ଏକଦା ନାରଦ ମୁନି, ଭଗବାନ ଶ୍ରୀ ହରି ଙ୍କୁ ପଚାରିଲେ, ମହାପ୍ରଭୁ ଏ ମାୟା କଣ.
ଏହା କିପରି. ଆପଣ ସବୁବେଳେ କହୁଛନ୍ତି, ଏସବୁ ମୋର ମାୟା. ଶ୍ରୀ ହରି ଉତ୍ତର ଦେଲେ, ଉଚିତ ସମୟ ଆସିଲେ, ଆପଣ ଜାଣିଯିବେ.
ଦିନେ ଭଗବାନ ଵିଷ୍ଣୁ ଏବଂ ନାରଦ ମୁନି ମର୍ତ୍ୟ ମଣ୍ଡଳ ରେ ବୁଲୁଥିଲେ. ଭଗବାନ ନାରଦ ମୁନି ଙ୍କୁ କହିଲେ, ମୋତେ ଭାରି ଶୋଷ ଲାଗୁଛି. ମୋ ପାଇଁ ପାଣି ର ବନ୍ଦୋବସ୍ତ କରନ୍ତୁ.
ଏହା ଶୁଣି ନାରଦ ମୁନି ତତକ୍ଷାଣାତ ପାଣି ପାଇଁ ବାହାରିଗଲେ. ଗୋଟେ ନଦୀ କୂଳେ ପହଁଚିଲେ ଏବଂ ପାଣି ଆଣିବାକୁ ପ୍ରସ୍ତୁତ ହେଲା ସମୟରେ ଗୋଟେ ଅତି ସୁନ୍ଦର ବ୍ରାହ୍ମଣ ଝିଅ ଟି ଦେଖିଲେ. ନାରଦ ମୁନି ସେହି ଝିଅ ସୌନ୍ଦର୍ଯ୍ୟ ରେ ଅତି ମୋହିତ ହୋଇ, ଝିଅଟିକୁ ବିବାହ ପ୍ରସ୍ଥାଵ ଦେଲେ. ଝିଅଟି କହିଲା ଏ ବିଷୟରେ ମୋ ବାପା ନିର୍ଣ୍ଣୟ ନେବେ. ନାରଦ ସଙ୍ଗେ ସଙ୍ଗେ ଯାଇ, ଝିଅଟିର ବାପା ଙ୍କୁ ଭେଟିଲେ ଏବଂ ନିଜ ମନ କଥା କହିଲେ. ଉକ୍ତ ବ୍ରାହ୍ମଣ ଦେଖି ଜଣେ ଅତି ତେଜସ୍ୱୀ ବ୍ରାହ୍ମଣ ଯୁବକ ଏବଂ ସାଙ୍ଗେ ସାଙ୍ଗେ ରାଜି ହୋଇଗଲେ. ନାରଦ ସେହି ଯୁବତୀ ସହିତ ବିବାହ କରି ଅତି ଆନନ୍ଦ ରେ କାଳ କାଟିଲେ. ବ୍ରାହ୍ମଣ ଙ୍କ ର କିଛି ଗାଈ ଏବଂ ଚାଷ ଜମି ଥିଲା. ନାରଦ ସେହାକୁ ନିଜ ବୃତ୍ତି ଭାବେ ଆପଣେଇ ଜୀବନ ଅତିବାହିତ କରିବାକୁ ଲାଗିଲେ. ଏହା ମଧ୍ୟରେ ନାରଦ ଙ୍କ କିଛି ସନ୍ତାନ ଏବଂ ସନ୍ତତି ହେଲେ. ନାରଦ ସମ୍ପୂର୍ଣ ରୂପେ ସାଂସାରିକ ଜୀବନରେ ମଗ୍ନ ହୋଇଗଲେ.
ଥରେ ସେହି ନଦୀ ରେ ଏକ ଭୟଙ୍କର ବନ୍ୟା ଆସିଲା. ନାରଦ ଙ୍କ ର ଚାଷ ଜମିରେ ବାଲି ମାଡିଗଲା. ଘରଦ୍ୱାର ଭାସିଗଲା. ଗାଈ, ଛୁଆ, ସ୍ତ୍ରୀ, ଶଶୁର ବନ୍ୟା ଜଳରେ ଭାସି ମରିଗଲେ. ଦେଖୁ ଦେଖୁ ଏକା ସୁନା ସଂସାର କ୍ଷଣି କ ମଧ୍ୟରେ ଧ୍ବଂସ ହୋଇଗଲା. ଏହା ଦେଖି ନାରଦ ଦୁଃଖ ରେ ଭାଙ୍ଗି ପଡିଲେ. ନଦୀ କୂଳରେ ବସି ଭୋ ଭୋ କାନ୍ଦି ବାକୁ ଲାଗିଲେ । ଏହି ସମୟରେ ମହାପ୍ରଭୁ ଶ୍ରୀ ନାରାୟଣ, ନାରଦ ଙ୍କୁ ପଛ ପଟୁ ଆସି ପିଠି ଥାପୁଡ଼େଇ, ପଚାରିଲେ, ନାରଦ ଏତେ ସମୟ ଧରି ଏଠି କଣ କରୁଛ ଏବଂ ଏତେ ଜୋର ରେ କାହିଁକି କାନ୍ଦୁଛ । ଏହା ଶୁଣି ନାରଦ ତଟସ୍ଥ ହେଲେ ଏବଂ ଅନୁଭବ ପଚାରିଲେ, ମହାପ୍ରଭୁ, ଏସବୁ କଣ ଥିଲା. ଶ୍ରୀ ହରି କହିଲେ, ମୋର ମାୟା ଜାଣିବାକୁ, ଚାହୁଁଥିଲେ ନା, ତାହା ଜଣାଇଲି ।
ଆମେ ସମସ୍ତେ ମାୟାରୂପକ ଅବାସ୍ତବ, ସଂସାର ରେ ବଂଚୁଛୁ । ସମସ୍ତ କର୍ମ କେବଳ ଇନ୍ଦ୍ରିୟ ସୁଖ ପାଇଁ କରୁଛୁ ।
ଏଥିରୁ ମୁକ୍ତି ମୁକ୍ତି ର ଚାବି କାଠି ହେଊଛି କେବଳ ପରମେଶ୍ୱର ଙ୍କ ସ୍ତୁତି ।
ଏକଦା ମହର୍ଷି ମାର୍କେଣ୍ଡୟ ମଧ୍ୟ ମାୟା କଣ ଜାଣିବାକୁ ବର ମାଗିଥିଲେ ଏବଂ ତାହା ଅନୁଭବ ବି କରିଥିଲେ, ଯାହା ଭାଗବତ ମହାପୁରାଣ ରେ ବର୍ଣିତ ଅଛି ।