ରାଜଗାଙ୍ଗପୁର ପୌରପାଳିକାର ଅବ୍ୟବସ୍ଥା ପାଇଁ ଦାୟୀ କିଏ??
ରାଜଗାଙ୍ଗପୁର :-=(ଦର୍ଶନ ସମୀକ୍ଷା) ସହରର ଅବ୍ୟବସ୍ଥା ସହରବାସୀ ଙ୍କ ପାଇଁ ଚିନ୍ତାର ବିଷୟ ଥିଲା ବେଳେ ଏଥି ପ୍ରତି ଉଚ୍ଚ କର୍ତ୍ତୃପକ୍ଷ୍ୟ ଧ୍ୟାନ ନ ଦେବା ସହରବାସୀଙ୍କର ଚିନ୍ତା ବଢ଼େଇଛି l ପ୍ରକାଶ ଥାଉ କି ଦୀର୍ଘ 4 ମାସ ହେଲା ରାଜଗାଙ୍ଗପୁର ପୌରପାଳିକାରେ ବହୁତ ବଡ ଅବ୍ୟବସ୍ଥା ଦେଖିବାକୁ ମିଳୁଚ୍ଛି l ରାଜଗାଙ୍ଗପୁର ପୌରପାଳିକାରେ 4 ମାସ ତଳେ ଜୁନ 16 ତାରିଖରେ କିରଣ ବେହେରା କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ନିଜର କାର୍ଯ୍ୟ ଆରମ୍ଭ କରିଥିଲେ l ସରକାରୀ ଖାତାରେ 4 ମାସ କାର୍ଯ୍ୟରତ ବୋଲି ଉଲ୍ଲେଖ ଥିଲେ ହେଁ, ସେ ବିଭିନ୍ନ ପ୍ରକାର ଆଳ ଦେଖେଇ ଅଫିସରେ ଅନୁପସ୍ଥିତି ରହିବାର ଦେଖିବାକୁ ମିଳୁଥିଲା ଫଳରେ ପୌରପାଳିକାରେ ସମସ୍ତ କାମ ପ୍ରାୟ ଠପ ହୋଇ ଥିବା ପରିସ୍ଥିତି ଉପୁଜି ଥିଲା l ଏମିତି କି ଲୋକମାନେ ବାରମ୍ବାର ନିଜର ବିଭିନ୍ନ ଅଭିଯୋଗ ପାଇଁ ଭେଟ କରିବାକୁ ଆସି ନିରାଶ ହୋଇ ଫେରୁ ଥିଲେ l ପୌରପାଳିକାର ଏ ପ୍ରକାର ବ୍ୟବସ୍ଥାରେ କର୍ମଚାରୀ ବି ଅତିଷ୍ଟ ହୋଇ ପଡ଼ିଥିଲେ l ବିଗତ ମାସ ଆଗକୁ ପାର୍ବଣର ପର୍ବ ଥିବା ସତ୍ୱେ ମହିଳା ଅଧିକାରିଣୀ ନିଜର ଦରମା କୁ ରିଲିଜ଼ କରି ନେଇ ଅନ୍ୟ କର୍ମଚାରୀଙ୍କ ଦରମା କରି ନ ଥିଲେ l ଗତ କିଛି ଦିନ ତଳେ ପୌରପାଳିକା ଅଧକ୍ଷ୍ୟା ଜିଲ୍ଲାପାଳଙ୍କୁ ଅନୁରୋଧ କରିବାରୁ ଯଦିଓ ପୂଜାଛୁଟି ପୂର୍ବରୁ କିଛି କର୍ମଚାରୀଙ୍କ ଦରମା ହୋଇଥିଲା ଏଯାବତ ଅନ୍ୟ କର୍ମଚାରୀ ମାନେ ଦରମା ପାଇ ନ ଥିବା ପରିଲକ୍ଷିତ ହୋଇଛି l ଦରମା ନ ପାଇ କର୍ମଚାରୀ ମାନେ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l କର୍ମଚାରୀ ମାନେ ତାଙ୍କର ଜରୁରୀ କାଳୀନ କାମ ଯଥା ସ୍କୁଲ ଫି, ଘର ଭଡା,ରାସନ, ଗାଡିର ମାସିକ କିସ୍ତି ଦେବା ଭଳି ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହେଉ ଛନ୍ତି l ଅନ୍ୟ ପକ୍ଷରେ 4/5 ମାସ ହେଲା ଠିକାଦାରଙ୍କର ଵିଲ ନ ହେବାରୁ ସହରରେ ଉନ୍ନତି ମୂଳକ କାର୍ଯ୍ୟରେ ବାଧା ଉପୁଜୁଚ୍ଛି l ଏମିତି କି ଆଗକୁ “ଦୀପାବଳି ଓ ଛଟ ” ଭଳି ବଡ ପର୍ବ ଆସୁଥିବାରୁ ଠିକାଦାର ମାନଙ୍କର ଚିନ୍ତା ବଢିଚ୍ଛି l ପ୍ରକାଶ ଥାଉ କି ଗତ 23/09/25 ରେ ପୌରପାଳିକା ରେ ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ରୂପେ ଗୋବିନ୍ଦ ଦଣ୍ଡସେନାଙ୍କୁ ନିଯୁକ୍ତିର ଅନୁମତି ମିଳିବା ସତ୍ୱେ ପ୍ରାୟ 20 ଦିନ ହେବ ସେ କାର୍ଯ୍ୟରେ ଯୋଗ ନ ଦେବା କଥା ସହରରେ ବୁଦ୍ଧିଜୀବୀ ମହଲ ରେ ଚର୍ଚ୍ଚାର ବିଷୟ ପାଲଟିଛି l କାର୍ଯ୍ୟ ନିର୍ବାହୀ ଅଧିକାରୀ କେଉଁ କାରଣରୁ ସରକାରଙ୍କ ନିୟମକୁ ଉଲଂଘନ କରୁଛନ୍ତି ତାହା ଜଣା ପଡୁନି l ଏ ପଟେ ଅଧିକାରୀଙ୍କ ଅନୁପସ୍ଥିତିରେ ସହରରେ କୌଣସି ଉନ୍ନତି ମୂଳକ କାମ ହେବା ତଃ ଦୂରର କଥା ସହରରେ ଗଳି କନ୍ଦିରେ ପରିମଳ ଓ ସ୍ୱଛତା ଉପରେ ପ୍ରଭାବ ପକାଉଛି l ଅପର ପକ୍ଷରେ ଅଧିକାରୀଙ୍କ ଅନୁପସ୍ଥିତ ଯୋଗୁଁ ପୌରପାଳିକାରେ ହେଉଥିବା ଦୁର୍ନୀତିର ଗନ୍ଧ ବେଶ ବାରି ହେଉଛି l ରାଜଗାଙ୍ଗପୁର ସହରର ସ୍ୱାର୍ଥକୁ ଆଖି ଆଗରେ ରଖି ପୌରପାଳିକାର ପରିସ୍ଥିତିକୁ ସ୍ୱାଭାବିକ କରିବା ପାଇଁ ଉଚ୍ଚ କତୃପକ୍ଷ ଧ୍ୟାନ ଦେବାକୁ ସହରବାସୀ ଦାବି କରିଛନ୍ତି l
ରାଜଗାଙ୍ଗପୁର ପୌରପାଳିକାର ଅବ୍ୟବସ୍ଥା ପାଇଁ ଦାୟୀ କିଏ?ଲୋକମାନେ ବାରମ୍ବାର ନିଜର ବିଭିନ୍ନ ଅଭିଯୋଗ ପାଇଁ ଭେଟ କରିବାକୁ ଆସି ନିରାଶ ହୋଇ ଫେରୁଛନ୍ତି, ଅଧିକାରୀ ଅନୁପସ୍ଥିତ

Leave a Reply