ରମ୍ଭା //ଶ୍ରୀଜଗନ୍ନାଥ ଡିଗ୍ରୀ ମହାବିଦ୍ୟାଳୟରେ “ମାଆ ପାଇଁ ଗଛଟିଏ” କାର୍ଯ୍ୟକ୍ରମ+୩ଅଧ୍ୟକ୍ଷ ଶ୍ରୀ ଅଭିମନ୍ୟୁ ସାହୁଙ୍କ ଅଧ୍ୟକ୍ଷତରେ ଅନୁଷ୍ଠିତ ହୋଇଯାଇଅଛି।ଡ଼,ଏ,ପି,ଜେ, ଅବଦୁଲ କଲାମ ଜନ କଲ୍ୟାଣ ଚାରି ଟେବୁଲ୍ ଟ୍ରଷ୍ଟ, ଖଲ୍ଲିକୋଟ ମିଳିତ ସହଯୋଗ ରେ କାର୍ଯ୍ୟକ୍ରମ ହୋଇ ଥିଲା।

Spread the love

ଶ୍ରୀଜଗନ୍ନାଥ ଡିଗ୍ରୀ ମହାବିଦ୍ୟାଳୟରେ ମାଆ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ
ଅଦ୍ୟ ତା-୧୭/୦୯/୨୦୨୫ରିଖ ବୁଧବାର=(ଦର୍ଶନ ସମୀକ୍ଷା) ପୂର୍ବାହ୍ଣ ଘ୧୧.୦୦ମି. ସମୟରେ ଶ୍ରୀଜଗନ୍ନାଥ ଡିଗ୍ରୀ ମହାବିଦ୍ୟାଳୟରେ “ମାଆ ପାଇଁ ଗଛଟିଏ” କାର୍ଯ୍ୟକ୍ରମ+୩ଅଧ୍ୟକ୍ଷ ଶ୍ରୀ ଅଭିମନ୍ୟୁ ସାହୁଙ୍କ ଅଧ୍ୟକ୍ଷତରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ସମାରୋହରେ ଗଞ୍ଜାମ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ପୃଷ୍ଟି ମୁଖ୍ୟଅତିଥି ରୂପେ ଜିଲ୍ଲା ବନାଞ୍ଚଳ ଅଧିକାରୀ ଶ୍ରୀ ଅମ୍ଳାନ ନାୟକ ମୁଖ୍ୟବକ୍ତା ରୂପେ ସମାଜସେବୀ ଶ୍ରୀ ସୁବାଷ ଚନ୍ଦ୍ର ପଣ୍ଡା

ଡଃ ଏପିଜେ ଅବଦୁଲ୍ କଲାମ୍ ଚାରିଟେବୁଲ ଟ୍ରଷ୍ଟର ସଭାପତି ଶ୍ରୀ ପୂର୍ଣ୍ଣଚନ୍ଦ୍ର ବେହେରା ରାଜ୍ୟପାଳ ପୁରସ୍କାରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ବିଜୟ କୁମାର ବିଶ୍ଵାଳ ରମ୍ଭା ଉଚ୍ଚବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ବାଳକୃଷ୍ଣ ମହାରଣା ନୀଳାଚଳ ସତ୍ସଙ୍ଗ ପୁରୀର ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ଶ୍ରୀପୂର୍ଣ୍ଣଚନ୍ଦ୍ର ବେହେରା+୨ ଅଧ୍ୟକ୍ଷ ରାମଚନ୍ଦ୍ର ନାହାକ ଚିଲିକା ବନଖଣ୍ଡ ଅଧିକାରୀ ଶ୍ରୀମତୀ ରଶ୍ମିତା ଜେନା ଶ୍ରୀ ପ୍ରଭାତ କୁମାର ସୁରପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ।ଏହି ଅବସରରେ ଶତାଧିକ ବୃକ୍ଷରେ । ପଣସହିତ ପୂର୍ବ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଜାତୀୟ ସେବା ଯୋଜନା ଅଧିକାରୀ ଶ୍ରୀରଞ୍ଜିତ କୁମାର ପାଣିଗ୍ରାହୀ ସ୍ୱାଗତ ବକ୍ତବ୍ୟ ପ୍ରଦାନ କରିଥିଲେ ଓ ଓଡ଼ିଆ ଅଧ୍ୟାପକ ଡଃ ଭାସ୍କର ଚନ୍ଦ୍ର ମୁହଲି ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ +୩ ଓ+୨ର ପ୍ରାୟ ତିନିଶହ ଛାତ୍ରଛାତ୍ରୀ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ସହଯୋଗ କରି ସାଫଲ୍ୟ ମଣ୍ଡିତ କରିଥିଲେ।
ଡ଼,ଏ,ପି,ଜେ, ଅବଦୁଲ କଲାମ ଜନ କଲ୍ୟାଣ ଚାରି ଟେବୁଲ୍ ଟ୍ରଷ୍ଟ, ଖଲ୍ଲିକୋଟ ମିଳିତ ସହଯୋଗ ରେ କାର୍ଯ୍ୟକ୍ରମ ହୋଇ ଥିଲା।

Leave a Reply

Your email address will not be published. Required fields are marked *