାପରେ ତହସିଲ କାର୍ଯ୍ୟାଳୟ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ୪ଟି ଶ୍ରମ କୋର୍ଡ ବାତିଲ, ଦର ବୃଦ୍ଧି ରୋକିବା, ସର୍ବନିମ୍ନ ମଜୁରୀ ୨୬ ହଜାର ଟଙ୍କା କରିବା, ସ୍ଥାନୀୟ ବେକାରଙ୍କୁ ନିଯୁକ୍ତିରେ ପ୍ରାଥମିକତା ଆଦି ୨୦ ଦଫା ଦାବି କରାଯାଇଛି । ବିଗତ ଦଶ ବର୍ଷ ହେଲା କେନ୍ଦ୍ର ସରକାରଙ୍କ ଶ୍ରମିକ, କୃଷକ ଓ ସାଧାରଣ ଜନତା ବିରୋଧି ନୀତି ଯୋଗୁ ଦେଶରେ ଶ୍ରମିକ ମାନଙ୍କର ଆର୍ଥିକ ଅବସ୍ଥା ଦିନକୁ ଦିନ ଖରାପ ଆଡକୁ ଗତି କରୁଛି। ପୁଞିପତି ଓ ଧନୀ ଲୋକ ମାନେ ଅଧିକରୁ ଅଧିକ ଧନୀ ହେଉଥିବା ବେଳେ ମଧ୍ୟବିତ ଓ ଗରିବ ଲୋକ ଅଧିକ ଦର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ଦରବୃଦ୍ଧି ଆକାଶ ଛୁଆଁ ହେବାରେ ଲାଗିଛି, ସରକାରଙ୍କ କୌଣସି ନିୟନ୍ତ୍ରଣ ନାହିଁ ବୋଲି ଶ୍ରମିକ ସଂଗଠନ ଗୁଡ଼ିକ ଅଭିଯୋଗ କରିଛନ୍ତି ।
ଏଆଇଟିୟୁସି ନେତା ମହେଶ୍ବର ରାଉତ, କପିଳ ମହାନ୍ତି , ସିଆଟିୟୁ ନେତା ଇନ୍ଦ୍ରମଣି ବେହେରା, ଆଇଏନଟିୟୁସି ନେତା ମୁନା ଖାଁ, ଏଚ୍ଏମ୍ଏସ୍ ନେତା ସଂଜୀବ ପଲେଇ ପ୍ରମୁଖ ବିକ୍ଷୋଭର ନେତୃତ୍ୱ ନେଇଥିଲେ ।
Leave a Reply