ରାଉରକେଲା //ଇସ୍ପାତ ସହିତ୍ଯ ଖଟିରେ ପହଞ୍ଚିଲା ଓଡିଆ ସହିତ୍ଯର ନବଦିଗନ୍ତ “ସାହିତ୍ଯ ଚର୍ଚ୍ଚା” |ଏ ସଂଖ୍ଯାର ସଂପାଦକୀୟରେ ସଂପାଦକ ନିହାର ରଂଜନ ଶତପଥୀ ଏକ ସମୟୋପଯୋଗୀ ଓ ଆମମାନଙ୍କୁ ଚିନ୍ତା କରିବା ପାଇଁ ଏକ ବିଶେଷ ଆଲେଖ୍ଯ “ନବ ଗୁଂଜରର ନବ ଚିତ୍ରଣ”

Spread the love

ରାଉରକେଲା :ଦର୍ଶନ ସମୀକ୍ଷା

Pଇସ୍ପାତ ସହିତ୍ଯ ଖଟିରେ ପହଞ୍ଚିଲା ଓଡିଆ ସହିତ୍ଯର ନବଦିଗନ୍ତ “ସାହିତ୍ଯ ଚର୍ଚ୍ଚା” |ଏ ସଂଖ୍ଯାର ସଂପାଦକୀୟରେ ସଂପାଦକ ନିହାର ରଂଜନ ଶତପଥୀ ଏକ ସମୟୋପଯୋଗୀ ଓ ଆମମାନଙ୍କୁ ଚିନ୍ତା କରିବା ପାଇଁ ଏକ ବିଶେଷ ଆଲେଖ୍ଯ “ନବ ଗୁଂଜରର ନବ ଚିତ୍ରଣ” ଉପସ୍ଥାପନ କରିଛନ୍ତି,ପ୍ରବନ୍ଧରେ ଛାୟାକାନ୍ତ ଶଡଙ୍ଗୀ ଓ ଦୋଳଗୋବିନ୍ଦ ବିଶୀଙ୍କ ପ୍ରବନ୍ଧ ଖୁବ୍ ଉଚ୍ଚ କୋଟିର ହୋଇଛି,ଗଳ୍ପରେ ବନଜ ଦେବୀ ଓ ରବି ପଣ୍ଡାଙ୍କ ଗଳ୍ପ ଏକ ନୂତନ ବାର୍ତ୍ତା ବହନ କରିଛି,ବିଶେଷ କରି ଶେଷ ପ୍ରୁଷ୍ଠାର ଲେଖକ ପ୍ରଶାନ୍ତ ଭୂୟାଁଙ୍କ ଆପଣାକିୟା ବେଶ୍ ଚର୍ଚ୍ଚାର ବିଷୟ | ଆଜିର ଅତିଥି ବିଶିଷ୍ଟ ସ୍ତମ୍ଭକାର ପଶୁପତି ନାଥ ଚାଟାର୍ଜି,ସାମ୍ଯବାଦର ବାର୍ତ୍ତାବହ ଓ ବିଶିଷ୍ଟ ନାଟ୍ଯକାର ଆର୍ତ୍ତତ୍ରାଣ ମହାପାତ୍ର,ଚିର ସବୁଜ ଶବ୍ଦର ସୌଦାଗର କବି ସୁଶାନ୍ତ କୁମାର ନାୟକ,ସର୍ବଦା ନୂତନ ଶବ୍ଦର ଖୋଜାଣ ମନସ୍କ କବି ପ୍ରତାପ କୁମାର ପଣ୍ଡା,ବିଶିଷ୍ଟ ସମାଜସେବୀ ତଥା ଆମେ ଓଡିଆର ସାଧାରଣ ସଂପାଦକ ଜଗନ୍ନାଥ ରାଉତ ||
ପତ୍ରିକାଟି ଆପଣମାନଙ୍କ ପରି ପାଠକଙ୍କ ଅପେକ୍ଷାରେ |||

Leave a Reply

Your email address will not be published. Required fields are marked *