ବାସନ୍ତୀ ସାଂସ୍କୃତିକ ପରିଷଦର ରଜ ପର୍ବ ପାଳନ………..
ରାଉରକେଲା :ଦର୍ଶନ ସମୀକ୍ଷା
ରାଉରକେଲାର ଅନ୍ୟତମ ସାଂସ୍କୃତିକ ଅନୁଷ୍ଠାନ ବାସନ୍ତୀ ସାଂସ୍କୃତିକ ପରିଷଦ ରେ ରଜ ଉତ୍ସବ ମହା ସମାରୋହରେ ପାଳନ ହୋଇଯାଇଛି । ଅନୁଷ୍ଠାନ ର ସଭାପତି ଶ୍ରୀବତ୍ସ କୁମାର କୁଅଁର ,କାର୍ଯ୍ୟକାରୀ ସଭାପତି ଭଗବାନ ମହାପାତ୍ର , ସାଧାରଣ ସମ୍ପାଦକ ଅକ୍ଷୟ କୁମାର ଭୂୟାଁ ପ୍ରଦୀପ ପ୍ରଜ୍ୱଳନ କରି ଏହି ଉତ୍ସବ କୁ ଉଦ୍ଘାଟନ କରିଥିଲେ । ରାଉରକେଲା ବିଧାୟକ ଶାରଦା ପ୍ରସାଦ ନାୟକ ଏହି ଉତ୍ସବ ରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ।ଏହି ଉତ୍ସବ ରେ ଛୋଟ ପିଲା ଓ ମହିଳା ମାନେ ବିଭିନ୍ନ ପ୍ରତିଯୋଗିତା ରେ ଭାଗନେଇଥିଲେ । ସୁରତiଳ ଗ୍ରୁପର ବିଜୟ ନାୟକଙ୍କ ଦ୍ୱାରା ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କରାଯାଇଥିଲା। ସୁଶ୍ରୀ ମୋନାଲିସା ଏହି କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ । ବିଶିଷ୍ଟ ସମାଜସେବୀ ଭଗବାନ ରାଉତ , ବିଜୟ କୁମାର ପ୍ରଧାନ ଓ ଲାଲଧର ସାହୁଙ୍କୁ ସେମାନଙ୍କର ବିଭିନ୍ନ ପ୍ରକାର ସମାଜ ସେବା ପାଇଁ ଉପଢୌକନ ଓ ମାନପତ୍ର ଦେଇ ବିଧାୟକ ଶ୍ରୀ ନାୟକ ସମ୍ମାନିତ କରିଥିଲେ । ଉପସଭାପତି ଗଙ୍ଗାଧର ଜେନା ଏବଂ ସାଂସ୍କୃତିକ ସମ୍ପାଦକ ଉତ୍ତମ କୁମାର ବାରିକ ମାନପତ୍ର ପାଠ କରିଥିଲେ । ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ବ ହାସଲ କରିଥିବା ପ୍ରତିଯୋଗୀଙ୍କୁ ମାନପତ୍ର ସହ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ଅକ୍ଷୟ ଦାସ , ଗଗନ ବିହାରୀ ପଣ୍ଡା , ସୁନନ୍ଦା ସେନାପତି , ବୀରେନ ସେନାପତି , ଦିଗମ୍ବର ମହାରଣା,ଛବି ମହାନ୍ତି , ଜ୍ୟୋତ୍ସ୍ନା ନାୟକ , ତରୁଲତା ରାଉତରାୟ ,ସୁମିତ୍ରା ମହାପାତ୍ର ,ସୁମିତ୍ରା ବାରିକ ,ସଂଯୁକ୍ତI. ଡାକୁଆ ପ୍ରମୁଖ ବିଭିନ୍ନ ପ୍ରତିଯୋଗୀ ମାନଙ୍କୁ ମାନପତ୍ର ପ୍ରଦାନ କରିଥିଲେ ।
ଜଗଦୀଶ ମୋହନ ପ୍ରହରାଜ , ଗଙ୍ଗାଧର ଜେନା,ଉତ୍ତମ କୁମାର ବାରିକ , ଶୁକଦେବ ମହନ୍ତ, କୃଷ୍ଣଚନ୍ଦ୍ର ଡାକୁଆ , ବିଜୟ କୁମାର ପ୍ରଧାନ , ରାଜୀବ ସିଂ , ଲାଲଧର ସାହୁ , ଭକ୍ତବନ୍ଧୁ ସେନାପତି ,ରସାନନ୍ଦ ନାୟକ , ପଦ୍ମଲୋଚନ ପଣ୍ଡା , ଶିଶିର ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହାୟତା କରିଥିଲେ ।
Leave a Reply