Spread the love

ଶିଶୁମାନଙ୍କର ପୁଷ୍ଟିହୀନତାର ପରିଚାଳନାରେ ଅଙ୍ଗନୱାଡି କର୍ମୀଙ୍କର ଭୂମିକା କ’ଣ ?
ପ୍ରଦୀପ କୁମାର ପଣ୍ଡା
ଦର୍ଶନ ସମୀକ୍ଷା, ଭୁବନେଶ୍ୱର ଶିଶୁମାନଙ୍କଥରେ ପୁଷ୍ଟିହୀନତାର ନିର୍ଦ୍ଧାରଣ ଓ ପରିଚାଳନା କରିବାରେ ଅଙ୍ଗନୱାଡି କର୍ମୀଙ୍କର ବହୁତ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି । ଶିଶୁମାନଙ୍କ ଠାରେ ପୁଷ୍ଟିହୀନତା କୁ ହ୍ରାସ କରିବା ସହିତ ପୁଷ୍ଟିହୀନତାରୁ ଶିଶୁମାନଙ୍କୁ ଦୂରେଇ ରଖିବାକୁ ଅଙ୍ଗନୱାଡିକର୍ମୀଙ୍କୁ ନିମ୍ନୋକ୍ତ କାର୍ଯ୍ୟ ନିଶ୍ଚୟ କରିବାକୁ ପଡିବ –

