Spread the love

ରାଜଧାନୀରେବ୍ଲକିଂଓଚେକିଂ!.
ରାଜଧାନୀରେ ହୋଲି ସେଲିବ୍ରେସନ୍‌ ପରେ କମିଶନରେଟ୍‌ ପୋଲିସ୍‌ ପକ୍ଷରୁ ବିଭିନ୍ନ ସ୍ଥାନରେ ବ୍ଲକିଂ ଓ ଚେକିଂ କରାଯାଇଛି। ଯେଉଁମାନେ ମଦ୍ୟପାନ କରି ଗାଡ଼ି ଚଳାଉଛନ୍ତି ସେମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।
ଗୋଷ୍ଠୀସଂଘର୍ଷ୪ଆହତ!.

-ନୀଳଗିରି: ଦୁଇ ଗୋଷ୍ଠୀ ମଧ୍ୟରେ ପିଟାପିଟି, ୪ ଆହତ
-ଗୁହାଳିଆ ଗାଁରେ ପୂର୍ବ ଶତ୍ରୁତାରୁ ଗୋଷ୍ଠୀ ସଂଘର୍ଷ
-୪ ଆହତ ମେଡିକାଲରେ ଭର୍ତ୍ତି, ଗାଁରେ ପୋଲିସ ଫୋର୍ସ ମୁତୟନ!.
ସରପଞ୍ଚଙ୍କଘରେପଶିଭଙ୍ଗାରୁଜା!.
-ଖୋର୍ଦ୍ଧା: ହୋଲିରେ ଗଣ୍ଡଗୋଳ, ସରପଞ୍ଚଙ୍କ ଘରେ ପଶି ଭଙ୍ଗାରୁଜା
-ଘରେ ପଶି ସଂଘବଦ୍ଧ ଆକ୍ରମଣ ସହ ଗାଡ଼ି ଭଙ୍ଗାରୁଜା
-ବାଘମାରୀ ଥାନା ପଙ୍ଗାରୀସିଂ ସରପଞ୍ଚଙ୍କ ଘରେ ସଂଘବଦ୍ଧ ଆକ୍ରମଣ
-ଆକ୍ରମଣରେ ୨ ଜଣ ଗୁରୁତର ସୂଚନା, ଗାଁରେ ପୋଲିସ ଫୋର୍ସ!.
ହୋଲିହେଲାକାଳ୫_ମୃତ!.

-ହୋଲି ଅଘଟଣ: ଗାଧୋଇଲା ବେଳେ ବୁଡ଼ି ଭିନ୍ନ ଭିନ୍ନ ସ୍ଥାନରେ ୫ ମୃତ
-ସାଲେପୁର କରମୁଆଁ ଗାଁ ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ
-ପାରାଦୀପ ଲକ୍‌ ଥାନା କତକୁଲା ଗାଁ ପୋଖରୀରେ ବୁଡ଼ି ନାବାଳକ ମୃତ
-ସୋର ଥାନା ଦହିସଡ଼ା ଗାଁ ପୋଖରୀରେ ବୁଡ଼ି ନାବାଳକ ମୃତ
-ବାଲେଶ୍ୱର ପୋଲିସ କଲୋନୀରେ ପୋଖରୀରେ ବୁଡ଼ି ନାବାଳକ ମୃତ
-ସମ୍ବଲପୁର ଚାଉଁରପୁର ପାୱାର ଚ୍ୟାନେଲ କେନାଲରେ ବୁଡ଼ି ଯୁବକଳ ମୃତ!.
ହୋଲି ଖେଳି ଫେରୁଥିବା ସମୟରେ ପଦ୍ମପୁର ବଜାର ନିକଟରେ ବାଇକ ଓ ସ୍କୁଟି ମୁହାଁମୁହିଁ ଧକ୍କା ୪ଗୁରୁତର। ଗୁରୁତର ଙ୍କୁ କଟକ ସ୍ଥାନାନ୍ତର
ଡିଜେ ବଜାଇ ହୋଲି ଖେଳୁଥିଲେ… ପୋଲିସ ନେଇଗଲା ସାଉଣ୍ଡ ବକ୍ସ…. ସହିଦନଗର ରମାଦେବୀ କଲେଜ ଆଗରେ ରାସ୍ତା କଡ଼ରେ ବେଆଇନ ଭାବେ ସାଉଣ୍ଡ ବଜାଉଥିଲେ ହୋଲି ପାଳୁଥିଲେ। ସାଉଣ୍ଡ ବକ୍ସ ଜବତ କରିବା ସହ ଯୁବକ ଯୁବତୀଙ୍କୁ ଘଟଣା ସ୍ଥଳରୁ ଘଉଡାଇଛି ପୋଲିସ ।

Related Post

Leave a Reply

Your email address will not be published. Required fields are marked *

You Missed