ଶାଳଗ୍ରାମ_କିଏ?
ଶାଲଗ୍ରାମଙ୍କୁ ପୂଜା କଲେ ଶତଜନ୍ମର ପାପ କ୍ଷୟ ହୋଇଥାଏ ତେବେ କଣ ରହିଛି ଏହାର ପୂଜାର ମହତ୍ୱ..ଆସନ୍ତୁ ଜାଣିବା ସେ ବିଷୟରେ..
ଆମ ହିନ୍ଦୁ ଧର୍ମର ପ୍ରତ୍ୟକ୍ଷ ଦେବତା ହେଉଛନ୍ତି ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱର; କିନ୍ତୁ ବ୍ରହ୍ମାଙ୍କୁ ଶଙ୍ଖ ସ୍ୱରୂପ, ବିଷ୍ଣୁଙ୍କୁ ଶାଳଗ୍ରାମ ସ୍ୱରୂପ ଓ ଶିବଙ୍କୁ ଲିଙ୍ଗ ସ୍ୱରୂପରେ ପୂଜା କରାଯାଏ; ଶାଳଗ୍ରାମ ହେଉଛନ୍ତି ଦୁର୍ଲଭ; ଏହା ଖୁବ କମ ମିଳିଥାଏ; ଏହା ମୁଖ୍ୟତଃ ନେପାଳର ମୁକ୍ତିନାଥ, ଗଣ୍ଡକି ନଦୀର ତଟରେ ମିଳିଥାଏ
ଶାଳଗ୍ରାମଙ୍କ ଉତ୍ପତିକୁ ନେଇ ପୁରାଣରେ ଏକ କଥା ରହିଛି; ଜଳନ୍ଧର ନାମକ ଏକ ରାକ୍ଷସର ଉତ୍ପାତରେ ଦେବତା ମାନେ ଅତିଷ୍ଠ ହୋଇଯାଇଥିଲେ; ଯେବେ ସେ ସ୍ୱର୍ଗଲୋକ ଜିତିବାକୁ ଯାଇଥିଲେ; ଜଳନ୍ଧରଙ୍କ ପତ୍ନୀ ବୃନ୍ଦାରାଣୀଙ୍କ ପାଖରେ ତାଙ୍କ ପତିଙ୍କ ବିଜୟ ପାଇଁ ସ୍ୱତନ୍ତ୍ର ପୂଜା ଆୟୋଜନ କରାଇଥିଲେ; କାଳେ ଜଳନ୍ଧର ବିଜୟୀ ହୋଇ ସ୍ୱର୍ଗଲୋକ ଅକ୍ତିଆର କରିବେ; ତେଣୁ ଦେବତାମାନେ ଏକାଠି ହୋଇ ବିଷ୍ଣୁଙ୍କୁ ନିବେଦନ କରି ତାଙ୍କ ପତ୍ନୀଙ୍କ ଦ୍ୱାରା ଆୟୋଜିତ ପୂଜାକୁ ଭଙ୍ଗ କରିବାକୁ କହିଲେ; ତେଣୁ ବିଷ୍ଣୁ ଜଳନ୍ଧରର ରୂପ ନେଇ ଜଳନ୍ଧରନ୍କ ପତ୍ନୀ ସାମ୍ନାରେ ପହଞ୍ଚିବାରୁ ସେ ପୂଜାରୁ ଉଠିଆସିଥିଲେ;ତେଣୁ ତାଙ୍କ ପୂଜା ଭଙ୍ଗ ହେବାରୁ ଦେବତାମାନେ ମିଶି ଜଳନ୍ଧରଙ୍କ ମୁଣ୍ଡକାଟ କରିବାରୁ ସେ ମୁଣ୍ଡ ଆସି ତାଙ୍କ ପତ୍ନୀଙ୍କ ପାଦ ପାଖେ ପଡିଲା; ବିଷ୍ଣୁ ତାପରେ ନିଜ ଅସଲ ରୂପରେ ଦର୍ଶନ ଦେଇଥିଲେ; ଜଳନ୍ଧରର ପତ୍ନୀଙ୍କ ସହ ବିଷ୍ଣୁ ଛଳ କରିଥିବାରୁ କ୍ରୁଦ୍ଧ ହୋଇ ସେ ବିଷ୍ଣୁଙ୍କୁ ଶିଳା ରୂପରେ ପଡିରହିବାକୁ ଅଭିଶାପ ଦେଲେ; ତେଣୁ ସେଇଦିନ ଠାରୁ ବିଷ୍ଣୁ ଶିଳା ଆକାରରେ ଗଣ୍ଡକି ନଦୀର ତଟରେ ପଡିରହିଲେ ଏବଂ ଶାଳଗ୍ରାମ ସ୍ୱରୂପରେ ପୂଜା ପାଇଲେ
ଶାଳଗ୍ରାମ ପୂଜାର ଅନେକ ମହତ୍ୱ ରହିଛି; ଏହା ଏକ ଶିଳା ଆକାରର ଦେଖିବାକୁ ହୋଇଥାଏ; ଏହି ଶିଳା କଳା ବା ମାଟିଆ ରଙ୍ଗର ହୋଇଥାଏ; କେତେକାଂଶ କ୍ଷେତ୍ରରେ ଧଳା, ନୀଳ ରଙ୍ଗ କିମ୍ବା ଜ୍ୟୋତିର୍ମୟ ହୋଇଥାଏ; ଜ୍ୟୋତିର୍ମୟ ଶାଳଗ୍ରାମ ଏକ ଦୁର୍ଲଭ ଶାଳଗ୍ରାମ; ଯାହା କେବଳ ଭାଗ୍ୟବାନ ମାନଙ୍କୁ ହିଁ ପ୍ରାପ୍ତ ହୋଇଥାଏ; ପୂର୍ଣ୍ଣ ଶାଲଗ୍ରାମରେ ବିଷ୍ଣୁଙ୍କ ଚକ୍ର ଚିହ୍ନ ଅଙ୍କିତ ହୋଇଥାଏ;
ବିଭିନ୍ନ ପ୍ରକାର ଶାଳଗ୍ରାମ ରହିଛି; ପ୍ରାୟ ୩୩ ପ୍ରକାର ଶାଳଗ୍ରାମ ଅଛନ୍ତି; ତନ୍ମଧ୍ୟରୁ ୨୪ ପ୍ରକାର ଶାଳଗ୍ରାମ ବିଷ୍ଣୁଙ୍କ ୨୪ ଅବତାରକୁ ନେଇ ସୃଷ୍ଟି ହୋଇଛି; କୁହାଯାଏ ଯେ ୨୪ ପ୍ରକାର ଶାଳଗ୍ରାମ ବର୍ଷତମାମ ୨୪ଟି ଏକାଦଶୀ ବ୍ରତ ସହ ସମ୍ବନ୍ଧ ରହିଛି; କିଛି ଶାଳଗ୍ରାମ ଗୋଲ ଆକାରର ହୋଇଥାଏ ଯାହା ଗୋପାଳ ଅବତାରର ସ୍ୱରୂପ; ଯଦି ଶାଳଗ୍ରାମ ମତ୍ସ୍ୟ ଆକାରର ହୋଇଥାଏ ତାହା ବିଷ୍ଣୁଙ୍କ ମତ୍ସ୍ୟ ଅବତାରର ସ୍ୱରୂପ; ଯଦି ଶାଳଗ୍ରାମ କଚ୍ଛପ ଆକାରର ହୋଇଥାଏ ତାହା ବିଷ୍ଣୁଙ୍କ କଚ୍ଛପ ଅବତାରର ସ୍ୱରୂପ; ଯଦି ଶାଲଗ୍ରାମରେ ଚକ୍ର ଚିହ୍ନ ଥାଏ ତାହା କୃଷ୍ଣଙ୍କ ସ୍ୱରୂପ;
ଶାଳଗ୍ରାମଙ୍କୁ ପୂଜା କରିବା ବିଧି –