ଶିଶୁର ମା’, ବାପା, କିମ୍ବା ଅଭିଭାବକଙ୍କୁ ଶିଶୁ ପୁଷ୍ଟିହୀନତାରେ ଆକ୍ରାନ୍ତ ହୋଇଛି ଏବଂ ତା’ପାଇଁ ଅତିରିକ୍ତ ଧ୍ୟାନଦେବା ଆବଶ୍ୟକ ବୋଲି ଜଣାଇ ଦିଅନ୍ତୁ ।
ଅପପୁଷ୍ଟିର ବିପଦପୂର୍ଣ୍ଣ ପ୍ରଭାବ ବିଷୟରେ ମାତା, ପିତା ଏବଂ ଗୋଷ୍ଠୀଙ୍କୁ ବୁଝାଇବେ ।
ଉପଯୁକ୍ତ ବୃଦ୍ଧି ଏବଂ ବିକାଶ ପାଇଁ ଶିଶୁର ଦ୍ରୁତ ଗତିରେ ବୃଦ୍ଧି ଏବଂ ଯଥେଷ୍ଟ ପରିମାଣର ଖାଦ୍ୟ ଆବଶ୍ୟକ ବୋଲି ବୁଝାଇବେ ।
ଶିଶୁକୁ ଦୁଇବର୍ଷ ଯାଏଁ ସ୍ତନ୍ୟପାନ କରାଇବାର ଆବଶ୍ୟକତାକୁ ଗୁରୁତ୍ଵ ଦେଇ ବୁଝାନ୍ତୁ ଏବଂ ଶିଶୁକୁ ୬ମାସ ହେବା ପରଠାରୁ ସ୍ତନ୍ୟପାନ ସହିତ ଯଥେଷ୍ଟ ପରିମାଣର ଅନୁପୁରକ ଖାଦ୍ୟ ଦେବାର ଆବଶ୍ୟକତା ଉପରେବି ଗୁରୁତ୍ଵ ଦେବାପାଇଁ କହିବେ ।
ପୁଷ୍ଟିହୀନତାରୁ ରକ୍ଷା ପାଇବା ପାଇଁ ଅତିରିକ୍ତ ଖାଦ୍ୟ (ଅଧିକ ଥରଖାଦ୍ୟ) ଖାଇବା ନିତାନ୍ତ ଆବଶ୍ୟକ ବୋଲି କହିବେ । ୬ମାସ ପରଠାରୁ ଶିଶୁକୁ ସ୍ତନ୍ୟପାନ ସହିତ ଦିନକୁ ଆଉ ୫ ବା ୫୦ ଥର ଉପଯୁକ୍ତ ପରିମାଣର ଖାଦ୍ୟ ଖୁଆଇବା ଦରକାର । ଶିଶୁର ସ୍ଵାଭାବିକ ଓଜନ ହାସଲ କରିବାପାଇଁ ଅନୁପୁରକ ଖାଦ୍ୟ ଦେବା ଉଚିତ୍ ।
ପୁଷ୍ଟିହୀନ ଶିଶୁକୁ ଯେଉଁ ପ୍ରକାରର ଖାଦ୍ୟ ଦିଆଯିବା ଆବଶ୍ୟକ ତାହା ମାତା-ପିତା ଓ ଅଭିଭାବକଙ୍କୁ ଶିକ୍ଷା ଦେବେ ।
ନିଜ ଅଞ୍ଚଳରେ ଅଳ୍ପ ମୂଲ୍ୟରେ ଉପଲବ୍ଧ ହେଉଥିବା ଖାଦ୍ୟଶସ୍ୟ, ଡାଲି ଓ ପରିବା ବ୍ୟବହାର କରି ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିବାକୁ ପ୍ରବର୍ତ୍ତାଇବା ଉଚିତ୍ । ଅଙ୍ଗନୱାଡି କର୍ମୀ ତାହା ନିଜେ ପ୍ରସ୍ତୁତ କରି ଦେଖାଇବା ସହିତ ସେମାନଙ୍କୁ ଶିଖାନ୍ତୁ ।
ପରିବାରର ଖାଦ୍ୟକୁ ପରିବର୍ତ୍ତନ କରି କିପରି ଅଧିକ ପୁଷ୍ଟିସାର କରାଯାଇପାରିବ । ସେ ବିଷୟରେ ଶିଶୁଙ୍କର ପିତା-ମାତାଙ୍କୁ ଶିକ୍ଷା ଓ ପରାମର୍ଶ ଦେବେ । ଶିଶୁ ଖାଦ୍ୟ ମିଶ୍ରଣ ବ୍ୟବହାରର ବିଭିନ୍ନ ଅପକାରିତା ଗୁଡ଼ିକ ବିଷୟରେ ମାତା-ପିତାଙ୍କୁ ବୁଝାଇବେ ।
ଅଙ୍ଗନୱାଡି କର୍ମୀ ଗୋଷ୍ଠୀକୁ ସ୍ୱାସ୍ଥ୍ୟ ରକ୍ଷାକାରୀ ଖାଦ୍ୟ ବିଷୟରେ ଶିକ୍ଷା ଦେବା ଉଚିତ । ରକ୍ଷାକାରୀ ଖାଦ୍ୟ ଗୁଡ଼ିକ ମଧ୍ୟରେ କ୍ଷୀର, ଦହି ଲସି, ଅଣ୍ଡା, ମାଛ, ଫଳ ଓ ପରିବା ଯଥା – ଅମୃତ ଭଣ୍ଡା, ଆମ୍ବ, ସପେଟା, କଦଳୀ ଇତ୍ୟାଦିର ଚକଟା ଏବଂ ସବୁଜ ପନିପରିବା ଗାଜର ଓ କଦଳୀ ସିଝାର ଚକଟା ଯାହାକି ଶିଶୁର ସ୍ଵାଭାବିକ ବୃଦ୍ଧିରେ ସାହାଯ୍ୟ କରିଥାଏ ଏବଂ ଶିଶୁକୁ କୁପୋଷଣକୁ ରକ୍ଷା କରିଥାଏ ।
ପରିବାରରେ ଝିଅକୁ ଆଢ୍ୟ ପୁଅପରି ସମାନ ଗୁରୁତ୍ଵ ଦେଇ ଖାଇବାକୁ ଦେବାପାଇଁ କହିବେ ।
ଆଇ.ସି.ଡି.ଏସ୍ ର ପରିପୂରକ ଖାଦ୍ୟର ଗୁଣବତ୍ତ ବିଷୟରେ ବୁଝାଇବେ
ଶିଶୁମାନଙ୍କର ମା’ମାନଙ୍କ ଉପସ୍ଥିତିରେ ପ୍ରତ୍ୟେକ ମାସ ଶିଶୁର ଓଜନନେଇ ବୃଦ୍ଧି ଚାର୍ଟରେ ଚିହ୍ନିତ କରି ଶିଶୁର ଶାରୀରିକ ବୃଦ୍ଧିର ଦେଖାଶୁଣା କରିବେ ।
ଶିଶୁର ଯତ୍ନ ଏବଂ ଖାଦ୍ୟ ଖାଇବା ବିଷୟରେ ନିଜେ ଆସି ପ୍ରଶ୍ନ ପଚାରିବା ପାଇଁ ମା’ମାନଙ୍କୁ ଉତ୍ସାହିତ କରିବେ ।
ଆୟୋଡିନ୍ ଯୁକ୍ତ ଲୁଣର ବ୍ୟବହାର ପାଇଁ ମା’/ଯତ୍ନପ୍ରଦାନକାରୀଙ୍କୁ ବୁଝାଇବେ ।
ଶିଶୁମାନଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତି ଏବଂ ଖୁଆଇବା ବେଳେ ପିତାମାତାଙ୍କୁ ଖାଦ୍ୟ ଏବଂ ବ୍ୟକ୍ତିଗତ ପରିଚ୍ଛନ୍ନତା ବିଷୟରେ ଶିକ୍ଷାଦେବେ ।
ଶିଶୁର ଚିକିତ୍ସା ସମୟରେ ସ୍ତନ୍ୟପାନକୁ ଅନ୍ତର୍ଭୁକ୍ତ କରାନ୍ତୁ ଏବଂ ଛୋଟଶିଶୁ ମାନଙ୍କର ଖାଦ୍ୟ ଅଭ୍ୟାସ ବିଷୟରେ ବାର୍ତ୍ତା ଦିଅନ୍ତୁ ।
୬ମାସରୁ କମ୍ ବୟସର ଶିଶୁକୁ ବ୍ୟବହାର ପାଇଁ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଖାଦ୍ୟ କିମ୍ବା କଠିନ ଖାଦ୍ୟ ଦେବା ଅନୁଚିତ୍।

Leave a Reply

Your email address will not be published. Required fields are marked *