ରାଉରକେଲା //ନିଖିଳ ଉତ୍କଳ କୈବର୍ତ୍ତ ସମାଜ, ରାଉରକେଲାର ୨୫ ତମ ପ୍ରତିଷ୍ଠା ଦିବସ ସେକ୍ଟର ୬ ସ୍ଥିତ ଶାରଳା ମନ୍ଦିର ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ସମାଜର ସଭାପତି ଅର୍ଜୁନ ଚରଣ ସାହୁଙ୍କ ସଭାପତିତ୍ବ ଓ ସାଧାରଣ ସମ୍ପାଦକ ଭ୍ରମରବର ବେହେରାଙ୍କ ଆବାହକତ୍ବ ଓ ନଟବର ବେହେରାଙ୍କ ମଞ୍ଚ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜର୍ଣ୍ଣାଲିଷ୍ଟ ଆସୋସିଏସନ ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟଅତିଥି, କୈବର୍ତ୍ତ ସମାଜର ପ୍ରାକ୍ତନ ସଭାପତି ଜଗବନ୍ଧୁ ବେହେରା ଉପସ୍ଥିତ ଥିଲେ

Spread the love

ନିଖିଳ ଉତ୍କଳ କୈବର୍ତ୍ତ ସମାଜର ପ୍ରତିଷ୍ଠା ଦିବସ ପାଳିତ …….
ରାଉରକେଲା: ( ସସ୍ମିତା ପ୍ରଧାନ )ଦର୍ଶନ ସମୀକ୍ଷା

ନିଖିଳ ଉତ୍କଳ କୈବର୍ତ୍ତ ସମାଜ, ରାଉରକେଲାର ୨୫ ତମ ପ୍ରତିଷ୍ଠା ଦିବସ ସେକ୍ଟର ୬ ସ୍ଥିତ ଶାରଳା ମନ୍ଦିର ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ସମାଜର ସଭାପତି ଅର୍ଜୁନ ଚରଣ ସାହୁଙ୍କ ସଭାପତିତ୍ବ ଓ ସାଧାରଣ ସମ୍ପାଦକ ଭ୍ରମରବର ବେହେରାଙ୍କ ଆବାହକତ୍ବ ଓ ନଟବର ବେହେରାଙ୍କ ମଞ୍ଚ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜର୍ଣ୍ଣାଲିଷ୍ଟ ଆସୋସିଏସନ ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟଅତିଥି, କୈବର୍ତ୍ତ ସମାଜର ପ୍ରାକ୍ତନ ସଭାପତି ଜଗବନ୍ଧୁ ବେହେରା ମୁଖ୍ୟବକ୍ତା, ସମ୍ମାନିତ ଅତିଥି ଭାବେ ରାଜକିଶୋର ବେହେରା ପ୍ରମୁଖ ଉପସ୍ଥିତ ରହି ସମାଜର ଉପସ୍ଥିତ ସଦସ୍ୟ ମାନଙ୍କୁ ପ୍ରତିଷ୍ଠା ଦିବସ ପାଳନର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ମୁଖ୍ୟଅତିଥି ଶ୍ରୀ ରାଉତ କୈବର୍ତ୍ତ ସମାଜର ସମାଜ ପ୍ରତି ଅଙ୍ଗିକାରବଦ୍ଧତା, ଦାୟିତ୍ୱବୋଧ ସହ ଅନୁଷ୍ଠାନର ସାମାଜିକ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ଏଥିସହ ସମାଜର ଉତ୍ପତ୍ତି ଓ ସମାଜରେ ଉଲ୍ଲେଖନୀୟ କୈବର୍ତ୍ତ ଭାଇଙ୍କ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ମୁଖ୍ୟବକ୍ତା ଶ୍ରୀ ବେହେରା ଡ଼ଃ ଆମ୍ବେଦକରଙ୍କ ଜୟନ୍ତୀ ପାଳନ କରିବା ପାଇଁ ଆହ୍ବାନ ସହ ଶିକ୍ଷା ଓ ଶିକ୍ଷିତ ହେବା ଉପରେ ଗୁରୁତ୍ୱାରୋପ କରିଥିଲେ। କୈବର୍ତ୍ତ ସମାଜକୁ ସେ ଆବିଷ୍କାରକ ଭାବେ ଅବହିତ କରିଥିଲେ। ପ୍ରାରମ୍ଭରେ ସଭାପତି ଶ୍ରୀ ସାହୁ ସ୍ବାଗତ ଭାଷଣ ଓ ସାଧାରଣ ସମ୍ପାଦକ ଶ୍ରୀ ବେହେରା ଅନୁଷ୍ଠାନର ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରି ଐକ୍ୟବଦ୍ଧତା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ଅନ୍ୟତମ ପ୍ରାକ୍ତନ ସଭାପତି ଜଗନ୍ନାଥ ବେହେରା ଆରଏସପି ରେ ଏଜିଏମ ପଦକୁ ଉନ୍ନିତ ହୋଇଥବାରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ବନ୍ଧୁଆ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ଗୋପବନ୍ଧୁ ତରାଇ, ପ୍ରମୋଦ କୁମାର ବେହେରା, ସଂଗଠନ ସମ୍ପାଦକ ହରେକୃଷ୍ଣ ବେହେରା, କୋଷାଧ୍ୟକ୍ଷ ବିବେକାନନ୍ଦ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶତାଧିକ ସଂଖ୍ୟାରେ କୈବର୍ତ୍ତ ସମାଜର ସଦସ୍ୟ ମାନେ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *