ରାଉରକେଲାର ନୂତନ ଅତିରିକ୍ତ ଜିଲ୍ଲାପାଳଙ୍କର ଯୋଗଦାନ
ରାଉରକେଲା ୨୮ /୦୭/୨୫: ଦର୍ଶନ ସମୀକ୍ଷା
ରାଉରକେଲାର ନୂତନ ଅତିରିକ୍ତ ଜିଲ୍ଲାପାଳ ଭାବେ ଆଜି ଦୀନା ଦସ୍ତଗୀର୍ ଯୋଗଦାନ କରିଛନ୍ତି। ସେ ୨୦୨୧ ବ୍ୟାଚର ଭାରତୀୟ ପ୍ରଶାସନିକ ଅଧିକାରୀ ଏହା ପୂର୍ବରୁ ବ୍ରହ୍ମପୁର ର ଉପଜିଲ୍ଲାପାଳ ଭାବରେ କାର୍ଯ୍ୟ କରିଛନ୍ତି l ଆଜି କାର୍ଯ୍ୟରେ ଯୋଗ ଦେଲାପରେ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀଙ୍କୁ ଭେଟ କରିଥିଲେ l
ଏହି ଅବସରରେ ସୁଶ୍ରୀ ଦସ୍ତଗୀର୍ କହିଥିଲେ ଯେ ରାଉରକେଲା ର ଏଡିଏମ ଦାୟିତ୍ବ ମିଳିଥିବାରୁ ସେ ଅତ୍ୟନ୍ତ ଖୁସି ଅଛନ୍ତି l ରାଉରକେଲା ଏକ ସୁନ୍ଦର ସହର l ଯାହା ବି ଅଂଚଳର ପ୍ରମୁଖ ସମସ୍ୟା ରହିଛି ତାକୁ ବୁଝିବାକୁ ଚେଷ୍ଟା କରିବି ଏବଂ ପ୍ରଶାସନ ଓ ଅଂଚଳର ଲୋକଙ୍କ ସହିତ ମିଲିମିଶି ଏ ଦିଗରେ କାର୍ଯ୍ୟକରିିିବି l
Leave a Reply