Spread the love

ଭୁବନେଶ୍ୱର, ୧୪/୦୮ : ବିବାହର ପ୍ରତିଶ୍ରୁତି ଦେଇ ସାରା ଦେଶରେ ଶତାଧିକ ମହିଳା-ଯୁବତୀଙ୍କୁ ଧୋକା ଦେଇଥିବା ଯାଜପୁରର ସତ୍ୟଜିତ୍ ସାମଲଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡରେ ଆଣି ଜେରା କରୁଛି କ୍ୟାପିଟାଲ୍ ଥାନା ପୁଲିସ୍ । ଏହି ସମୟରେ ବହୁ ତଥ୍ୟ ପୁଲିସ୍ ହାତରେ ଲାଗିଛି । ଠକେଇ କରିଥିବା ଟଙ୍କାରେ ସତ୍ୟଜିତ୍ ବିଭିନ୍ନ ଜିଲ୍ଳାରେ ଜମି କିଣିଥିବା ଜଣାପଡ଼ିଛି ।
ପୁରୀ, ଖୋର୍ଦ୍ଧା, କଟକ ଓ ଯାଜପୁର ଜିଲ୍ଳାରେ ସତ୍ୟଜିତଙ୍କ ନାଁ କେତେ ଜମି ରହିଛି, ତାହା ଜାଣିବା ପାଇଁ ଏ ସବୁ ଜିଲ୍ଳାର ତହସିଲଦାରଙ୍କୁ ଚିଠି ଲେଖିଛି କ୍ୟାପିଟାଲ୍ ଥାନା ପୁଲିସ୍ ।

ଡିସିପି ପ୍ରତୀକ ସିଂହ କହିଛନ୍ତି, ବର୍ତ୍ତମାନ ସତ୍ୟଜିତ୍ ନାଁରେ ପୁରୀରେ ଗୋଟିଏ ପ୍ଲଟ୍ ଠାବ ହୋଇଛି । କିଛି ମହିଳା ଅଭିଯୋଗ କରିଛନ୍ତି ସେ ଏକାଧିକ ଜମି କିଣିଛନ୍ତି । ସେଥିପାଇଁ ଉକ୍ତ ୪ଟି ଜିଲ୍ଲାର ତହସିଲଦାରଙ୍କୁ ଚିଠି ଲେଖାଯାଇଛି । ସେପଟେ ଘଟଣାର ଅଧିକ ତଦନ୍ତ ପାଇଁ ସତ୍ୟଜିତ୍ଙ୍କ ଭାଇ ବିଶ୍ୱଜିତ୍ ସାମଲଙ୍କୁ ପୁଲିସ ନୋଟିସ୍ କରିଛି । ତାଙ୍କୁ ପୁଲିସ୍ ଜେରା କରିବ । ତା’ଛଡା ସତ୍ୟଜିତ୍ ଫର୍ଚ୍ୟୁନ୍ର ଓ ସିଆଜ୍ କାର୍ କିଣିବା ପାଇଁ ବୁକିଂ କରିଥିଲେ । ସେ ସବୁର କାଗଜପତ୍ର ପୁଲିସ୍ ହାତରେ ଲାଗିଛି । ଗତ ୧୦ ତାରିଖ ଦିନ ପୁଲିସ୍ ସତ୍ୟଜିତ୍କୁ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡରେ ଆଣିଥିଲା । ବୁଧବାର ରିମାଣ୍ଡ ସରିବ । ଅଧିକ ତଦନ୍ତ ଆବଶ୍ୟକ ପଡ଼ିଲେ ତାଙ୍କୁ ପୁଣି ରିମାଣ୍ଡରେ ଆଣାଯିବ । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା ସତ୍ୟଜିତ୍ ମାମଲାର ତଦନ୍ତ କରୁଥିବା ତଦନ୍ତକାରୀ ଅଧିକାରୀ (ଆଇଓ) ୨ ଦିନ ହେବ ଛୁଟିରେ ପଳାଇଛନ୍ତି । ସେଥିପାଇଁ ପୁଣି ଥରେ ତାକୁ ରିମାଣ୍ଡରେ ଅଣାଯିବ ବୋଲି ଜଣାପଡ଼ିଛି ।

ସମ୍ବାଦ ର ପ୍ରକୃତ ଠିକଣା@ pramaya digital

Leave a Reply

Your email address will not be published. Required fields are marked *