Spread the love

ଆଶ୍ଚର୍ଯ୍ୟ ଅବିଶ୍ୱସନୀୟ ଘଟଣା । ବିଶ୍ୱାସ ନ ହେଉଥିଲେ ମଧ୍ୟ ସମ୍ପୂର୍ଣ୍ଣ ସତ । ଯେଉଁ ଦୃଶ୍ୟ ଆଜି ସମସ୍ତଙ୍କୁ ବିଚଳିତ କରିଛି । ଶୁଣିଲାରୁ ଲୋମ ଟାଙ୍କୁରି ଉଠୁଛି । କାହିଁକି ନା ଦୀର୍ଘ ସାତ ବର୍ଷ ପରେ ଉପୁଡ଼ି ପଡ଼ିିଥିବା ଗଛ ଆଜି ହଠାତ୍‌ ଠିଆ ହୋଇଯାଇଛି ଖାଲି ସେତିକି ନୁହେଁ ଆଜ୍ଞା ସେହି ଗଛରେ ପତ୍ର ମଧ୍ୟ କଅଁଳିଥିବାର ଦେଖିବାକୁ ମିଳିଛି ।
ଯାହାକୁ ଦେଖିବା ପାଇଁ ଲୋକଙ୍କର ଭିଡ଼ ଜମିଛି ।

ଆଜି ସମୟ ପ୍ରାୟ ୨ଟା ହେବ ବର୍ଷ ବର୍ଷ ଧରି ଉପୁଡ଼ି ପଡ଼ି ରହିଥିବା ଗଛ ଆଜି ହଠାତ୍‌ ଠିଆ ହୋଇଛି। ଏଭଳି ଅବିଶ୍ୱାସନୀୟ ଦୃଶ୍ୟ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ବସୁପଦା ଗ୍ରାମ ରେ ଏକ ଦେଖିବାକୁ ମିଳିଛି । ଦୀର୍ଘ ସାତ ବର୍ଷରୁ ଉର୍ଦ୍ଧ୍ବ ହେବ ଏକ କବର ସ୍ଥାନରେ ତଳେ ପଡି ରହିଥିବା ଏକ ପୁରାତନ କୋଚିଳ ଖାଇ ଗଛ ଆଜି ହଠାତ ଛିଡା ହୋଇ ସେଥିରେ ପତ୍ର କଅଁଳୁ ଥିବା ଦେଖିବାକୁ ମିଳିଛି । ଏହାକୁ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ଭିଡ଼ ଲାଗିଥିବା ବେଳେ ଭିନ୍ନ ସମ୍ପ୍ରଦାୟର ଲୋକ ହାତ ଯୋଡି ପ୍ରାର୍ଥନା କରୁଛନ୍ତି ତ କିଛି ଲୋକ ମୁଣ୍ଡିଆ ମାରୁଛନ୍ତି ।

ତେବେ ଏହି ଘଟଣାକୁ ନେଇ ସେହି ଅଞ୍ଚଳରେ ବିଭିନ୍ନ ଚର୍ଚ୍ଚା ହେଉଛି । ଗୋଟିଏ ପଟେ କେହି କେହି ଭୟଭୀତ ହୋଇ ଯାଇଥିବା ବେଳେ ଆଉ କିଏ ଏହାକୁ ଭଗବାନଙ୍କ ଅଲୌକିକ ମହିମା ବୋଲି କହୁଛନ୍ତି । ଯେହେତୁ କବର ସ୍ଥାନରେ ଏଭଳି ଘଟଣା ଘଟିଛି ଏହାକୁ ନେଇ ବିଭିନ୍ନ ମହଲରୁ ଭିନ୍ନ ଭିନ୍ନ ମତ ଆସୁଛି ।

ତେବେ ବାତ୍ୟାରେ ଉପୁଡ଼ି ପଡ଼ିଥିବା ଏହି ଗଛଟି କିପରି ଏତେ ବର୍ଷ ପରେ ଆଜି ହଠାତ୍‌ ଛିଡ଼ା ହୋଇଥିଲା ତାକୁ ନେଇ ସନ୍ଦେହ ଘେରରେ ସମସ୍ତେ । କାରଣ ଏହିପରି ଘଟଣା ପୂର୍ବରୁ କେବେ ଘଟିନଥିବା ବେଳେ ଆଜିର ଦୃଶ୍ୟ ସମସ୍ତଙ୍କୁ ଚକିତ କରିଛି । ପ୍ରକୃତରେ ଘଟଣା କଣ ତାହାର ସତ୍ୟାସତ୍ୟ ଏଯାଏଁ ଜଣାପଡ଼ି ନାହିଁ । କିନ୍ତୁ ଏଇଠି କୌଣସି ଅନ୍ଧ ବିଶ୍ୱାସକୁ ପ୍ରୋତ୍ସାହନ ଦେବା ଆମର ଉଦ୍ଦେଶ୍ୟ ନୁହେଁ । ଏଭଳି ଆଶ୍ଚର୍ଯ୍ୟକର ଘଟଣା ପୂର୍ବରୁ କେବେ ଘଟିନଥିବା ବେଳେ ଏହି ଘଟଣା ଦେଖି ସ୍ଥାନୀୟ ଲୋକେ ଭୟଭୀତ ହେବା ସହ ଇଶ୍ୱରଙ୍କ କୃପା ବୋଲି ବିଶ୍ୱାସ କରୁଛନ୍ତି

ପ୍ରକୁର୍ତ୍ତ ଠିକଣା K news..

Leave a Reply

Your email address will not be published. Required fields are marked *