ରୋଟାରୀ କ୍ଲବ୍ ରାଉରକେଲା ରିଭରସାଇଡ୍ ର ଅଧିଷ୍ଠାନ ଉତ୍ସବ ପାଳିତ……,
ରାଉରକେଲା:ଦର୍ଶନ ସମୀକ୍ଷା
ରୋଟାରୀ କ୍ଲବ୍ ରାଉରକେଲା ରିଭରସାଇଡ୍ ର ଦ୍ବାଦଶ ଅଧିଷ୍ଠାନ ଉତ୍ସବ ରାଉରକେଲା କ୍ଲବ୍ ପ୍ରେକ୍ଷାଳୟରେ ମହାସମାରୋହରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର୍ ରୋଟାରିଆନ୍ ଆଲମ୍ ସିଂ ରୁପ୍ରା ଯୋଗ ଦେଇ କ୍ଲବ୍ ବିଗତ ବର୍ଷ ମାନଙ୍କରେ କରି ଆସୁଥିବା ବିଭିନ୍ନ ସମାଜ କଲ୍ୟାଣ ମୂଳକ କାର୍ଯ୍ୟ ପାଇଁ ଭୂୟସୀ ପ୍ରଶଂସା କରିବା ସହ ନୂତନ ନିର୍ବାଚିତ ସଭାପତି ଏବଂ ସମ୍ପାଦକଙ୍କୁ ଶପଥ ପାଠ କରାଇଥିଲେ। ବିଦାୟୀ ସଭାପତି ସନ୍ତୋଷ କୁମାର ମିଶ୍ର ସ୍ବାଗତ ସମ୍ଭାଷଣ ପ୍ରଦାନ କରି ସମସ୍ତ କାର୍ଯ୍ୟରେ ସଦସ୍ୟ ମାନଙ୍କର ସହଯୋଗ ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ। ବିଦାୟୀ ସମ୍ପାଦିକା ପ୍ରମିଳା ମିଶ୍ର ବିଗତ ବର୍ଷର କାର୍ଯ୍ୟାବଳୀ ଉପସ୍ଥାପନ କରିବା ସହ ସ୍ଲାଇଡ୍ ସୋ ମାଧ୍ୟମରେ ପ୍ରଦର୍ଶନ କରାଇଥିଲେ। ୨୦୨୫-୨୬ ବର୍ଷ ପାଇଁ କର୍ମକର୍ତ୍ତା ମାନଙ୍କର ନାମ ମୁଖ୍ୟ ଅତିଥି ଘୋଷଣା କରିଥିଲେ। ସଭାପତି – ଶଙ୍କର ପ୍ରସାଦ ତ୍ରିପାଠୀ, ସମ୍ପାଦକ – ଶରତ କୁମାର ପାଣିଗ୍ରାହୀ, ଉପସଭାପତି – ଡ. ଅରୁଣ କୁମାର ନାୟକ, କୋଷାଧ୍ୟକ୍ଷ -ବସନ୍ତ କୁମାର ପାଠୀ ଏବଂ ବିଭିନ୍ନ ବିଭାଗର ଦାୟିତ୍ବ ସମ୍ପନ୍ନ କର୍ମକର୍ତ୍ତା ଭାବେ ପରମେଶ୍ବର ପ୍ରଧାନ, ସୁଖବିନ୍ଦର ସିଂହ ସେଖୋନ୍, ପ୍ରତିମା ମହାପାତ୍ର,
ନିର୍ଦ୍ଦେଶନା ମଣ୍ଡଳୀରେ – ଡାକ୍ତର ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର, ମିହିର ରାୟ, ଦୀପକ ଦାଶ, ସିଦ୍ଧିନାଥ ଜ୍ୟୋତିଷି, ଘନଶ୍ୟାମ ମିରି ଏବଂ କାର୍ଯ୍ୟକାରୀ କମିଟିକୁ ନବଘନ ସାହୁ, ଅଜିତା ମହାନ୍ତି, ଡା. ସୁଧାରାଣୀ ପ୍ରଧାନ, ସୁଶାନ୍ତ ଦାସ, ଅଜୟ ସାହୁ, ଭଗବାନ ପାଢ଼ୀ, ପ୍ରମିଳା ମିଶ୍ର ଏବଂ ସୁପ୍ରିୟା ମହାନ୍ତି ପ୍ରମୁଖ ନିର୍ବାଚିତ ହୋଇଥିଲେ। ଏହି ଅବସରରେ କ୍ଲବ୍ ର ମୁଖପତ୍ର ‘ବ୍ରାହ୍ମଣୀ’କୁ ଅତିଥି ମାନେ ଉନ୍ମୋଚନ କରିଥିଲେ। ଏହି ସମାରୋହରେ ରାଉରକେଲା ଏବଂ ଓଡ଼ିଶାର ଅନ୍ୟ ରୋଟାରୀ କ୍ଳବ୍ ର କର୍ମକର୍ତ୍ତା ମାନଙ୍କ ସହ ବହୁ ନିମନ୍ତ୍ରିତ ଅତିଥି ଯୋଗ ଦେଇଥିଲେ। ଏହି ସମସ୍ତ କାର୍ଯ୍ୟ କ୍ରମକୁ ରୋଟାରୀଆନ୍ ପ୍ରତିମା ମହାପାତ୍ର ପରିଚାଳନା କରିଥିଲେ। ନବନିର୍ବାଚିତ ସଭାପତି ଶଙ୍କର ପ୍ରସାଦ ତ୍ରିପାଠୀ ଆଗାମୀ ବର୍ଷର କାର୍ଯ୍ୟକ୍ରମ ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ିବା ସହ ଶିକ୍ଷା ଓ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ପାଇଁ ଗୁରୁତ୍ୱାରୋପ କରିଥିଲେ। ଶେଷରେ ନବ ନିର୍ବାଚିତ ସମ୍ପାଦକ ଶରତ ଚନ୍ଦ୍ର ପାଣିଗ୍ରାହୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Leave a Reply