ରସିକିଆ ସାରେ //ରାଜନଗର ବ୍ଲକ୍‌ ଡାଙ୍ଗମାଳସ୍ଥିତ ସରକାରୀ ନାଗା ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରସିକିଆ ବିଜ୍ଞାନ ଶିକ୍ଷକ ଅମର ପ୍ରସାଦ ମଲ୍ଲିକ ସ୍କୁଲର ସପ୍ତମ ଓ ନବମ ଶ୍ରେଣୀର ଏକାଧିକ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ଅଭିଭାବକମାନେ ପ୍ରଧାନ ଶିକ୍ଷକଙ୍କ ନିକଟରେ ଅଭିଯୋଗ କରିଥିଲେ ।ପୋକ୍‌ସୋ ଆକ୍ଟରେ ମାମଲା ରୁଜୁ କରି ଶ୍ରୀ ମଲ୍ଲିକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରାଜାଇ ଥିଲା ।ପୋଲିସ ତାଙ୍କୁ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରୀ ମାଇନା କରାଇବା ପରେ କେନ୍ଦ୍ରାପଡ଼ା ପୋକ୍‌ସୋ କୋର୍ଟକୁ ତାଙ୍କୁ ଚାଲାଣ କରାଯାଇ ଜେଲ୍‌ ପଠାଯାଇଥିବା ଆଇଆଇସି ବିମଳ କୁମାର ମଲ୍ଲିକ ସୂଚନା ଦେଇଛନ୍ତି-କେନ୍ଦ୍ରାପଡ଼ା ରୁ ରତ୍ନାକର ପରିଡା ଦର୍ଶନ ସମୀକ୍ଷା

Spread the love

ରାଜନଗର ବ୍ଲକ୍‌ ଡାଙ୍ଗମାଳସ୍ଥିତ ସରକାରୀ ନାଗା ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରସିକିଆ ବିଜ୍ଞାନ ଶିକ୍ଷକ ଅମର ପ୍ରସାଦ ମଲ୍ଲିକ ସ୍କୁଲର ସପ୍ତମ ଓ ନବମ ଶ୍ରେଣୀର ଏକାଧିକ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ଅଭିଭାବକମାନେ ପ୍ରଧାନ ଶିକ୍ଷକଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହି ଘଟଣାରେ ପ୍ରଧାନ ଶିକ୍ଷକ ମାନସ ରଂଜନ ମିଶ୍ର ହସ୍ତକ୍ଷେପ କରି ତାଳଚୁଆ ସାମୁଦ୍ରିକ ଥାନାରେ ଶିକ୍ଷକ ଅମରଙ୍କ ବିରୋଧରେ ଅଭିଯୋଗ କରିଥିଲେ ।

ଅଭିଯୋଗ ଆଧାରରେ ପୁଲିସ ଧାରା ୧୨୬(୨୦), ୧୧୫(୨), ୭୪, ୭୯ (ବିଏନ୍‌ଏସ), ୧୨ ପୋକ୍‌ସୋ ଆକ୍ଟରେ ମାମଲା ରୁଜୁ କରି ଶ୍ରୀ ମଲ୍ଲିକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିଥିଲା । ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରୀ ମାଇନା କରାଇବା ପରେ କେନ୍ଦ୍ରାପଡ଼ା ପୋକ୍‌ସୋ କୋର୍ଟକୁ ତାଙ୍କୁ ଚାଲାଣ କରାଯାଇ ପରେ ଜେଲ୍‌ ପଠାଯାଇଥିବା ଆଇଆଇସି ବିମଳ କୁମାର ମଲ୍ଲିକ ସୂଚନା ଦେଇଛନ୍ତି । ଶ୍ରୀ ମଲ୍ଲିକଙ୍କୁ ନିଲମ୍ବନ କରାଯାଇଥିବା କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷାଧିକାରୀ ପବିତ୍ର ମୋହନ ବାରିକ କହିଛନ୍ତି ।

Leave a Reply

Your email address will not be published. Required fields are marked *