ରାଉରକେଲା //ସହରର ଅନ୍ୟତମ ସାହିତ୍ୟ ଅନୁଷ୍ଠାନ ଓଡ଼ିଆ ଭାଷା ବିକାଶ ମଞ୍ଚ ର ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ଵରେ ଆମ୍ବାଗାନ ନିକଟସ୍ଥ ଉତ୍କଳମଣି ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା।

Spread the love

ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ ତିରୋଧାନ ଦିବସ ପାଳିତ …..
ରାଉରକେଲା:ଦର୍ଶନ ସମୀକ୍ଷା

ସହରର ଅନ୍ୟତମ ସାହିତ୍ୟ ଅନୁଷ୍ଠାନ ଓଡ଼ିଆ ଭାଷା ବିକାଶ ମଞ୍ଚ ର ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ଵରେ ଆମ୍ବାଗାନ ନିକଟସ୍ଥ ଉତ୍କଳମଣି ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ଗଗନ ବିହାରୀ ଧଳ, ଡ଼ଃ ସୁମନ ଦତ୍ତ ଅତିଥି ଭାବେ ଯୋଗଦେଇ ଗୋପବନ୍ଧୁଙ୍କ ଜୀବନାଦର୍ଶ ଓ ସୃଷ୍ଟି ସମ୍ପର୍କରେ ଆଲୋଚନା କରିଥିଲେ। ସେମାନଙ୍କ ବକ୍ତବ୍ୟରେ ଗୋପବନ୍ଧୁ କିପରି ଓଡ଼ିଆ ଜାତିର ମଣି, ସତ୍ୟବାଦୀ ବନବିଦ୍ୟାଳୟ ପ୍ରତିଷ୍ଠା, ସ୍ବାଧୀନତା ପାଇଁ ତାଙ୍କ ମନ କିପରି ବିକଳ ଓ ବିଦ୍ରୋହର ସ୍ବର,ସେ ସମ୍ପର୍କରେ ଆଲୋଚନା କରିଥିଲେ।ସେହିପରି ହମିରପୁର ଉନ୍ନୟନ ପରିଷଦ, ଇସ୍ପାତ ସାହିତ୍ୟ ସଂସଦ, ଭଜକୃଷ୍ଣ ସାରସ୍ଵତ ସ୍ମୃତି ସଂସଦ, ପ୍ରଗତି ଉତ୍କଳ ସଂଘ ର ବରିଷ୍ଠ କର୍ମକର୍ତ୍ତା ଗାଳ୍ପିକ କାଶୀନାଥ ନନ୍ଦୀ, ଗଙ୍ଗାଧର ପୁହାଣ, ଦିବାକର ଦାସ, ଡ଼ଃ ନଗେନ ଦାସ, ସତ୍ୟବ୍ରତ ଦାସ, ଗୈାତମ ଦାସ, ମୁରଲୀ ପଟ୍ଟନାୟକ, କୁଞ୍ଜବିହାରୀ ରାଉତ ପ୍ରମୁଖ ଉପସ୍ଥିତ ରହି ମାନବବାଦୀ କବି ଗୋପବନ୍ଧୁ, ସତ୍ୟବାଦୀ ଯୁଗର ଭୂମିକା, ଜାତୀୟ ଚେତନା, ସମାଜ ସଂସ୍କାର, ଜାତିପ୍ରୀତି, ମାନବିକତା ଓ ମୂଲ୍ୟବୋଧ ଉପରେ ଆଲୋଚନା କରିଥିଲେ। ଏହାସହ ଗୋପବନ୍ଧୁ ଙ୍କ କବିତା ରେ କିପରି ମାନବବାଦ ଚେତନା, ଜନ୍ମଭୂମି ପ୍ରତି ପ୍ରତିବଦ୍ଧତା ପରିଲକ୍ଷିତ ହୋଇଛି ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଶେଷରେ ଆବାହକ ଶ୍ରୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *