ବୃକ୍ଷରୋପଣ କାର୍ଯ୍ୟକ୍ରମ,ବୃକ୍ଷ ହିଁ ଜୀବନ …..
ରାଉରକେଲା: (ଦର୍ଶନ ସମୀକ୍ଷା)
ମିନାକ୍ଷୀ ଧର ଫାଉଣ୍ଡେସନ ଓ ସ୍ବାମୀ ବିବେକାନନ୍ଦ ଲୋକ ସଂସଦ ସୁନ୍ଦରଗଡ ଜିଲ୍ଲା ଶାଖା ର ମିଳିବ ଆନୁକୁଲ୍ଯରେ ପିଏମଶ୍ରୀ ଉଚ୍ଚବିଦ୍ୟାଳୟ ଏନ୍ଆଇଟି କ୍ଯାମ୍ପସ, ରେ ପ୍ରଧାନଶିକ୍ଷୟିତ୍ରୀ ସୁଦୀପ୍ତା ବେହେରାଙ୍କ ଆବାହକତ୍ବ ତଥା ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ତଥା ସମ୍ପାଦିକା ନିରୁପମା ପତି ଙ୍କ ସଭାପତିତ୍ବ,ମିନାକ୍ଷୀଧର ଫାଉଣ୍ଡେସନ ର ପ୍ରତିଷ୍ଠାତା ନଳିନୀକାନ୍ତ ଧର ଙ୍କ ତତ୍ତ୍ଵାବଧାନ ରେ ଏକ ବୃକ୍ଷରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଲୋକ ସଂସଦର ରାଜ୍ୟ ସଂଯୋଜକ ଅବସରପ୍ରାପ୍ତ ମହାପ୍ରବନ୍ଧକ କୁମାର ବେହେରା ଉଦ୍ଘାଟନ କରିଥିଲେ। ମୁଖ୍ୟ ଅତିଥି ଭବେ ଗୋପବନ୍ଧୁ ପାଠାଗାର ଓ ବସୁଧୈବ କୁଟୁମ୍ବକମ ର ସମ୍ପାଦକ ହରିହର ଶତପଥି,ସମ୍ମାନିତ ଅତିଥିଙ୍କ ମଧ୍ଯରେ ଡ଼ଃ ସୁମନ ଦତ୍ତ,ସାମ୍ବାଦିକ ବିବେକ ଦାସ, ଶଶାଙ୍କ ସାହୁ, ତଥା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ । ସର୍ବଶ୍ରୀ ସରୋଜ କୁମାର ଜେନା,ଅଜୟ ରାଉତ, ମିନତୀ ଖମାରୀ,ପ୍ରମିଳା ଡୁଙ୍ଗଡୁଙ୍ଗ, ପୂଜା ସ୍ବାଇଁ,ହରିଶଙ୍କର କାମିକା,ମମତା ସେନାପତି,ସୁଜାତା ,ସୁରେଖା ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଅତିଥି ମାନେ ବୃକ୍ଷରୋପଣର ଆଭିମୁଖ୍ୟ ଓ ଲକ୍ଷ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ପରିଶେଷରେ ବିବେକାନନ୍ଦ ଆଦର୍ଶ ରେ ଅନୁପ୍ରାଣିତ ହେବା ନିମନ୍ତେ ଅତିଥି ମାନେ ଆହ୍ବାନ ଦେଇଥିଲେ । କାର୍ଯ୍ୟକ୍ରମ ରେ ସଭାପତିତ୍ବ କରୁଥିବା ଶିକ୍ଷୟିତ୍ରୀ ଶ୍ରୀମତୀ ପତି ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Leave a Reply