ଘରେ କେବଳ ଗୋଟିଏ ଶାଳଗ୍ରାମଙ୍କୁ ପୂଜା କରିବା ବିଧେୟ
ବିଷ୍ଣୁଙ୍କ ମୂର୍ତ୍ତି ବା ଫଟୋ ଅପେକ୍ଷା ଶାଳଗ୍ରାମଙ୍କୁ ପୂଜା କରିବା ଅତ୍ୟଧିକ ଉତ୍ତମ
ପ୍ରତିଦିନ ଶାଳଗ୍ରାମଙ୍କୁ ପଞ୍ଚାମୃତ ବା ଗଙ୍ଗାଜଳରେ ସ୍ନାନ କରାଇ ଚନ୍ଦନ ଲଗାଇ ତୁଳସୀ ଅଭିଷେକ କରିବା ଆବଶ୍ୟକ
ଯେଉଁ ଗୃହରେ ଶାଳଗ୍ରାମଙ୍କୁ ପ୍ରତିଦିନ ପୂଜା କରାଯାଏ ସେହି ଗୃହରେ ସର୍ବଦା ଲକ୍ଷ୍ମୀ ବାସ କରିବା ସହ ଗୃହ ଧନଧାନ୍ୟ ପୂର୍ଣ୍ଣ ହୋଇଥାଏ।
ଶାଳଗ୍ରାମଙ୍କୁ ପ୍ରତିଦିନ ପୂଜା କରିବା ଦ୍ୱାରା ପୂର୍ବ ଜନ୍ମର ପାପ କ୍ଷୟ ହେବା ସହ ମୋକ୍ଷର ମାର୍ଗ ସୁଗମ ହୋଇଥାଏ
ଶାଳଗ୍ରାମ ହେଉଛନ୍ତି ପବିତ୍ର ସ୍ୱୟଂ ବିଷ୍ଣୁଙ୍କ ସ୍ୱରୂପ; ତେଣୁ ଶାଳଗ୍ରାମଙ୍କୁ ପୂଜା କରିବା ସମୟରେ ଶୁଦ୍ଧତାର ଧ୍ୟାନ ରଖିବା ଆବଶ୍ୟକ।
ଶାଲଗ୍ରାମଙ୍କ ଏକ ମନ୍ଦିର ମଧ୍ୟ ରହିଛି ଯାହା ନେପାଳର ମୁକ୍ତିନାଥରେ ରହିଛି; ଏହି ମନ୍ଦିର ବୈଷ୍ଣବ ସମ୍ପ୍ରଦାୟର ପ୍ରମୁଖ ମନ୍ଦିରମାନଙ୍କ ମଧ୍ୟରୁ ଅନ୍ୟତମ; ଏହି ସ୍ଥାନକୁ ଯିବା ସହଜ ନୁହେଁ; ଏହାର ରାସ୍ତା ଅତ୍ୟନ୍ତ ଦୁର୍ଗମ ସହ କଷ୍ଟଦାୟକ।
{Fb ପୁରାଣ ପୁରୁଷୋତ୍ତମ ଶ୍ରୀଜଗନ୍ନାଥ }
ଶାଳଗ୍ରାମ କୁ ବିଷ୍ଣୁ ଙ୍କ ପଥର ବୋଲି ବିଶ୍ୱାସ କରାଯାଏ ତେଣୁ ଶାଳଗ୍ରାମକୁ ପୂଜା କରି ବିଷ୍ଣୁ ଙ୍କୁ ପ୍ରସନ୍ନ କରାଯାଇପାରିବ ।ଶାଳଗ୍ରାମ ପଥର ନେପାଳ ର ମୁକ୍ତିନାଥ ଏବଂ କାଳୀ ଗଣ୍ଡକୀ ନଦୀ ରୁ ହିଁ ମିଳିଥାଏ ଏବଂ ଏହା ମୋଟ ୩୩ ପ୍ରକାରର ହୋଇଥାଏ ।ଏହି ୩୩ ପ୍ରକାରରୁ ୨୪ ପ୍ରକାର ଶାଳଗ୍ରାମ କୁ ବିଷ୍ଣୁଙ୍କ ୨୪ ପ୍ରକାର ରୂପ ସହିତ ସମ୍ବୋଧିତ ବୋଲି ମନେକରାଯାଏ ।ଏହାବ୍ୟତୀତ ଏହି ୨୪ ଶାଳଗ୍ରାମ ଆସୁଥିବା ୨୪ ଏକାଦଶୀକୁ ମଧ୍ୟ ଦର୍ଶାଏ।
