ପଶ୍ଚିମ ଓଡିଶା ଶୈବ୍ୟ ପୀଠରେ ଆନ୍ତଃରାଜ୍ୟ ବାଲୁକା ଶିଳ୍ପୀଙ୍କ କଳାକୃତି:-
ରାଜଗାଙ୍ଗପୁର, 20/7/25, ଦର୍ଶନ ସମୀକ୍ଷା
ରାଜଗାଙ୍ଗପୁର ନିକଟସ୍ଥ ଘୋଘର ଧାମ ଯାହା କି ପଶ୍ଚିମ ଓଡିଶାର ପ୍ରସିଦ୍ଧ ଶୈବ୍ୟ ପୀଠ ମାନଙ୍କ ମଧ୍ୟରୁ ଅନ୍ୟତମ । ଏହି ଶ୍ରାବଣ ମାସରେ ଏଠାରେ ହଜାର ହଜାର ଶ୍ରଦ୍ଧାଳୁ ଜଳ ଅଭିଷେକ କରିବା ପାଇଁ ଓଡ଼ିଶାର ପଡୋଶୀ ରାଜ୍ୟ ଯଥା ଝାରଖଣ୍ଡ, ଛତିଶଗଡ଼ ଭଳି ରାଜ୍ୟ ମାନଙ୍କର ବହୁ ଶ୍ରଦ୍ଧାଳୁ ରାଜ୍ୟର କୋଣ ଅନୁକୋଣରୁ ଓଡିଶା ଆସି ଜଳାଭିଷେକ ଓ ଦର୍ଶନ କରିଥାନ୍ତି l ଏଠାରେ ଏକ ମାସ ଧରି ମେଳା ର ଆୟୋଜନ ମଧ୍ୟ ହୋଇ ଥାଏ ଓ ବହୁ ରାଜ୍ୟରୁ ବହୁ ବ୍ୟବସାୟୀ ଆସି ମନୋହର ସାମଗ୍ରୀ ର ବଜାର ଲଗାଇ ଥାଆନ୍ତି । ସ୍ଥାନୀୟ ଜନସାଧାରଣ ଗୃହ ସାମଗ୍ରୀ ନେବା ପାଇଁ ମେଳାକୁ ମଧ୍ୟ ଆସି ଥାନ୍ତି l ଏହି ଅବସରରେ ଅନ୍ନ୍ତଃରାଜ୍ୟ ବାଲୁକା ଶିଳ୍ପୀ ରାଜକିଶୋର ସାହୁ ବାଲିରେ ନିର୍ମିତ୍ତ ନିଖୁଣ କଳାରେ ବାବା ଘୋଘର ନାଥ ଙ୍କ ପ୍ରତିମୂର୍ତ୍ତି ନିର୍ମାଣ କୁ ଦେଖିବା ପାଇଁ ବେଶ୍ ଭିଡ଼ ଲାଗି ରହିଛି । ଏହି ମେଳାରେ ରାଜ କିଶୋର ସାହୁଙ୍କ ବାଲୁକା ଶିଳ୍ପୀ ଟି ଏଠାକାର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟି ଯାଇଛି l
Leave a Reply