Spread the love

ଆଜିର ଦୁନିଆରେ ତୁମେ ଯାହାକୁ ଯେତିକି ଭଲ ପାଇବା ଦେବ,ସେ ତୁମକୁ ଠିକ୍ ସେତିକି ତଣ୍ଟିଆ ମାରିବ ଓ ଭାଉ ଖାଇବା।

ନିଜ ସ୍ବପ୍ନକୁ ସାକାର କରିବାକୁ ହେଲେ ଖାଲି ସ୍ବପ୍ନ ଦେଖିଲେ ହେବନାହିଁ,ସ୍ବପ୍ନକୁ ସତ୍ୟରେ ପରିଣତ କରିବା ପାଇଁ,ପାଗଳ ହେବାକୁ ପଡିବ।

ଅସମୟରେ ସହାନୁଭୂତି ଦେଉଥିବା ଲୋକଟି ନୁହେଁ, ଅସମୟରେ ଆପଣଙ୍କ ସାଥିରେ ରହିଥିବା ଲୋକଟିକୁ ହଁ ଜୀବନର ପ୍ରକୃତ ସାଥି ବୋଲି କୁହାଯାଏ।

ଭଲପାଇଁ ଭଲ ରହିବା ଠିକ କିନ୍ତୁ ଖରାପପାଇଁ କଦାପି ଖରାପ ହୁଅନ୍ତୁ ନାହିଁ। କାରଣ ଆପଣ ପାଣିରେ ରକ୍ତକୁ ସଫା କରିପାରିବେ ରକ୍ତରେ ରକ୍ତକୁ ନୁହେଁ।

      

ଯେତେବେଳେ ଖୁସି ପାଖରେ ଯେ ଥିବ
ସମସ୍ତେ ପାଖକୁ ଆସନ୍ତି ଧାଇଁ
ଦୁଃଖ ପଡ଼ିଥିବା ପରିସ୍ଥିତି ଦେଖି
ଯାଆନ୍ତି ସମସ୍ତେ ମୁହଁ ବୁଲାଇ ।

କର୍ମ ଅଭାବରୁ ଦୁଃଖ ମିଳିଥାଏ, ଭାଗ୍ୟକୁ ଦୋଷୀ ସଜେଇ ଲାଭ କ’ଣ ? ଯେବେ ପାପ ଆମେ କରିଛେ ତ ଫଳ ଆମକୁ ହିଁ ଭୋଗିବାକୁ ପଡ଼ିବ ନା…..।

ଘର ଭିତରେ ମନ ଇଚ୍ଛା କାନ୍ଦ କିନ୍ତୁ ହସି ହସି କବାଟ ଖୋଲ କାହିଁକି ନା ଯେତେବେଳେ ଲୋକମାନେ ଜାଣିଯିବେ ଯେ ତୁମେ ଭିତରେ ଭାଙ୍ଗି ପଡ଼ିଛ ସେମାନେ ଫାଇଦା ଉଠାଇବେ ।

Social media ରେ ଯୁଆଡେ ଦେଖିବ Happy Mother’s day Status ଦେଉଛନ୍ତି ।ଭାଇ ଓ ଭଉଣୀ ମାନେ ଏତେ ଯଦି ମାଆଙ୍କୁ ଭଲ ପାଉଥାଆନ୍ତେ ଆଜି ଏତେ ବୃଦ୍ଧାଶ୍ରମ ରହି ନଥାନ୍ତା । ମାଆଙ୍କୁ ହୃଦୟରୁ ଭଲ ପାଆନ୍ତୁ Status ରେ ଦେଇକି ନୁହେଁ ।

             

ଯାହା ଆଖିରେ ନିଦ ଥାଏ ତାହା ପାଖରେ ଭଲ ବିଛଣା ଟିଏ ନ ଥାଏ l ଆଉ ଯାହା ପାଖରେ ଭଲ ବିଛଣା ଟିଏ ଥାଏ, ତାହା ପାଖରେ ନିଦ ନ ଥାଏ l ଯାହା ମନରେ ଦୟା ଥାଏ ସାହାଯ୍ୟ କରିବା ପାଇଁ ତାହା ପାଖରେ ଧନ ନ ଥାଏ l ଆଉ ଯାହା ପାଖରେ ପ୍ରଚୁର ଧନ ଥାଏ ତାହା ମନରେ ଟିକେ ହେଲେ ଦୟା ହିଁ ନ ଥାଏ l ଆଜିର ଦୁନିଆର ଏ ବିଚିତ୍ର ନୀତି l
ଆଜିର ଦିନଟି ଆପଣଙ୍କ ପାଇଁ ଶୁଭ ଓ ମଙ୍ଗଳମୟ ହେଉ ସୁଖ ଶାନ୍ତିରେ ଦିନଟି ଅତିବାହିତ କରନ୍ତୁ l

Leave a Reply

Your email address will not be published. Required fields are marked *