ଶାସ୍ତ୍ର ଅନୁସାରେ ଶାଳଗ୍ରାମ ର ଆକାର ଉପରେ ଏହା ନିର୍ଭର କରିଥାଏ ଯେ ସେ ବିଷ୍ଣୁଙ୍କର କେଉଁ ଅବତାରକୁ ବୁଝାଇବ ।ଯଦି ଶାଳଗ୍ରାମ ର ଆକାର ମାଛ ଭଳି ହୋଇଥାଏ ତାହାଲେ ଏହା ବିଷ୍ଣୁ ଙ୍କର ମତ୍ସ୍ୟ ଅବତାରର ପ୍ରତୀକ ହୋଇଥାଏ ।ଯଦି ଶାଳଗ୍ରାମ ର ଆକାର ଗୋଲାକାର ହୋଇଥାଏ ତାହାଲେ ଏହାକୁ ବିଷ୍ଣୁଙ୍କର ଗୋପାଳ ରୂପ ବୋଲି ବିଶ୍ୱାସ କରାଯାଏ ।ଯଦି ଶାଳଗ୍ରାମ କଇଁଛ ଆକାରର ହୋଇଥାଏ ତାହାଲେ ଏହା ବିଷ୍ଣୁଙ୍କ ର କଚ୍ଛପ ଏବଂ କୂର୍ମ ଅବତାରର ପ୍ରତୀକ ହୋଇଥାଏ ।
ଶାଳଗ୍ରାମ ପଥର ଭିତରେ ଚକ୍ର ଏବଂ ରେଖାମାନ ତିଆରି ହୋଇଥାଏ ଏବଂ ଏହି ଚକ୍ର ଏବଂ ରେଖା ବିଷ୍ଣୁଙ୍କର ଅବତାରମାନ ଏବଂ ତାଙ୍କ କୁଳର ଲୋକ ମାନଙ୍କର ପ୍ରତୀକ ବୋଲି କୁହାଯାଏ ।ପ୍ରତିବର୍ଷ ଲୋକ ମାନଙ୍କ ଦ୍ୱାରା ଶାଳଗ୍ରାମ ର ବିବାହ ତୁଳସୀ ସହିତ ହୋଇଥାଏ ଏବଂ ସେଥିପାଇଁ ତାଙ୍କୁ ତୁଳସୀ ଙ୍କ ସ୍ୱାମୀ ବୋଲି କୁହାଯାଏ ।
ଶାଳଗ୍ରାମ ଙ୍କ ପୂଜା କରିବା ସହିତ କିଛି ନିୟମ ଜଡ଼ିତ ଥାଏ ଏବଂ ଏହି ନିୟମ ଅନୁସାରେ ହିଁ ତାଙ୍କ ପୂଜା କରିବା ଉଚିତ ।ଏହି ନିୟମ ଏହି ପ୍ରକାରର। ଶାଳଗ୍ରାମ ର ପୂଜା କରିବା ଆଗରୁ ଆପଣ ସର୍ବପ୍ରଥମେ ଶାଲିଗ୍ରାମ କୁ ପଞ୍ଚାମୃତ ରେ ସ୍ନାନ କରାନ୍ତୁ । ପଞ୍ଚାମୃତ ରେ ସ୍ନାନ କରିବା ପରେ ଆପଣ ଚନ୍ଦନ ଲଗାଇ ଏହା ଉପରେ ଏକ ତୁଳସୀ ପତ୍ର ରଖିଦିଅନ୍ତୁ ।