ରାଷ୍ଟ୍ରୀୟ ସର୍ବେକ୍ଷଣ ୨୦୨୪ (PARAKHA) ରେ କଟକ ଜିଲ୍ଲାର ସଫଳତା
ରାଷ୍ଟ୍ରୀୟ ସର୍ବେକ୍ଷଣ ୨୦୨୪ (PARAKHA), କଟକ ଜିଲ୍ଲାରେ ଗତ ତା୦୪,୧୨,୨୦୨୪ ରିଖରେ ୧୪୧ଟି ବିଦ୍ୟାଳୟରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି | ପୂର୍ବ ପ୍ରସ୍ତୁତି ପୁରୂପ ମାନ୍ୟବର ଜିଲ୍ଲାପାଳ, ଦତ୍ତାତ୍ରେୟ ଭାଉ ସାହେବ। ଶିଂଧେ ଙ୍କ ଅଧକ୍ଷତାରେ ଅଗଷ୍ଟ ମାସରେ ଏକ ଜିଲ୍ଲା ସ୍ତରୀୟ ସଭା ଆୟୋଜିତ ହୋଇଥିଲା। ଏହି ସଭାରେ ଜିଲ୍ଲା ଶିକ୍ଷାଧିକାରୀ ଡକ୍ଟର ସନ୍ତୋଷ କୁମାର୍ ରାଉତ ଡା ଏଟ ର ଅଧକ୍ଷ ନିରଞ୍ଜନ ଜିଲ୍ଲା କୋର୍ଡି ନେଟର, ଡକ୍ଟର ସୋନମିକା ରାଏ,, ସରିତା ସତପଥି ପେଡା ଗୋଜି କୋରଡିନେଟର ଉପସ୍ଥିତ ଥିଲେ |

ଟି ଇ ଏସ ସି ଆର ଟି ଦ୍ବାରା ପ୍ରସ୍ତୁତ ସମ୍ପୂଲ୍ କୋତ୍ସିନ ଜିଲ୍ଲାର ସମସ୍ତ ବିଦ୍ୟାଳୟର ତୃତୀୟ ଷଷ୍ଠ ଓ ନବମ ଶ୍ରେଣୀରେ ପ୍ରତି ଦିନ ଦୁଇଟି period ପାଇଁ ଅଭ୍ୟାସ କରିବାକୁ ଜିଲ୍ଲାପାଳ ଆଦେଶ ଦେଇଥିଲେ |ପ୍ରତି ମାସର କ୍ଳଷ୍ଟର ସ୍ତରୀୟ ଏମ ସି ଏମ ବୈଠକରେ ଏହା ସମ୍ପର୍କିତ ତଥ୍ୟ ଏବଂ ପ୍ରଶ୍ନଗୁଡିକୁ ଶିକ୍ଷକଙ୍କ ସହ କିପରି ଭଲରେ ଆଲୋଚନା କରାଯିବ ସେ ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା । ବିଦ୍ୟାଳୟଗୁଡିକରେ ଅଭ୍ୟାସ କାର୍ଯ୍ୟକୁ ତଦାରଖ କରିବା ପାଇଁ ଡ଼ା ଏଟ ର ସମସ୍ତ ସମସ୍ତ ବ୍ଲକ କୋର୍ଡିନେତର ଜିଲ୍ଲାପାଳ ମହୋଦୟ, ଜିଲ୍ଲା ଶିକ୍ଷା ଅଧୁକାରୀ, ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ,ଉପ ଜିଲ୍ଲା ଶିକ୍ଷା ଅଧୁକାରୀ ନିୟମିତ ଭାବରେ ପରିଭ୍ରମଣ କରିଥିଲେ । ଟ୍ରେନର ହିସାବରେ 60 ଟି ତାଲିମ ନେବାପରେ November ମାସରେ ତିନୋଟି ପର୍ଯ୍ୟାୟରେ DIET,RNETEI ରେ ନିଯୁକ୍ତ ୧୫୫ Field investigator ଙ୍କୁ ସୁପରୁରୁପେ ତାଲିମ ଦେଇଥିଲେ | ମାନ୍ୟବର ଜିଲ୍ଲାପାଳଙ୍କ ମୂଲ୍ୟବାନ ପରାମର୍ଶ ଓ ମାର୍ଗଦର୍ଶନରେ କଟକ ଜିଲ୍ଲାରେ PARAKHA ପ୍ରସ୍ତୁତି କାର୍ଯ୍ୟକ୍ରମ ସହ ସର୍ଭେ କାର୍ଯ୍ୟଟି ସୂଚାରୁ ରୂପେ ସଫଳତାର ସହ ସମ୍ପାଦିତ ହୋଇଥିଲା |
ଜାତୀୟ ସ୍ତରରେ, PARAKHA ରାଷ୍ଟ୍ରୀୟ ସର୍ବେକ୍ଷଣ ୨୦୨୪ ରେ ଉଚ୍ଚ ସ୍ଥାନ ଅଧୁକାର କରିଥିବା ୧୦ ଟି ରାଜ୍ୟ ମଧ୍ୟରେ ଓଡିଶା ସ୍ଥାନ ପାଇଥିବା ବେଳେ, କଟକ ଜିଲ୍ଲା ପ୍ରତି ଶ୍ରେଣୀ ଓ ପ୍ରତି ବିଷୟରେ ସର୍ବୋତ୍ତମ ଫଳାଫଳ ପ୍ରଦର୍ଶନ କରିଛି | ସାରା ରାଜ୍ୟରେ କଟକ, ୯ମ ଶ୍ରେଣୀରେ ଅତି ଉତ୍ତମ ପ୍ରଦର୍ଶନ କରିଥିବା ୭ଟି ଜିଲ୍ଲା ମଧ୍ୟରେ ପ୍ରଥମ ସ୍ଥାନ, ୬ଷ୍ଠ ଶ୍ରେଣୀରେ ଅତି ଉତ୍ତମ ପ୍ରଦର୍ଶନ କରିଥିବା ୭ଟି ଜିଲ୍ଲା ମଧ୍ୟରେ ଦ୍ଵିତୀୟ ସ୍ଥାନ ଓ ୩ୟ ଶ୍ରେଣୀରେ ଉତ୍ତମ ପ୍ରଦର୍ଶନ କରିଥିବା ୯ଟି ଜିଲ୍ଲା ମଧ୍ୟରେ ଦ୍ଵିତୀୟ ସ୍ଥାନ ଅଧୁକାର କରିବାର ଗୌରବ ହାସଲ କରିପାରିଛି ।
Leave a Reply