ରାଉରକେଲା //ଆର୍ଟ ଅଫ୍ ଲିଭିଂ ଫାଉଣ୍ଡେସନ ଆନୁକୁଲ୍ୟରେ ଦେଶ ବ୍ୟାପୀ ‘ଆନନ୍ଦ ଉତ୍ସବ’ କର୍ମଶାଳା ଅତି ଉତ୍ସାହ ର ସହ ଅନୁଷ୍ଠିତ ହୋଇଯାଇଛି। ଦେଶ ବ୍ୟାପୀ ଏହି ପ୍ରଶିକ୍ଷଣ ଶିବିର ରେ ତେତିଶ ହଜାର ପ୍ରଶିକ୍ଷlର୍ଥୀ ଅଂଶଗ୍ରହଣ କରିଥିବା ବେଳେ ରାଉରକେଲା ଶାଖା ଆନୁକୁଲ୍ୟରେ ସ୍ଥାନୀୟ ଭଞ୍ଜ ଭବନ ତଥା ଉଦିତ୍ ନଗର ସ୍ଥିତ ଶ୍ରୀ ଶ୍ରୀ ସ୍ପେସ୍ ରେ ଆୟୋଜିତ ଏହି ବିଶାଳ ପ୍ରଶିକ୍ଷଣ ଶିବିର ରେ ଦେଢ଼ ଶହ ରୁ ଉର୍ଦ୍ଧ୍ବ ପ୍ରଶିକ୍ଷlର୍ଥୀ ଅଂଶଗ୍ରହଣ କରିଥିଲେ

Spread the love

ଅତି ଉତ୍ସାହ ର ସମାପିତ ହେଲା ଆନନ୍ଦ ଉତ୍ସବ…,.
ରାଉରକେଲା: ( ସସ୍ମିତା ପ୍ରଧାନ )ଦର୍ଶନ ସମୀକ୍ଷା

