Spread the love

ଜୀବନରେ ଦୁଇଟିନିଷ ଉପରେ ଧ୍ୟାନ ଦେବା ଉଚିତ (ବିବେକ ଓ ବିଚାର,) ଏହାକୁ ଜାଣିବା ଓ ମାନିବା ଆବଶ୍ୟକ କାରଣ ଆମର ସମସ୍ତ କାମ ଭଗବାନ ଙ୍କ ଦ୍ୱାରା ଚାଲୁଛି, ମଣିଷ ଯେତେବେଳେ କଷ୍ଟ ପାଏ ସେତେବେଳେ ସେ ନିଜେ ହିଁ ଅନୁଭବ କରେ,, ଏହାର ସମ୍ପୂର୍ଣ ମୂଳଉତ୍ପାଡ଼ନ କିପରି ହେବ କୌଣସି ଗ୍ରନ୍ଥ ରେ ମିଳେନାହିଁ,ପ୍ରକୁର୍ତ୍ତୀ ମଣିଷକୁ କରି କରାଉଥାଏ ତେଣୁ ପ୍ରକୁର୍ତ୍ତୀ ମଣିଷକୁ ଦୁଃଖ ସୁଖ ଦେଇଥାଏ,, ଆଜିର କାହାଣୀ ବି ସେମିତି ଦିନେ ଘଟିଥିଲା ଆମ ସ୍ୱାଧୀନ ଭାରତରେ, ଜଣେ ଖୋଲା ଖୋଲି ରେପ ମର୍ଡର କଲା ସମସ୍ତେ ଜାଣୁଛନ୍ତି କିନ୍ତୁ ଅଦାଲତ ଆଖିରେ ପଟି ବନ୍ଧାଯାଇଛି ଯାହା ପ୍ରମାଣ ମିଳିବ ତାକୁ ହିଁ ଦଣ୍ଡ ମିଳିବ,, ଘଟଣା ଟି ଘଟିଥିଲା ଦିଲ୍ଲୀରେ,, ନାଁ (ପ୍ରିୟଦର୍ଶନି ମାଟୋ) ଘର କାଶ୍ମୀର ରେ ଜଣେ ବ୍ରାହ୍ମଣ ଘରେ ଜନ୍ମ ନେଇଥିଲେ,23 ଜୁଲାଇ 1970 ମସିହାରେ,, ବାପା କାଶ୍ମୀର ପଣ୍ଡିତ, ଝିଅ ବଡ଼ ହେଲା ତାକୁ ଉଚ୍ଚ ଶିକ୍ଷା କରେଇବାକୁ ଆଣି ଛାଡିଲେ ସମ୍ପର୍କୀୟ ଘରେ ଦିଲ୍ଲୀରେ,, ପଢିଲେ ଦିଲ୍ଲୀ ୟୁନିଭେର୍ସିଟି ରେ ପାଠ ଆଇନି ଅଧୟନ,, ସବୁଦିନେ କଲେଜ ଯିବା ଆସିବା ବସ ରେ ହେଲା, ସେଇ କଲେଜରେ ସାଙ୍ଗରେ ପଢୁଥିଲେ (ସନ୍ତୋଷ କୁମାର ସିଂ) ମଝିରେ ମଝିରେ ସମ୍ପର୍କ ଯୋଡ଼ିଲେ ସନ୍ତୋଷ ପ୍ରିୟଦର୍ଶନୀ ସାଙ୍ଗରେ,, କହିବାକୁ ଗଲେ ଏକ ତରଫା ପ୍ରେମ କଲେ ସନ୍ତୋଷ,, ପ୍ରିୟଦର୍ଶନି ଙ୍କ ଇଛା ପାଠ ପଡିବେ ଆଉ କୋଉଥିରେ ମନ ନାହିଁ, କିନ୍ତୁ ସନ୍ତୋଷ ବୁଝିଲେ ନାହଁ, ଲଗାତାର ପ୍ରିୟଦର୍ଶନୀ ସାଙ୍ଗରେ ସମ୍ପର୍କ ଯୋଡିବାକୁ ଚାହିଁଲେ, ଏଥିପାଇଁ ପ୍ରିୟଦର୍ଶନି ଅଭିଯୋଗ କଲେ କଲେଜ ପ୍ରଶାସନ ଆଗରେ,, ସେଥିରେ କିଛି ଫଳ ମିଳିଲା ନାହିଁ,, ବାପା କାଶ୍ମୀର ରୁ ଆସି ଝିଅ ଦୁଃଖ କଥା ଶୁଣି ଥାନାରେ ଅଭିଯୋଗ କଲେ, ସେଇଠୁ ଆରମ୍ଭ ହେଲା ପ୍ରଥମ ଖେଳ,, ଥାନା ବାବୁ ସାହସ କଲେନି ସନ୍ତୋଷ ଉପରେ କିଛି ତଦନ୍ତ କରିବାକୁ, କାରଣ ସନ୍ତୋଷ ହେଉଛନ୍ତି IPS J, P, ସିଂ ଙ୍କ ପୁଅ,,ଶେଷରେ ସୁରକ୍ଷାରେ ଜଣେ କନେଷ୍ଟବଳ ଙ୍କୁ ନିୟୋଜିତ କରାଗଲା