Spread the love

ଶ୍ରୀମନ୍ଦିର କ୍ଷେତ୍ରରେ ସରକାର ମୋ ପରାମର୍ଶ ନେଉନାହାନ୍ତି, ଓଡ଼ିଶାର ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପରିଚାଳିତ…

ପୁରୀ: ଓଡ଼ିଶାରେ ବିଜେପି କ୍ଷମତାକୁ ଆସିବା ପରେ ଭକ୍ତଙ୍କ ପ୍ରବେଶ ପାଇଁ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିଲା। ଏପରିକି, ଦୀର୍ଘ ବର୍ଷ ପରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ବି ଖୋଲାଯାଇଛି। ହେଲେ ଏ ପ୍ରସଙ୍ଗ ହେଉ ବା ଶ୍ରୀମନ୍ଦିରର ଅନ୍ୟ କୌଣସି ପ୍ରସଙ୍ଗରେ ରାଜ୍ୟ ସରକାର ତାଙ୍କ ପରାମର୍ଶ ନେଇନାହାନ୍ତି। ଶ୍ରୀମନ୍ଦିରର କୌଣସି କ୍ଷେତ୍ରରେ ମୋତେ ପଚାରୁ ନାହାନ୍ତି କିମ୍ବା ପରାମର୍ଶ ନେଉନାହାନ୍ତି ବୋଲି କହି କ୍ଷୋଭ ପ୍ରକାଶ କରିଛନ୍ତି ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ।

ଶୁକ୍ରବାର ଗୋବର୍ଦ୍ଧନ ପୀଠକୁ ଯାଇ ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କରିଥିଲେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘ ଚାଳକ ମୋହନ ଭାଗବତ। ଏହି ସାକ୍ଷାତ ବେଳେ ହିନ୍ଦୁ ରାଷ୍ଟ୍ର, ସନାତନ ଧର୍ମ, ମାତୃ ଶକ୍ତିର ସୁରକ୍ଷା ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଏହି ଅବସରରେ ଜଗତ୍‌‌ଗୁରୁ ଗଣମାଧ୍ୟମକୁ ବିଭିନ୍ନ ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ କହିଥିଲେ ଯେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାରତର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପରିଚାଳିତ ହେଉଛନ୍ତି। ରାଜ୍ୟ ସରକାର କୌଣସି ଧାର୍ମିକ ବା ଆଧ୍ୟାତ୍ମିକ କ୍ଷେତ୍ରରେ ମୋର ପରାମର୍ଶ ନେଉନାହାନ୍ତି। ଗଜପତି ମହାରାଜା, ଶ୍ରୀମନ୍ଦିର ପରିଚାଳନା କମିଟି, ସରକାର ସମସ୍ତେ ମୋଠାରୁ ଦୂରତା ଅବଲମ୍ବନ କରୁଛନ୍ତି। ଶ୍ରୀମନ୍ଦିର ପ୍ରସଙ୍ଗରେ ଶଙ୍କରାଚାର୍ଯ୍ୟଙ୍କ ମତାମତ ନେଉନାହାନ୍ତି ସରକାର। ରତ୍ନଭଣ୍ଡାର ହେଉ କିମ୍ବା ଅନ୍ୟ କୌଣସି ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବା ବେଳେ ମୋତେ ଅବଗତ କରାଯାଉନାହିଁ।ମୂଳ ଠିକଣା. ଦି ସକାଳ

Leave a Reply

Your email address will not be published. Required fields are marked *