ବାସ୍ତବରେ ତୁଳସୀକୁ ବିଷ୍ଣୁଙ୍କର ଅତ୍ୟନ୍ତ ପ୍ରିୟ ବୋଲି ମନେକରାଯାଏ ।ତେଣୁ ଯେତେବେଳେ ବିଷ୍ଣୁଙ୍କ ପୂଜା କରାଯାଏ ସେତେବେଳେ ତୁଳସୀ ପତ୍ର ନିହାତି ଲାଗିଥାଏ । ଏହାପରେ ଆପଣ ଶାଳଗ୍ରାମ କୁ ଫୁଲ ଅର୍ପଣ କରନ୍ତୁ ଏବଂ ତାଙ୍କ ପୂଜା କରନ୍ତୁ ।
ଶାଳଗ୍ରାମଙ୍କ ପୂଜା ଆପଣ ପ୍ରତିଦିନ କରନ୍ତୁ ଏବଂ ଶାଲିଗ୍ରାମ କୁ ସବୁବେଳେ ଲାଳି ରଙ୍ଗର କପଡ଼ା ଉପରେ ରଖନ୍ତୁ ।ଶାଳଗ୍ରାମକୁ କେବଳ ମନ୍ଦିରରେ ରଖିବା ଆବଶ୍ୟକ ଏବଂ ଏହାକୁ ସବୁବେଳେ ବିଷ୍ଣୁଙ୍କ ମୂର୍ତ୍ତି ପାଖରେ ସ୍ଥାପନ କରିବା ଉଚିତ ।ଏମିତି କୁହାଯାଏ ଯେ ଶାଳଗ୍ରାମ କୁ ପୂଜା କରିଲେ ବିଷ୍ଣୁ ଖୁବଶୀଘ୍ର ପ୍ରସନ୍ନ ହୋଇଯାନ୍ତି ଏବଂ ଅପଣଙ୍କର ସମସ୍ତ କାମନା ପୂରଣ ହୋଇଥାଏ ।
ଶାଳଗ୍ରାମ ଙ୍କୁ ପୂଜା କରିବା ଦ୍ୱାରା ମିଳୁଥିବା ଲାଭ :-
ଏମିତି କୁହାଯାଏ ଯେ ଶାଳଗ୍ରାମ କୁ ପୂଜା କରିଲେ ବିଷ୍ଣୁ ଖୁବଶୀଘ୍ର ପ୍ରସନ୍ନ ହୋଇଯାନ୍ତି ଏବଂ ଅପଣଙ୍କର ସମସ୍ତ କାମନା ପୂରଣ ହୋଇଥାଏ ।
ଯେଉଁ ଘରେ ଶାଳଗ୍ରାମର ପୂଜା ପ୍ରତିଦିନ ହୋଇଥାଏ ସେହି ଘରେ ଲକ୍ଷ୍ମୀ ବାସ କରିଥାନ୍ତି ଏବଂ ସେହି ଘରେ କେବେ ଧନର ଅଭାବ ହୋଇନଥାଏ ।
ପବିତ୍ର ମନରେ ଶାଳଗ୍ରାମର ପୂଜା କରିଲେ ସମସ୍ତ ପାପ ନଷ୍ଟ ହୋଇଯାଇଥାଏ ଏବଂ ଏହି ପାପର ଦଣ୍ଡରୁ ଆପଣଙ୍କୁ ମୁକ୍ତି ମିଳିଥାଏ ।
ଶାଳଗ୍ରାମର ପୂଜା କରିବା ଦ୍ୱାରା ମସ୍ତିଷ୍କ ଶୁଦ୍ଧ ହୋଇଥାଏ ଏବଂ ମନକୁ ଶାନ୍ତି ମିଳିଥାଏ ।ଶାଳଗ୍ରାମ ଘରେ ରହିଲେ ନକରାତ୍ମକ ଶକ୍ତି ଘରଠାରୁ ଦୂରେଇ ରହିଥାଏ ଏବଂ ଘର ସୁଖ ଶାନ୍ତିରେ ଭରିଯାଏ ।