ପ୍ରୟଦର୍ଶନୀ ସାଙ୍ଗରେ ଯିବେ କଲେଜ,, ଓ ଫେରିଲା ବେଳେ ସାଙ୍ଗରେ ଆସିବେ,, ସେତେବେଳେ କୁ IPS ଶାହବ ପୁଅଉପରେ ବିରକ୍ତ ହେଇ ଶାସନ ଆରମ୍ବ କଲେ, ଓ ପୁଅକୁ କହିଲେ ପ୍ରିୟଦର୍ଶିନୀ ଙ୍କ ପାଖରେ କ୍ଷମା ମାଗି ସବୁ କେଶ ଫାଇସଲା କର,,23 ଜାନୁଆରୀ 1996 ଦିନ ବେଳା ସନ୍ତୋଷ ଗଲେ ପ୍ରିୟଦର୍ଶନୀ ରହୁଥିବା ଆପାର୍ଟମେଣ୍ଟ କୁ,, ବାହାରେ ମଟର ସାଇକେଲ କୁ ପାର୍କିଙ୍ଗ କରି, ହେଲମେଟ ଧରି ଆପାର୍ଟମେଣ୍ଟ ଉପରକୁ ଗଲେ, ଆପାର୍ଟମେଣ୍ଟ ରେ ସିକୁରିଟି ଥିଲେ,ତାଙ୍କର ଅନୁମତି ନେଇ ମିଶିଲେ ପ୍ରିୟଦର୍ଶନୀ ଙ୍କ ସାଙ୍ଗରେ, ପ୍ରଥମେ ତାଙ୍କୁ କହିଲେ ଯାହା ହେବାର ହେଇଗଲାଣି, ମୁଁ ବର୍ତମାନ ଅନୁତାପ କରୁଛି ଆଉ ସେ କେଶ ସବୁ ଥାନାରୁ ଉଠେଇବାକୁ ପଡିବ,, ଯୁକ୍ତିତର୍କ ହେଲା ଓ ସନ୍ତୋଷ ଜବରଦସ୍ତି କରି ବଳାତ୍କାର କରି ସେଇ ହେଲମେଟ ରେ 14ଥର ପ୍ରିୟଦର୍ଶନୀ ଙ୍କୁ ପିଟିଲେ,, ଓ ଶେଷରେ ଏକ ତାର ସାହାଯ୍ୟରେ ତାଙ୍କ ଗଳାଚିପି ମାରିଲେ,, ଓ ଆରାମରେ ଆପାର୍ଟମେଣ୍ଟ ରୁ ବାହାରି ଆସିଲେ,,, ଏକ ଘଣ୍ଟା ପରେ ସମ୍ପର୍କୀୟ ମାନେ ଆସିବାରୁ ଦେଖିଲେ ପ୍ରିୟଦର୍ଶନୀ ମୂର୍ତ୍ତ,,ହତ୍ୟା କରାଯାଇଛି,, ବାପା ମା ଓ ବନ୍ଧୁ ମାନେ ଦିଲ୍ଲୀ ଆସିଲେ,,ଥାନାରେ FIR ହେଲା, ଓ ସମସ୍ତେ ଜାଣିଲେ ଅପରାଧୀ କିଏ,, ସିଧା ସିଧା ଅପରାଧୀ ସନ୍ତୋଷ ସିଂ ନାଁ ରେ ଅଭିଯୋଗ ହେଲା, ସଖାଳୁ ସବୁ ନାମୀ ଦାମୀ ମିଡ଼ିଆ ରେ ହେଡଲାଇନ ହେଲା,, ସନ୍ତୋଷ ଫେରାର,, ତଦନ୍ତ ପ୍ରକ୍ରିୟା ଚାଲିଲା ଫରେନସିକ ସାକ୍ଷୀ ପ୍ରମାଣ କୁ ଏକଜୁଟ କରି ମାମଲା ଗଲା ତଳ କୋର୍ଟ,, ପୋଲିସ ଗିରଫ ବି କଲା,, ଜେଲରେ ରହିଲେ ସନ୍ତୋଷ,, ପରେ ବେଲ ମଧ୍ୟ ପାଇଲେ,,2000ମସିହାରେ ରେ ତଳ କୋର୍ଟ କହିଲେ ପ୍ରମାଣ ଯାହା ଅଛି ସେଥିରେ ଦୋଷୀକୁ ଦଣ୍ଡ ଦେଇ ହେବନି, ଆଉ ଥରେ ଇନଭେସ୍ଟିଗେଶନ କର, ଓ ସନ୍ତୋଷ କୁ ପୁରା ଖଲାସ କରିଦେଲେ,, ସନ୍ତୋଷ ସେଇ ୟୁନିଭେର୍ସିଟି ରେ ଆଇନି ପାସ କରି ସେଇ କୋର୍ଟରେ ଓକିଲାତି ବି କଲେ,,ସେତେବେଳେ ତାଙ୍କ ବାପା IPS ଶ୍ରୀ ସିଂ ଦିଲ୍ଲୀ ର ଜୟଣ୍ଟ ପୋଲିସ କମିଶନର ଥିଲେ,,ହାଇ ପ୍ରୋଫାଇଲ କେଶ,,ଠିକ ସେଇ ସମୟରେ ଆଉ ଏକ ବିରାଟ ଧର୍ଷଣ ଓ ମର୍ଡର ହେଇଥିଲା (ଜେସିକା ଲାଲ) ମର୍ଡର କେଶ,, ପୁରା ଦିଲ୍ଲୀ କଂପମାନ ହେଲା କ୍ୟାଣ୍ଡେଲ ମାର୍ଚ୍ଚ ଚାଲିଲା ଓ ପୁରା ସରକାରୀ କଳ ଉପରେ ରାଗିଲେ ସାଧାରଣ ଲୋକ,, ହାଜର ହଜାର ସବୁ ବର୍ଗର ଲୋକ ଆନ୍ଦୋଳନ କରିଥିଲେ ଓ ତା ସାଙ୍ଗରେ ପ୍ରିୟଦର୍ଶନୀ କେସ ବି ଯୋଡ଼ା ହେଲା, ମିଡ଼ିଆ ରେ ଯାହା ଆଗରୁ ବାହାରୁଥିଲା ସବୁ ଓଲଟ ପାଲଟ ହେଇଗଲା, ପୁଣି ମିଡ଼ିଆ ରେ ସତ୍ୟ ବାହାରିଲା,, କୋର୍ଟ ଓ ପୋଲିସ ତଦନ୍ତ ର ଢିଲା ଓ ପ୍ରିୟପ୍ରିତିତୋଷଣ ପାଇଁ ନିରୀହ ଝିଅର ଅପରାଧୀ ଆଜି ବଜାରରେ ବୁଲୁଛି,,, ପୁଣି କୋର୍ଟ ନିଜ ଆଡୁ କେଶ ଖୋଲି କହିଲେ ଆଜି ଠାରୁ କେଶ ଚାଲିବ, ଓ CBI କୁ ସରକାର ଦେଇଦେଲେ, CBI ବି ତଦନ୍ତ ଭାର ନେଇ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଗୋଟିଏ ଡେଟ କରିପାରିଲେନି ହାଇ କୋର୍ଟରେ,,, ପୁଣି ଆରମ୍ଭ ହେଲା ମିଡ଼ିଆ ଲେଖା, ଦୋଷ ପୁରା ସିଷ୍ଟମ ଉପରେ,, ପୁଣି ହାଇକୋର୍ଟ ଦରବାଜା ଖୋଲିଲେ ଓ 6 ଅକ୍ଟୋବର 2006 ଦିନ କହିଲେ ସନ୍ତୋଷ ଦୋଷୀ,, ଓ ଆଜି ଠାରୁ ଦୈନିକ ପ୍ରିୟଦର୍ଶନୀ କେଶ ର ଶୁଣାଣି ହେବ,, ସେଇଆ ହେଲା ଠିକ ତାର 42 ଦିନ ପରେ 30 ଅକ୍ଟୋବର 2006ରେ ହାଇକୋର୍ଟ ମୁର୍ତ୍ତୃ ଦଣ୍ଡ ଶୁଣେଇଲେ,,, ପୁଣି ଚାଲିଲା ନାଟକ ଫରେନସିକ ଟେଷ୍ଟ ରିପୋଟ ଓ ସାକ୍ଷୀ ପ୍ରମାଣ ଖୋଜା ଚାଲିଲା ଅପରାଧୀ ଓକିଲ ସନ୍ତୋଷ ପାଇଁ, ପୁଣି ଏହି କେଶ ଗଲା ସୁପ୍ରିମକୋର୍ଟ,, ସେତେବେଳେ କୁ ସନ୍ତୋଷ ଙ୍କ ବାପା ଆଇ ଜି ପୋଲିସ ହେଇଯାଇଥିଲେ,,,6 ଅକ୍ଟୋବର 2010 ରେ ସର୍ବୋଚ୍ଚ ନୟାଳୟ ମୁର୍ତ୍ତୃ ଦଣ୍ଡ ରୁ ଆଜୀବନ କାରାଦଣ୍ଡ ଶୁଣେଇଥିଲେ,,, ତାହାର କାରଣ ସେଇ ଅଡୁଆ ସୁତା ତଦନ୍ତ ଥିଲା ଯାହାକୁ କୋର୍ଟ କହିଥିଲେ ଆଇନି ଆଖିରେ ପଟି ବନ୍ଧା ହେଇଚି ସତ କିନ୍ତୁ ସେ ସବୁ ଜାଣୁଛନ୍ତି, ଆଜି ବି ସନ୍ତୋଷ ଜେଲରେ,,ମଝିରେ ମଝିରେ ପାରାଲ ଆସୁଛନ୍ତି ପୁଣି ଭିତରକୁ ଯାଉଛନ୍ତି,,,,

Leave a Reply

Your email address will not be published. Required fields are marked *

You Missed