ଗ୍ରୀନ ପିସ୍ ଭିଲେଜ ଫାଉଣ୍ଡେସନର ଦଶ ବର୍ଷ ପୂର୍ତ୍ତି ବାର୍ଷିକ ଉତ୍ସବ ପାଳନ।
ରମ୍ଭା ତା ୧୩.୧୦.୨୫-=( ଦର୍ଶନ ସମୀକ୍ଷା )ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଗ୍ରୀନ ପିସ୍ ଭିଲେଜ୍ ଫାଉଣ୍ଡେସନ ଓଡ଼ିଶା ତାର ଦଶ ବର୍ଷ ପୂର୍ତ୍ତି ବାର୍ଷିକ ଉତ୍ସବ ରମ୍ଭା ସ୍ଥିତ ମିଞ୍ଚିନିପାଟଣା କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ବେଦମନ୍ତ୍ର ,ଗୁରୁ ବନ୍ଦନା ପରେ ଶିବାଙ୍ଗୀ ମହାରଣା ଓ ଆଶାରାଣୀ ବିଶ୍ଵାଳଙ୍କ ଓଡ଼ିଶୀ ନୃତ୍ୟ ପରିବେଷଣରୁ ଆରମ୍ଭ ହୋଇଥିବା ଏହି କର୍ଯ୍ୟକ୍ରମକୁ ଗ୍ରୀନ ପିସ୍ ଭିଲେଜ୍ ଫାଉଣ୍ଡେସନ ର ପ୍ରତିଷ୍ଠାତା ପ୍ରତାପ ନାୟକ ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥି ଭାବେ ଅର୍ଗସ ନିଉଜର ବରିଷ୍ଠ ସାମ୍ବାଦିକ ସଂଗ୍ରାମ ଷଡ଼ଙ୍ଗୀ,ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ଆକାଶ ବାଣୀ ର ପ୍ରାକ୍ତନ ନିର୍ଦ୍ଦେଶକ ତଥା ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଉଦ୍ଘୋଷକ ହୃଷୀକେଶ ପାଣିଗ୍ରାହୀ ଓ ସୁଦୀପ୍ତା ପାଣିଗ୍ରାହୀ,ଅନୁଷ୍ଠାନର ସହ ପ୍ରତିଷ୍ଠାତା ପ୍ରଶାନ୍ତ କୁମାର ଦାସ,ସଭାପତି ପ୍ରକାଶ ନାହାକ,ସମ୍ପାଦକ ଦେବେନ୍ଦ୍ର ନାହାକ ଯୋଗଦେଇ ଗ୍ରୀନ ପିସ୍ ର ସମାଜ ପ୍ରତିଥିବା ସେବା, ନିଷ୍ଠା,ତ୍ୟାଗ ଓ ମହନୀୟତା ଉପରେ ଆଲୋକପାତ କରିବା ସହିତ ପ୍ରକୃତି, ପରିବେଶ, ଜଳବାୟୁ ପରିବର୍ତ୍ତନ,ସ୍ୱାସ୍ଥ୍ୟ,ସ୍ବଚ୍ଛତା
ଆଦି ଦିଗରେ ଗ୍ରୀନ ପିସ୍ ଭିଳେଜ୍ ଫାଉଣ୍ଡେସନର କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ। ବୈଶ୍ଵିକ ମହାମାରୀ କରୋନା ଠାରୁ ଆରମ୍ଭକରି ପ୍ରକୃତିର କରାଳ ରୂପ ବନ୍ୟା,ବାତ୍ୟା,ଭୂମିକମ୍ପ, ମରୁଡ଼ି ଆଦି ଆପଦକୁ ଆମ୍ଭେ ସାମ୍ନା କରୁଥିଲେ ମଧ୍ୟ ତାର ନିରାକରଣ ପାଇଁ ମୋଟେ ଚିନ୍ତା କରୁନାହୁଁ ତେଣୁ ବ୍ୟକ୍ତିଗତ ଭାବେ ଏହାର ନିରାକରଣ ପାଇଁ ବୃକ୍ଷଟିଏ ଲଗାଇବା ଉଚିତ୍।ଏହି ଅବସରରେ ମଞ୍ଚାସୀନ ଅତିଥିମାନଙ୍କ ସହ ଅନୁଷ୍ଠାନର ଉପଦେଷ୍ଟା ପଞ୍ଚାନନ ଖଟୁଆ,ବିଜୟ କୁମାର ବିଶ୍ବାଳ ବିଘ୍ନରାଜ ଦାସ,ପ୍ରତାପ ଚନ୍ଦ୍ର ନାହାକ, ରୋହିତ ସାହୁ, ରବିନାରାୟଣ ସେନାପତିଙ୍କୁ ଉପଢୌକନ ଓ ଶ୍ରୀଜଗନ୍ନାଥ ଫଟୋ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।
ଦଶ ବର୍ଷ ପୂର୍ତ୍ତି ବାର୍ଷିକ ଉତ୍ସବ ଅବସରରେ ସମାଜସେବା ର ସମର୍ପିତ ପ୍ରତିଟି ଦିଗପାଇଁ କାର୍ଯ୍ୟ କରୁଥିବା ପ୍ରତ୍ୟେକ ଜିଲ୍ଲାରୁ ସମଗ୍ର ଓଡ଼ିଶାରୁ ପ୍ରାୟ ଏକ ସହ ସତର ଟି ସାମାଜିକ ଅନୁଷ୍ଠାନକୁ ସେମାନଙ୍କର ଉତ୍ସର୍ଗୀକୃତ ତମାମ ସେବା କାର୍ଯ୍ୟପାଇଁ ଅତିଥି ମାନଙ୍କ ଦ୍ଵାରା ପୁଷ୍ପଗୁଚ୍ଛ,ଉତ୍ତରୀୟ, ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।
ବିଭିନ୍ନ ସମୟରେ ଅନୁଷ୍ଠାନର ସେବାକାର୍ଯ୍ୟ କୁ ଜନାଭିମୁଖି କରିବାରେ ଅଞ୍ଚଳର ଗଣମାଧ୍ୟମ ପ୍ରତିନିଧି ସୁଜିତ୍ କୁମାର ବେହେରା,ନୀଳାଚଳ ସେନାପତି,ବନବାସୀ ସେଠି, ଶ୍ରୀଧର ବେହେରା,ଉମାକାନ୍ତ ବେହେରା,ବିଜୟଲକ୍ଷ୍ମୀ ମହାଙ୍କୁଡ,ଅସ୍ମିନ ମହାନ୍ତି,ଅମର ସାହୁ ଓ ସମୀର ତ୍ରିପାଠୀ ଏବଂ କାର୍ଯ୍ୟକ୍ରମର ସଂଯୋଜିକା ରଶ୍ମିତା ଦଳେଇ ଆଦିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମକୁ ଗ୍ରୀନ ପିସ୍ ଭିଲେଜ ଫାଉଣ୍ଡେସନର ବିକାଶ ନାୟକ,ଆଲୋକ ନାହାକ,ଆଦିତ୍ୟ ନାୟକ,ନୀଳାଦ୍ରି ନାହାକ,ଦିନେଶ ନାହାକ,ବସନ୍ତ ନାହାକ,ରବୀନ୍ଦ୍ର ନାୟକ,ପ୍ରଭାତ ନାହାକ,ସତ୍ୟନାରାୟଣ ଆଚରି,ସୋଭବର୍ଧନ ନାହାକ,ଅବକାଶ ନାହାକ, ରଥାଙ୍ଗ ରମଣ ନାହାକ, ସୁମନ୍ତ ନାହାକ ,ଆକାଶ ନାହାକ, ସର୍ବେଶ୍ଵର ଦାସ ଆଦି ସଭ୍ୟମାନେ ପରିଚାଳନା କରିଥିଲେ।
Leave a Reply