ପଶ୍ଚିମାଞ୍ଚଳ ରେଞ୍ଜ ଅଧିନରେ ଥିବା ୩ଟି ଜିଲ୍ଲାର ଅପରାଧ ହାର ହ୍ରାସ ପାଇଛି : ପଶ୍ଚିମାଞ୍ଚଳ ଡିଆଇଜି
ରାଉରକେଲା ୨୫/୭, ଦର୍ଶନ ସମୀକ୍ଷା
ଆଜି ପଶ୍ଚିମାଞ୍ଚଳ ଡିଆଇଜିଙ୍କ କାର୍ଯ୍ୟାଳୟ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ ସାମ୍ବାଦିକମାନଙ୍କୁ ଆଇନ ଶୃଙ୍ଖଳା ବିଷୟରେ ସୂଚନା ଦେବା ସହିତ ସୁନ୍ଦରଗଡ଼ ଜିଲ୍ଲାର ସମ୍ପୂର୍ଣ୍ଣ ସୂଚନା ପ୍ରଦାନ କରିଥିଲେ। ଯେଉଁଥିରେ ସମଗ୍ର ଜିଲ୍ଲାର ଅପରାଧ ରିପୋର୍ଟ, ଚୋରି, ଡକାୟତି, ଦୁର୍ଘଟଣା ଏବଂ ଅନ୍ୟାନ୍ୟ ମାମଲା ସମ୍ପର୍କରେ ସୂଚନା ଦିଆଯାଇଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ରାଉରକେଲା ଆରକ୍ଷୀ ଅଧିକ୍ଷକ ନିତେଶ ୱାଧୱାନୀ, ସୁନ୍ଦରଗଡ଼ ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିବାକର, କେଉଁଝର ଆରକ୍ଷୀ ଅଧିକ୍ଷକ ନିତେଶ ଡାଗାରୁ, ରାଉରକେଲା ରେଳବାଇ ଜିଆରପି ଆରକ୍ଷୀ ଅଧିକ୍ଷକ ପିପିସି ବର୍ଜେନା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସ୍ପେଶାଲ ବ୍ରାଞ୍ଚ ରାଉରକେଲା ଜୋନାଲ୍ ସଂଗ୍ରାମ ଟୁଡୁ ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ କୁମାର ରାୟ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଥିଲେ ଯେ, ରାଉରକେଲାର ଲ ଏଣ୍ଡ ଅର୍ଡର, ପ୍ରପର୍ଟି ଅଫେନ୍ସ, କ୍ରାଇମ୍ ଏଗ୍ନେଷ୍ଟ ଓମେନ୍, ଏକ୍ସିଡେଣ୍ଟ ଇତ୍ଯାଦି ଚାରୋଟି ବିଷୟ ଉପରେ ପୋଲିସ୍ ବିଭାଗ ପକ୍ଷରୁ ଆଲୋଚନା କରାଯାଇଛି। ରେଲୱେ ବିଭାଗ ସହିତ ରାଉରକେଲା ଆଇନ୍ ଶୃଙ୍ଖଳା ଦାୟିତ୍ବରେ ଥିବା ଆଡିସନାଲ ଏସ୍ ପି ସ୍ପେଶାଲ ବ୍ରାଞ୍ଚ ସମନ୍ଵୟ ରଖି କାର୍ଯ୍ଯ କରିବା ସହିତ ଆଗାମୀ ୪ ମାସ ପାଇଁ ଆଇନ ଶୃଙ୍ଖଳା ପରିସ୍ଥିତି କିପରି ସୃଷ୍ଟି ନହେବ ସେ ବିଷୟରେ କାର୍ଯ୍ଯ ଚାଲିଛି। ସୁନ୍ଦରଗଡରେ ବିଗତ ୬ ମାସ ମଧ୍ୟରେ ଅପରାଧ (ହତ୍ଯା ଘଟଣା) ହାର ହ୍ରାସ ପାଇଥିଲା ବେଳେ କେଉଁଝରରେ ମଧ୍ୟ ବିଗତ ୬ ମାସ ମଧ୍ୟରେ ଅପରାଧ (ହତ୍ଯା ଘଟଣା) ହାର ହ୍ରାସ ପାଇଛି। ସେହିପରି ରାଉରକେଲାର ବିଗତ ୬ ମାସ ମଧ୍ୟରେ ଅପରାଧ (ହତ୍ଯା ଘଟଣା) ହାର ମଧ୍ୟ କମ୍ ରହିଛି। ସେହିପରି ଜମି ବିବାଦ ଜନିତ ଅପରାଧ ହାର ମଧ୍ଯ କମିଛି ବୋଲି ପଶ୍ଚିମାଞ୍ଚଳ ରେଞ୍ଜ ଡିଆଇଜି ସୂଚନା ଦେଇଛନ୍ତି।
Leave a Reply