ରାଉରକେଲା //ଜଡ଼ିବୁଟି ଦିବସରେ ଔଷଧୀୟ ଚାରା ରୋପଣ କଲେ ପତାଞ୍ଜଳି ଯୋଗ ପରିବାର,ସୁନ୍ଦରଗଡ ଜିଲ୍ଲା ପତାଞ୍ଜଳି ଯୋଗ ପରିବାର ତରଫରୁ ଜଡ଼ିବୁଟି ଦିବସ ସେକ୍ଟର-୧୬ ଡି ବ୍ଲକ ସ୍ଥିତ “ମା” ତାରିଣୀ ମନ୍ଦିର ପରିସରରେ ପାଳନ କରାଯାଇଥିଲା

Spread the love

ଜଡ଼ିବୁଟି ଦିବସରେ ଔଷଧୀୟ ଚାରା ରୋପଣ କଲେ ପତାଞ୍ଜଳି ଯୋଗ ପରିବାର ……

ରାଉରକେଲା :ଦର୍ଶନ ସମୀକ୍ଷା ( ସସ୍ମିତା ପ୍ରଧାନ )ଆୟୁର୍ବେଦ ଶିରୋମଣି ଆଚାର୍ଯ୍ୟ ବାଳକ୍ରୀଷ୍ଣଜୀଙ୍କ ଜନ୍ମ ଦିବସକୁ ଜଡ଼ିବୁଟି ଦିବସ ରୂପେ ପ୍ରତି ବର୍ଷ ଅଗଷ୍ଟ ମାସ ୪ ତାରିଖରେ ପତଞ୍ଜଳି ଯୋଗ ପରିବାର ତରଫରୁ ସମଗ୍ର ଦେଶରେ ପାଳନ କରାଯାଉଛି । ସୁନ୍ଦରଗଡ ଜିଲ୍ଲା ପତାଞ୍ଜଳି ଯୋଗ ପରିବାର ତରଫରୁ ଜଡ଼ିବୁଟି ଦିବସ ସେକ୍ଟର-୧୬ ଡି ବ୍ଲକ ସ୍ଥିତ “ମା” ତାରିଣୀ ମନ୍ଦିର ପରିସରରେ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରଘୁନାଥପଲ୍ଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ ମୁଖ୍ୟଅତିଥି ଭାବେ ଯୋଗ ଦେବାକୁ ଆସିବା ମାତ୍ରେ ତାଙ୍କୁ ସ୍ବାଗତ କରିବା ସହିତ ପୁଷ୍ପ ଗୁଚ୍ଛ ଓ ଉପଢ଼ୌକନ ଦେଇ ସୁନ୍ଦରଗଡ ଜିଲ୍ଲା ଯୋଗ ପରିବାର ତରଫରୁ ରାଜ୍ୟ ସହ ପ୍ରଭାରୀ ଅକ୍ରୁର ମାର୍ଥା ତାଙ୍କୁ ସମ୍ବର୍ଦ୍ଧନା କରିଥିଲେ । ଶ୍ରୀ ତନ୍ତୀ ତାଙ୍କ ବକ୍ତବ୍ୟରେ ଆଚାର୍ଯ୍ୟ ବାଳକ୍ରୀଷ୍ଣଜୀ ଆୟୁର୍ବେଦକୁ ସମଗ୍ର ବିଶ୍ଵରେ ପ୍ରଚାର ପ୍ରସାର କରି ଭାରତର ଗୌରବ ଓ ସଂସ୍କୃତି ବଜାୟ ରଖିଥିବାରୁ ତାହାର ଭୂୟସୀ ପ୍ରଶଂସା କରିଥିଲେ ଏବଂ ସମସ୍ତେ ଏହାକୁ ଅନୁସରଣ କରିବାକୁ ପରାମର୍ଶ ଦେଇଥିଲେ । ଏହି ଦିବସରେ ଆମ ଔଷଧୀୟ ବୃକ୍ଷ ରୋପଣ କରିବା ସହିତ ଏହାର ଯତ୍ନ ନେବା । ପ୍ରତ୍ୟେକ ବ୍ୟକ୍ତି ଅତି କମରେ ଏକ ବୃକ୍ଷ ରୋପଣ କରିବା , ଯାହା ଦ୍ଵାରା ଆମ ଆଗାମୀ ପିଢ଼ି ପିଠିରେ ଅମ୍ଳଜାନ ପାଇଁ ଅକ୍ସିଜେନ ସିଲିଣ୍ଡର ପିଠିରେ ବୋହିବାକୁ ପଡ଼ିବ ନାହିଁ । ରାଜ୍ୟ ସହ ପ୍ରଭାରୀ ଅକ୍ରୁର ମାର୍ଥା ଏହି ଦିବସ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ ଓ ସମସ୍ତେ ନିରୋଗ ଜୀବନ ଯାପନ କରନ୍ତୁ ବୋଲି କାମନା କରିଥିଲେ ଏବଂ ଜଡ଼ିବୁଟି ଦିବସର ମହତ୍ ଉପରେ ଆଲୋକପାତ କରିଥିଲେ । ଜିଲ୍ଲା ମହିଳା ପ୍ରଭାରୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ନୀତମ୍ବିନୀ ସ୍ୱାଇଁ , ଜିଲ୍ଲା ବି ଏସ ଟି ପ୍ରଭାରୀ ନରେନ୍ଦ୍ର ବେହେରା, ଜିଲ୍ଲା ମିଡିଆ ପ୍ରଭାରୀ ଗଙ୍ଗାଧର ଦାଶ ଓ ଜିଲ୍ଲା ମହିଳା ସୋସିଆଲ ମିଡ଼ିଆ ପ୍ରଭାରୀ ଆରତୀ କର ଜଡ଼ିବୁଟି ଦିବସ ଉପରେ ତାଙ୍କର ବକ୍ତବ୍ୟ ଦେଇଥିଲେ । ଏହାପରେ ଆୟୁର୍ବେଦ ଶିରୋମଣି ଆଚାର୍ଯ୍ୟ ବାଳକ୍ରୀଷ୍ଣଜୀଙ୍କ ଦୀର୍ଘଜୀବନ କାମନା କରାଯାଇ ସମସ୍ତଙ୍କ ମଙ୍ଗଳାର୍ଥେ ବିଭିନ୍ନ ଜଡି ବୁଟି ଚାରା ଯଥା, ହରିଡା, ବାହାଡା, ନିମ୍ବ, ଅଁଳା, ପିଜୁଳି, ଅଶ୍ଵଗନ୍ଧା, ଗଙ୍ଗଶିଉଳି, ବୃସଙ୍ଗ ଆଦି ଚାରା ରୋପଣ କରାଯାଇଥିଲା । ଏହି ଯୋଗ କେନ୍ଦ୍ରର ବରିଷ୍ଠ ଯୋଗ ଶିକ୍ଷୟତ୍ରୀ ତଥା ପରିଚାଲିକା ଅନୁସୁୟା ବାରିକ ଓ ମନ୍ଦିର କମିଟିର ଅଧକ୍ଷ ପ୍ରଦୀପ୍ତ କୁମାର ସାହୁ କାର୍ଯ୍ୟକ୍ରମର ଆୟୋଜକ ଥିଲେ ଏବଂ ମନ୍ଦିର କମିଟିର କାର୍ଯ୍ୟକର୍ତ୍ତା ସର୍ବଶ୍ରୀ ପ୍ରଶାନ୍ତ କୁମାର ଦାସ, ଅରବିନ୍ଦ ଜଗଦେବ, ମାନସ ମହାପାତ୍ର, ରାମ ବର୍ମା,ଜଗନ୍ନାଥ ପାଣ୍ଡଵ ତଥା ସମସ୍ତ ଟ୍ରଷ୍ଟି ମେମ୍ବର ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମହିଳା ମହାମନ୍ତ୍ରୀ ରଞ୍ଜିତା ପାଣିଗ୍ରାହୀ, ଜିଲ୍ଲା ମହିହା ସଂଗଠନ ମନ୍ତ୍ରୀ ସଂଧ୍ୟାରାଣୀ ସାହୁ, ଜିଲ୍ଲା ମହିଳା କୋଷାଧ୍ୟକ୍ଷା ବିଷ୍ଣୁ ପ୍ରିୟା ଦାଶ, ଜିଲ୍ଲା ସମ୍ବାଦ ପ୍ରଭାରୀ କୌଶଲ୍ୟା ପୃଷ୍ଟି , ବରିଷ୍ଠ ଯୋଗ ଶିକ୍ଷୟତ୍ରୀ କୁନ୍ତଳା ସ, ସବିତା ପ୍ରଧାନ , ପ୍ରତିମା ଦାସ, ସସ୍ମିତା ସାହୁ, କନକ ଲତା ଜେନା,ମମତା ମହାନ୍ତି, ରେଣୁବାଳା ସ୍ୱାଇଁଙ୍କ ସମେତ ବହୁ ଯୋଗ ଶିକ୍ଷକ, ଶିକ୍ଷୟତ୍ରୀ ଓ ସାଧକ , ସାଧିକା ଭାଇ ଭଉଣୀମାନେ ଅଂଶ ଗ୍ରହଣ କରିଥିଲେ । ସେହି ଭଳି ବନ୍ଧମୁଣ୍ଡା ରେ ଯୋଗ ଶିକ୍ଷୟତ୍ରୀ ଏମ ମଧୂରା ୱାନୀଙ୍କ ସହଯୋଗ ଓ ଆୟୋଜନରେ ଜଡ଼ିବୁଟି ଦିବସ ପାଳନ କରାଯିବା ସହିତ ଔଷଧି ବୃକ୍ଷରୋପଣ କରାଯାଇ ଥିଲା । ଏହି କାର୍ଯ୍ୟକ୍ରମରେ ପ୍ରଭାରୀ ମାନଙ୍କ ସହିତ ବରିଷ୍ଠ ଯୋଗ ଶିକ୍ଷକ ତଥା ବିଶ୍ରା ତହସିଲ ପ୍ରଭାରୀ ହେମନ୍ତ କୁମାର ଜେନା, ଅଜିତ ପୃଷ୍ଟି, ଶିବାନୀ ଜେନା, ଗଙ୍ଗାଧର ତ୍ରିପାଠୀ, ରାମକୃଷ୍ଣ ପଣ୍ଡା, ଶ୍ରୀକର ତନ୍ତୀ, ନଗେନ୍ଦ୍ର ନାଥ ସ୍ୱାଇଁ, ଟିକେଶ୍ବର କାଲୋ , ପ୍ରଦୀପ ସାହୁ, ମଞ୍ଜୁଲତା ସାହୁଙ୍କ ସମେତ ବହୁ ସଦସ୍ୟ ଅଂଶ ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *