ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲ ପକ୍ଷରୁ ବନ ମହୋତ୍ସବ
ରାଉରକେଲା, ( ସସ୍ମିତା ପ୍ରଧାନ )ଦର୍ଶନ ସମୀକ୍ଷା
ସ୍ଥାନୀୟ ସେକ୍ଟର – 19 ସ୍ଥିତ ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲ ପକ୍ଷରୁ ଆଜି ବନ ମହୋତ୍ସବ ମହା ସମାରୋହ ରେ ପାଳିତ ହୋଇଯାଇଛି l ପ୍ରାରମ୍ଭରେ ସ୍କୁଲ ର ପ୍ରିନସିପାଲ ଜଳଧର ମହାପାତ୍ର ସ୍ୱାଗତ ଅଭିଭାଷଣ ପ୍ରଦାନ ପୂର୍ବକ ଏହି ଦିବସର ତାତ୍ପର୍ଯ୍ୟ ସମ୍ପର୍କ ରେ ଆଲୋକପାତ କରିଥିଲେ l ପ୍ରତ୍ୟେକ ଛାତ୍ର ଛାତ୍ରୀ ସଚେତନ ହେବ। ସହ ବୃକ୍ଷ ଟିଏ ଲଗାଇ ପରିବେଶକୁ ସନ୍ତୁଳିତ ରଖିବାକୁ ଆହ୍ୱାନ କରିଥିଲେ l

ଏଥିରେ ମୁଖ୍ୟ ଅତିଥି ଭାବେ ଏନଆଇଟି ପଦାର୍ଥ ବିଜ୍ଞାନ ବିଭାଗ ପ୍ରଫେସର ଡ଼. ଜ୍ୟୋତି ପ୍ରକାଶ କର ଯୋଗ ଦେଇ କହିଲେ ଯେ, ପ୍ରକୃତି ଆମକୁ ସୁନ୍ଦର ପରିବେଶ ଓ ବୃକ୍ଷ ଲତା ଦେଇଛି, ତାହାର ସୁରକ୍ଷା କରିବା ଆମ ସମସ୍ତଙ୍କର ଦାୟିତ୍ୱ l ଜୈବବିବିଧତା ବଜ।ୟୀ ରହିଲେ ପ୍ରାକୃତିକ ପରିବେଶ ସନ୍ତୁଳିତ ହୋଇ ପାରିବ ବୋଲି ଡ଼ କର କହିଥିଲେ l
ବରିଷ୍ଠ ସାମ୍ବାଦିକ ବିବେକାନନ୍ଦ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବୃକ୍ଷ ଅମ୍ଳଜାନ ପ୍ରଦାନ ସହ ମୂର୍ତ୍ତିକା ସଂରକ୍ଷଣ, ଖାଦ୍ୟ ଓ ଜୀବିକା ପ୍ରଦାନ କରିଥାଏ l ଏଣୁ ଜଙ୍ଗଲ ସମ୍ପଦ ର ସୁରକ୍ଷା ସାଙ୍ଗକୁ ଅଧିକ ରୁ ଅଧିକ ବୃକ୍ଷ ରୋପଣ କରିବାକୁ ଆହ୍ୱାନ କରିଥିଲେ l
ଶିକ୍ଷୟିତ୍ରୀ ଲଳିତା ବାଣ୍ଠୁ ଙ୍କ ସଂଯୋଜନା ରେ ଛାତ୍ର ଛାତ୍ରୀ ମାନେ ସୁନ୍ଦର ପଥ ପ୍ରାନ୍ତ ନାଟକ ପ୍ରଦର୍ଶନ କରିଥିଲେ l ଶିକ୍ଷୟିତ୍ରୀ ପୁର୍ଣିମା ମୁଖୀ, ଚନ୍ଦ୍ରିମା ଚୌଧୁରୀ
ସ୍ବର୍ଣ୍ଣଲତା ସାମଲ ପ୍ରମୁଖ ଙ୍କ ତତ୍ୱାବଧାନ ରେ କୁନିକୁନି ଛାତ୍ର ଛାତ୍ରୀ ମାନେ ଚିତାକର୍ଷକ ପରିବେଶ ସୁରକ୍ଷା ଓ ବୃକ୍ଷ ଛେଦନ ନକରିବା ବାର୍ତ୍ତା ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ l
କାର୍ଯ୍ୟକ୍ରମ କୁ ଛାତ୍ର ଛାତ୍ରୀ
ଆଦିତି ପଣ୍ଡା, ପ୍ରେମ ଶ୍ରୀବାସ୍ତବ
ଏମକେ ସୁଦୀପ୍ତ, ପ୍ରମୁଖ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ l
ଶେଷରେ ଶ୍ରଦ୍ଧାଞ୍ଜଳି ଖଣ୍ଡୁଆଳ ଧନ୍ୟବାଦ ଅର୍ପଣ କରିଥିଲେ l
ସଚେତନ ସଭା ପରେ ସ୍କୁଲ ପରିସରରେ ଅତିଥି ଓ ଶିକ୍ଷକ ଶିକ୍ଷୟତ୍ରୀ ତଥା ଛାତ୍ର ଛାତ୍ରୀ ମାନେ ଚାରା ରୋପଣ କରିଥିଲେ l କାର୍ଯ୍ୟକ୍ରମ ରେ ବହୁ ସଂଖ୍ୟାରେ ଛାତ୍ର ଛାତ୍ରୀ ଓ ଷ୍ଟାଫ ଉପସ୍ଥିତ ଥିଲେ l
Leave a Reply