ଆର୍ଟ ଅଫ୍ ଲିଭିଂ ଫାଉଣ୍ଡେସନ ଆନୁକୁଲ୍ୟରେ ଦେଶ ବ୍ୟାପୀ ‘ଆନନ୍ଦ ଉତ୍ସବ’ କର୍ମଶାଳା ଅତି ଉତ୍ସାହ ର ସହ ଅନୁଷ୍ଠିତ ହୋଇଯାଇଛି। ଦେଶ ବ୍ୟାପୀ ଏହି ପ୍ରଶିକ୍ଷଣ ଶିବିର ରେ ତେତିଶ ହଜାର ପ୍ରଶିକ୍ଷlର୍ଥୀ ଅଂଶଗ୍ରହଣ କରିଥିବା ବେଳେ ରାଉରକେଲା ଶାଖା ଆନୁକୁଲ୍ୟରେ ସ୍ଥାନୀୟ ଭଞ୍ଜ ଭବନ ତଥା ଉଦିତ୍ ନଗର ସ୍ଥିତ ଶ୍ରୀ ଶ୍ରୀ ସ୍ପେସ୍ ରେ ଆୟୋଜିତ ଏହି ବିଶାଳ ପ୍ରଶିକ୍ଷଣ ଶିବିର ରେ ଦେଢ଼ ଶହ ରୁ ଉର୍ଦ୍ଧ୍ବ ପ୍ରଶିକ୍ଷlର୍ଥୀ ଅଂଶଗ୍ରହଣ କରିଥିଲେ। ଗତ ଅଗଷ୍ଟ ୧୨ ତାରିଖ ରୁ ଆରମ୍ଭ ହୋଇ ଏହି ପ୍ରଶିକ୍ଷଣ ୧୭ ତାରିଖ ରେ ସମାପ୍ତ ହୋଇ ଥିଲା l ଆସନ, ପ୍ରାଣାୟାମ, ସୁଦର୍ଶନ କ୍ରିୟା, ଧ୍ୟାନ ଏବଂ ବିଭିନ୍ନ ଆଧ୍ୟାତ୍ମିକ ପ୍ରଶିକ୍ଷଣ ର ସମନ୍ଵୟ ଏହି କର୍ମଶାଳା ବିଶ୍ୱ ର ୧୯୦ ରୁ ଉର୍ଦ୍ଧ୍ବ ଦେଶ ରେ ଗଭୀର ଆଦୃତି ଲାଭ କରିଛି। ବିଶ୍ଵ ବରେଣ୍ୟ ସନ୍ଥ ତଥା ଆର୍ଟ ଅଫ୍ ଲିଭିଂ ଫାଉଣ୍ଡେସନ ର ସଂସ୍ଥାପକ ପରମ ପୂଜ୍ୟ ଶ୍ରୀ ଶ୍ରୀ ରବିଶଙ୍କର ଦେଶ ବ୍ୟାପୀ ଏହି କାର୍ଯ୍ୟକ୍ରମର ଅନ୍ତିମ ଦିବସ ରେ ଅନଲାଇନ ରେ ପ୍ରଶିକ୍ଷlର୍ଥୀ ମାନଙ୍କୁ ଆଶୀର୍ବଚନ ପ୍ରଦାନ କରିଥିଲେ ଏବଂ ସେମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଥିଲେ। ସ୍ଥାନୀୟ ଭଞ୍ଜ ଭବନ ପରିସରରେ ଏହି ଉପଲକ୍ଷେ ଆୟୋଜିତ ଏକ ଗଣ ମାଧ୍ୟମ ସମ୍ମିଳନୀ କୁ ସମ୍ବୋଧିତ କରି ଆର୍ଟ ଅଫ୍ ଲିଭିଂ ଜାତୀୟ ସ୍ତରର ପ୍ରଶିକ୍ଷକ ଦେବଜ୍ୟୋତି ମହାନ୍ତି ଆନନ୍ଦ ଉତ୍ସବ ପ୍ରଶିକ୍ଷଣ ରେ ଅଂଶଗ୍ରହଣ କରିଥିବା ବ୍ୟକ୍ତି ବିଶେଷଙ୍କ ବ୍ୟକ୍ତି ଗତ ଜୀବନ ରେ ଘଟିଥିବା ବିଭିନ୍ନ ସୁଫଳ ଉପରେ ଆଲୋକପାତ କରିଥିଲେ। ରାଉରକେଲା ଇସ୍ପାତ କାରଖାନା ଦ୍ଵାରା ସ୍ଥାପିତ ସେକ୍ଟର ୨୦ ଓ ସେକ୍ଟର ୨୨ ସ୍ଥିତ ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ତଥା ସେକ୍ଟର ୧୯ ସ୍ଥିତ ଇସ୍ପାତ ବିଦ୍ୟାମନ୍ଦିର ର ଶିକ୍ଷା ଦାନ ଓ ପରିଚାଳନା ଦାୟିତ୍ବ ନିକଟ ଅତୀତରେ ଶ୍ରୀ ଶ୍ରୀ ରବିଶଙ୍କର ବିଦ୍ୟା ମନ୍ଦିର ଟ୍ରଷ୍ଟ କୁ ପ୍ରଦାନ କରାଯାଇଥିବା କଥା ଶ୍ରୀ ମହାନ୍ତି ପ୍ରକାଶ କରିଥିଲେ। ବିଶ୍ରା ବ୍ଲକ୍ ରେ ଇସ୍ପାତ କାରଖାନା ପାର୍ଶ୍ୱlଞ୍ଚଳରେ ଦଶମ ପାସ କରି ନଥିବା ପିଲା ମାନଙ୍କ ପାଇଁ ଜାରି ରହିଥିବା ନିଶୁଳ୍କ ଏୟାର କଣ୍ଡିସନ ମରାମତି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ରାଉରକେଲା ଠାରୁ ପ୍ରାୟ ୪୦ କିଲୋମିଟର ଦୂର ଅରଣ୍ୟ ମଧ୍ୟ ରେ ଥେଟେଇପୋଷ ପଞ୍ଚାୟତ ର ସାନ ବମ୍ବୁଆ ଠାରେ ଆଦିବାସୀ ଓ ବଞ୍ଚିତ ବର୍ଗ ର ପିଲା ମାନଙ୍କ ପାଇଁ ସ୍ଥାପିତ ଶ୍ରୀ ଶ୍ରୀ ଜ୍ଞାନ ମନ୍ଦିର ବିଦ୍ୟାଳୟ ରେ ପ୍ରାୟ ୨୫୦ ପିଲା ମାନଙ୍କୁ ମଧ୍ୟାହ୍ନ ଭୋଜନ ସହିତ ନିଶୁଳ୍କ ଶିକ୍ଷା ଦାନ ଦିଆ ଯାଉଛି ବୋଲି ସେ ପ୍ରକାଶ କରିଥିଲେ। ଏହି
ଗଣମାଧ୍ୟମ ସମ୍ମିଳନୀ ରେ ରଶ୍ମୀ ରଞ୍ଜନ ଦାସ, ଲଳିତ ସୁନ୍ଦର ଜେନା, ଚନ୍ଦ୍ରଚୁଡ ପାଣିଗ୍ରାହୀ, ତୁଷାର ବlଳା ତ୍ରିପାଠୀ ବଲ ବିନ୍ଦର କୌର, ସଞ୍ଜୟ ମହାନ୍ତି ପ୍ରମୁଖ ଉପସ୍ଥିତ ଥାଇ ଗଣମାଧ୍ୟମ ର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ।
ଆନନ୍ଦ ଉତ୍ସବ କର୍ମଶାଳା ରେ କାଜଲ ଦାସ, ଭଗବାନ ଦାସ ଶିବ ହରେ, ରାମ କୃଷ୍ଣ ପ୍ରଧାନ, ଗୋପାଳ ସାହୁ ,ରୀନା ଶର୍ମା, ତପସ୍ୱିନୀ ପ୍ରଧାନ, ପ୍ରକାଶ ନାୟକ, ରମେଶ ସେନାପତି, ସରୋଜ ଦାସ , ତପସ୍ୱିନୀ ମିଶ୍ର, ହେମନ୍ତ ପତି, ସସ୍ମିତା ସୁବୁଦ୍ଧି, ପୁଷ୍ପଶ୍ରୀ ସାହୁ ,ଅଜିତl ବେହେରା ପ୍ରମୁଖ ପ୍ରଶିକ୍ଷକ ଏବଂ ସ୍ଵେଚ୍ଛାସେବୀ ମାନେ ସହଯୋଗ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *